Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୋଟିଏ ଫୋନକଲରେ ଆପଣଙ୍କୁ ମିଳିବ ଜୀବନସାଥୀ, ଯୋଗାଯୋଗ କରନ୍ତୁ...

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଗୋଟିଏ ଫୋନକଲରେ ଆପଣଙ୍କୁ ମିଳିବ ଜୀବନସାଥୀ, ଯୋଗାଯୋଗ କରନ୍ତୁ...

ଅର୍ଗସ ବ୍ୟୁରୋ : ବିବାହ ପାଇଁ ଆଜିକାଲି ଅନେକ ୱେବସାଇଟ ଆସିଲାଣି । ଯେଉଁଥିରେ ଆଶାୟୀ ମାନେ ନିଜ ମନ ପସନ୍ଦର ସାଥୀ ବାଛି ବିବାହ କରୁଛନ୍ତି । ଏବଂ ଏହି ପୁରା ପ୍ରକ୍ରିୟା ପାଇଁ ସମୟ ମଧ୍ୟ ଲାଗିଥାଏ । ହେଲେ ଭୋପାଳରେ "ହମସାଥୀ" ନାମକ ଏକ ସମାଜ କଲ୍ୟାଣ ସମିତି ଦ୍ବାରା ଏକ ନୂଆ ପ୍ରକାର ବିଜ୍ଞାପନ ପ୍ରକାଶ କରାଯାଇଛି । ଯେଉଁଥିରେ ଆପଣ କେବଳ ଏକ ଫୋନ କଲ ମାଧ୍ୟମରେ ହିଁ ନିଜ ଜୀବନସାଥୀ ଖୋଜି ପାରିବେ । 

ଅଧିକ ପଢନ୍ତୁ ଭାରତ ଖବର

ଏହାକୁ ଏକ ଜୟ ମାତା ଦୀ ଡିଜେ ସାଉଣ୍ଡ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ବାରା ଶେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି, "ସାଙ୍ଗ, ଏହା ଆପଣଙ୍କ ପାଇଁ ଅଟେ ।" ଏହି ପୋଷ୍ଟକୁ ଦେଖି ଜଣେ ଲେଖିଛନ୍ତି, ବ୍ୟାଚଲର ମାନେ ଏହି ନମ୍ବରରେ ଫୋନ କରିବେ, ଏବଂ ଖୁଶୀଘ୍ର ବିବାହ କରିବେ । ସେହିପରେ ଆଉ ଜଣେ ଲେଖିଛନ୍ତି, ଏହି ନମ୍ବରରେ ଘୋଟାଲା ଚାଲିଛି । ଏହା ଫେକ ନମ୍ବର ଅଟେ । ଦୟାକରି ଏହି ନମ୍ବରରେ ସମ୍ପର୍କ କରନ୍ତୁ ନାହିଁ । ଆଉ କିଛିଜଣ ଲେଖିଛନ୍ତି , ଏହି ନମ୍ବରରେ କେତେଜଣ ବିବାହ କରିଛନ୍ତି ପ୍ରଥମେ ତାଙ୍କ ଲିଷ୍ଟ ଦିଅନ୍ତୁ, ପରେ ଆମେ ଏହି ନମ୍ବର ଉପରେ ବିଶ୍ବାସ କରିବୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhopal Marriage Bureau Claims One-Call Matchmaking | Argus News