Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭୁବନେଶ୍ୱର ବୋମା ବିସ୍ଫୋରଣ ଘଟଣା, ୟୁପିରୁ ରୋହନକୁ ବାନ୍ଧିଲା NIA

National

NIA Arrests Rohan from UP / ଭୁବନେଶ୍ୱର ବୋମା ବିସ୍ଫୋରଣ ଘଟଣା, ୟୁପିରୁ ରୋହନକୁ ବାନ୍ଧିଲା NIA

Bikash Mohanty
Browse all articles by Bikash Mohanty
·1 hour ago·2 min read
ଭୁବନେଶ୍ୱର ବୋମା ବିସ୍ଫୋରଣ ଘଟଣା,  ୟୁପିରୁ ରୋହନକୁ ବାନ୍ଧିଲା NIA
Blast

Key Points

ଭୁବନେଶ୍ୱର ବୋମା ବିସ୍ଫୋରଣ ଘଟଣା
ଉତ୍ତରପ୍ରଦେଶରୁ ଜଣଙ୍କୁ ଗିରଫ କଲା NIA
ଗିରଫ ଅଭିଯୁକ୍ତ ପଟିଆ ଅଂଚଳର ରୋହନ ରଞ୍ଜନ
ଗତ ଜାନୁଆରୀରେ ସୁନ୍ଦରପଦାରେ ହୋଇଥିଲା ବିସ୍ଫୋରଣ
ଭୁବନେଶ୍ବରା,୦୮/୦୭: ରାଜଧାନୀ ଭୁବନେଶ୍ବରର ଏୟାରଫିଲ୍ଡ ଥାନା ଆଜାଦ ନଗର ବୋମା ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ। ଭୁବନେଶ୍ବରର ପଟିଆର ରୋହନ ରଞ୍ଜନ ରାଉତରାୟକୁ ଗିରଫ କଲା ଏନଆଇଏ। ରୋହନକୁ ୟୁପିରୁ ଗିରଫ କରାଯାଇଛି । ରୋହନର ଘର ପଟିଆରେ । ପୂର୍ବରୁ ଆଜାଦ ନଗରରେ ପହଞ୍ଚି ସରଜମିନ ଯାଞ୍ଚ କରିଥିଲା ଏନଆଇଏ ଟିମ୍ । ବିସ୍ଫୋରଣ ଘଟଣା, ଅପରାଧିକ ଲିଙ୍କ୍, ଆତଙ୍କୀ ହମ୍‌ଲା ସମ୍ପର୍କିତ ତଦନ୍ତ କରୁଛି ଏନଆଇଏ।

ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତା' ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏନଆଇଏ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତର ପୂରା ଭାର କମିଶନରେଟ୍ ପୋଲିସ ଠାରୁ ହାତକୁ ନେଇଛି ।
ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDXର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ୍, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼ । ଠିକ୍ ସେହିପରି ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି ଏନଆଇଏ। ସେପଟେ ଏହି ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପଚରାଉଚରା କରିଛି ଏନଆଇଏ।

ପଢନ୍ତୁ ଏହି ଖବର: ରାଜଧାନୀ ବୋମା ବିସ୍ଫୋରଣ ଘଟଣା,ସାହନୱାଜର ଗାର୍ଲଫ୍ରେଣ୍ଡକୁ ଜେରା କରିବ NIA

ଏୟାରଫିଲଡ଼ ଥାନା ସୁନ୍ଦରପଦାର ଆଜାଦ ନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏହି  ଘଟଣାରେ ଏୟାରଫିଲଡ଼ ଥାନାରେ ପହଁଚି ସମସ୍ତ ଡକ୍ୟୁମେଣ୍ଟ ନେଇଥିଲା ଏନଆଇଏ। ଥାନା ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଲିଙ୍କ ନେଇ ସର୍ଜମିନ ଯାଞ୍ଚ କରିଥିଲା ଏନଆଇଏ। ପୂର୍ବରୁ ମଫି ଓ ତା' ମା'ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏନଆଇଏ ଏ ନେଇ କେସ ନମ୍ବର ୧ / ୨୦୨୬ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ର ପୂର୍ଣ୍ଣ ଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଥିଲା। ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDX ର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ଅଧିକ ଖୋଳତାଡ଼ କରିଥିଲା ଏନଆଇଏ। ଠିକ ସେହିପରି ଏତେ ପରିମାଣର RDX ର ବ୍ୟବହାର ଜଟଣୀ ଅଞ୍ଚଳରେ ହୋଇଥାନ୍ତା ବୋଲି ଖବର ପାଇଛି ଏନଆଇଏ ବୋଲି ଜଣେ ଏନଆଇଏ ଅଧିକାରୀ କହିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored