NIA Investigation / ରାଜଧାନୀ ବୋମା ବିସ୍ଫୋରଣ ଘଟଣା,ସାହନୱାଜର ଗାର୍ଲଫ୍ରେଣ୍ଡକୁ ଜେରା କରିବ NIA
·5 months ago·2 min read

Key Points
ରାଜଧାନୀ ବୋମା ବିସ୍ଫୋରଣର ଜୋରଦାର ତଦନ୍ତ
ତଦନ୍ତ କଲା ଏନଆଇଏ
ମୁଖ୍ୟ ଅଭିଯୁକ୍ତ ସହନୱାଜର ଗାର୍ଲଫ୍ରେଣ୍ଡକୁ ଖୁବଶୀଘ୍ର ହେବ ଜେରା

ଭୁବନେଶ୍ବର,୦୯/୦୪: ରାଜଧାନୀ ବୋମା ବିସ୍ଫୋରଣରେ ତଦନ୍ତକୁ ଜୋରଦାର କଲା ଏନଆଇଏ। ମୁଖ୍ୟ ଅଭିଯୁକ୍ତ ସହନୱାଜ ମଲ୍ଲିକ ଓରଫ ମଫିର ଗାର୍ଲଫ୍ରେଣ୍ଡକୁ ଖୁବଶୀଘ୍ର ହେବ ଜେରା । କମିଶନରେଟ ପୋଲିସ ଠାରୁ ସମସ୍ତ ତଥ୍ୟ ନେଲା ଏନଆଇଏ। ଆନ୍ତଃରାଜ୍ୟ ଲିଙ୍କ ଓ ଜବତ RDX କୁ ନେଇ ଚାଲିଛି ଖୋଳତାଡ଼ । ପ୍ରଚ୍ଛଦପଟରେ ରହି ମଫିକୁ ସାହାଯୋଗ କରିଥିଲେ କିଛି ଯୁବନେତା ।
ଗତ ଜାନୁଆରୀ ୨୭ ତାରିଖରେ ଏୟାରଫିଲଡ଼ ଥାନା ସୁନ୍ଦରପଦାସ୍ଥିତ ଆଜାଦ ନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଆଉ ଏବେ ପାଖାପାଖି ଅଢେ଼ଇ ମାସ ପରେ ବିସ୍ଫୋରଣର ପୋଷ୍ଟମର୍ଟମ୍ । ଏୟାରଫିଲଡ଼ ଥାନାରେ ପହଁଚି ସମସ୍ତ ଡକ୍ୟୁମେଣ୍ଟ ନେଇଛି ଏନଆଇଏ। ଥାନା ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଲିଙ୍କ ନେଇ ସର୍ଜମିନ ଯାଞ୍ଚ କରିଛି ଏନଆଇଏ। ପୂର୍ବରୁ ମଫି ଓ ତା' ମା'ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏନଆଇଏ ଏ ନେଇ କେସ ନମ୍ବର ୧ / ୨୦୨୬ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ର ପୂର୍ଣ୍ଣ ଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଛି । ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDX ର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼। ଠିକ ସେହିପରି ଏତେ ପରିମାଣର RDX ର ବ୍ୟବହାର ଜଟଣୀ ଅଞ୍ଚଳରେ ହୋଇଥାନ୍ତା ବୋଲି ଖବର ପାଇଛି ଏନଆଇଏ ବୋଲି ଜଣେ ଏନଆଇଏ ଅଧିକାରୀ କହିଛନ୍ତି।
ପଢନ୍ତୁ ଏହି ଖବର: ଗୋ ମାଫିଆଙ୍କ ଘରୁ ଖଣ୍ଡା, ବନ୍ଧୁକ, ୫ ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ
ବିସ୍ଫୋରକ ବା ବୋମାରୁ ହେକ୍ସାହାଇଡ୍ରୋ ଟ୍ରାଇନାଇଟ୍ରୋ ଭଳି ରାସାୟନିକ ବ୍ୟବହାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଜାଣିବାକୁ ପାଇଥିଲା ଏନଆଇଏ। ସାମ୍ପୁଲକୁ ରାଜ୍ୟ ଫରେନସିକ ଲ୍ୟାବ କୁ ପଠାଯାଇଥିଲା । ଫରେନସିକ ରିପୋର୍ଟ ଆସିବା ପରେ ବୋମା ବିସ୍ପୋରଣର ଗୁମର ଖୋଲିବା ବୋଲି ଏନଆଇଏ ଆଶା ରଖିଛି । ସେପଟେ ସହଯୋଗୀଙ୍କ ବୟାନ ରେକର୍ଡ ସହ ଜବତ ସିଡ଼ିଆର ରିପୋର୍ଟ ମଧ୍ୟ ଆତଙ୍କିଙ୍କ ମୁଖା ଖୋଲି ଦେଇପାରେ । ଏଭଳି କ୍ଷେତ୍ରରେ ରାଜ୍ୟ ବାହାର ଅପରାଧୀଙ୍କ ସହ ମଫି ଲିଙ୍କ ଓ ଫଣ୍ଡିଂ ନେଇ ହୋଇପାରେ ବ୍ୟାପକ ଖୋଳତାଡ଼ ବୋଲି ବରିଷ୍ଠ ଆଇନଜୀବୀ : ଦିବ୍ୟାନନ୍ଦ ମିଶ୍ର କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଫିର ଗଡ଼ ଫାଦର ପାଲଟିଥିବା କିଛି ଯୁବନେତାଙ୍କୁ ସ୍କାନରକୁ ନେଇଛି ଏନଆଇଏ। ଖୁବଶୀଘ୍ର ସେମାନଙ୍କର ବଢ଼ିପାରେ ଅଡ଼ୁଆ।
Related Topics
Explore more stories