Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·1 min read
ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ବିଜେପିର ବରିଷ୍ଠ ନେତା ଆଦରଣୀୟ ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ରେ ସମ୍ମାନିତ କରିବାର ନିଷ୍ପତ୍ତି ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଆନନ୍ଦର ବିଷୟ । ଜଣେ ଭାରତୀୟ ଜନତା ପାର୍ଟିର ସାଧାରଣ କାର୍ଯ୍ୟକର୍ତ୍ତା ଭାବରେ ଏହି ଖବର ମୋତେ ଖୁସି ଦେଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।    

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ରାଜନୀତିରେ ଲାଲକୃଷ୍ଣ ଆଡଭାନୀ ଜୀଙ୍କ ଅବଦାନକୁ ତୁଳନା କରି ହେବନାହିଁ । ମୁଁ ତାଙ୍କୁ ଅତି ନିକଟରୁ ଜାଣିଛି । ସେ ସ୍ୱଚ୍ଛ ରାଜନୀତିର, ଅଧ୍ୟୟନଶୀଳ ରାଜନୀତିର ତଥା ସ୍ପଷ୍ଟ ଏବଂ ନୈତିକତାଯୁକ୍ତ ରାଜନୀତିର ମୂର୍ତ୍ତିମନ୍ତ ପ୍ରତୀକ । ରାଷ୍ଟ୍ରସେବା ଓ ସାଂସ୍କୃତିକ ନବଜାଗରଣକୁ ସେ ନିଜ ଜୀବନର ଲକ୍ଷ୍ୟ କରିଥିଲେ । ସମାଜ, ସଂସ୍କୃତି ଓ ସଭ୍ୟତାର ଉତ୍ଥାନ ପାଇଁ ପ୍ରତିଟି ମୁହୂର୍ତ୍ତରେ ସମର୍ପିତ ଆଡଭାନୀଙ୍କ ପାଇଁ 'ଭାରତ ରତ୍ନ' ଏକ ଉପଯୁକ୍ତ ସମ୍ମାନ । 

ଅଧିକ ପଢନ୍ତୁ : ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କର ମହାନ ଜୀବନାଦର୍ଶ କୋଟି କୋଟି ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ । ଆଜି ଭାରତ ସରକାରଙ୍କ ତରଫରୁ ତାଙ୍କୁ  ଭାରତ ରତ୍ନରେ ସମ୍ମାନିତ କରାଯିବା ଅତ୍ୟନ୍ତ ଗୌରବର ବିଷୟ । ଏହି ଅଭୂତପୂର୍ବ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Sponsored
The 'charioteer' whose Ram Rath Yatra crafted BJP's rise in 90s | Argus News