ଭୋଜପାଲି ବାବାଙ୍କ ୨୧ ବର୍ଷର ସଂକଳ୍ପ, ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେଲେ କରିବେ ବିବାହ

୨୧ ବର୍ଷରେ ସଂକଳ୍ପ ନେଇଥିଲେ, ୫୧ ବର୍ଷରେ ପୁରା ହେବାକୁ ଯାଉଛି । ଏବଂ ସେ ଶୁଭ ମୁହୁର୍ତ୍ତରେ ସାମିଲ ହେବାପାଇଁ ତାଙ୍କୁ ନିମନ୍ତ୍ରଣ ପତ୍ର ମଧ୍ୟ ଆସିଯାଇଛି । କୁହାଯାଏ ଭକ୍ତିର ଅନେକ ଶକ୍ତି ଥାଏ। ସେହି ଭକ୍ତିର ଶକ୍ତି ହିଁ ବାବାଙ୍କୁ ୩୧ ବର୍ଷର ପ୍ରତୀକ୍ଷା କରାଇଥିଲା । ମାତ୍ର ୨୧ ବର୍ଷରେ ସେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ବିବାହ ନକରିବା ଏବଂ ଅଯୋଧ୍ୟା ନଯିବାର ନିଷ୍ପତ୍ତି ନେଇଥିଲେ । ଆଉ ୫୧ ବର୍ଷରେ ତାଙ୍କ ସଂକଳ୍ପ ପୁରା ହେବାକୁ ଯାଉଛି । ଏବଂ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ତାଙ୍କ ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ଆସିଛି।
ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅନେକ ଭକ୍ତ ଅପେକ୍ଷା କରିଥିଲେ । ହେଲେ ଏହି ବାବା ଏପରି ଜଣେ ଭକ୍ତ ଥିଲେ ଯିଏ, ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ବିବାହ ନକରିବାର ଦୃଢ ନିଷ୍ପତ୍ତି ନେଇଥିଲେ । ଏହି ବାବା ହେଉଛନ୍ତି ରବୀନ୍ଦ୍ର ଗୁପ୍ତା ଓରଫ ଭୋଜପାଲି ବାବା । ଭୋଜପାଲି ବାବା ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ରୁହନ୍ତି । ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସେ କାର୍ଯ୍ୟକର୍ତ୍ତା ଅଟନ୍ତି । ୧୯୯୨ ମସିହାରେ ସେ ବାବରୀ ମସଜିଦ ମାମଲାରେ ଅଯୋଧ୍ୟା ଯାଇଥିଲେ । ସେଠାରେ ସେ ସଂକଳ୍ପ ନେଇଥିଲେ ଯେପର୍ଯ୍ୟନ୍ତ ରାମ ମନ୍ଦିର ପ୍ରତିଷ୍ଠା ହେବନାହିଁ, ସେପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ । ଏହାପରେ ତାଙ୍କ ବିବାହ ପାଇଁ ତାଙ୍କ ପରିବାର ତରଫରୁ ଅନେକ ପ୍ରସ୍ତାବ ମଧ୍ୟ ଆସିଥିଲା , ହେଲେ ସେ ନିଜ ସଂକଳ୍ପରେ ଅଟଳ ରହିଥିଲେ ।
ଦୀର୍ଘ ୩୧ ବର୍ଷପରେ ତାଙ୍କ ସଂକଳ୍ପ ପୁରା ହୋଇଛି । ଆଗାମୀ ଜାନୁଆରୀ ୨୨ ତାରିଖରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେଉଥିବା ବେଳେ ତାଙ୍କ ପାଖକୁ ନିମନ୍ତ୍ରଣ ପତ୍ର ଆସିଛି । ଏବେ ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳସହ ମିଶି ଦେଶର ଶ୍ରୀରାମଭକ୍ତମାନଙ୍କୁ ହଳଦିଆ ଚାଉଳ ବାଣ୍ଟି ନିମନ୍ତ୍ରଣ କରୁଛନ୍ତି । ତେବେ ବାବା ବର୍ତ୍ତମାନ ବିବାହ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି ଏବଂ ସାରା ଜୀବନ ସନାତନ ଧର୍ମର ସେବକ ଭାବେ କାର୍ଯ୍ୟ କରିବୋ ବୋଲି କହିଛନ୍ତି ।