|
logo
Live

Argus News - ୮ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି

National

୮ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି

Jitendra Dash
Browse all articles by Jitendra Dash
·2 years ago·1 min read
୮ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି

ଅର୍ଗସ ବ୍ୟୁରୋ : ଭାରତ ସରକାରଙ୍କ ବଡ କୁଟନୈତିକ ବିଜୟ । କତାରରେ ଗୁଇନ୍ଦାଗିରି ଅଭିଯୋଗରେ ଫାଶୀ ଦଣ୍ଡାଦେଶ ପାଇଥିବା ନୌସେନାର ୮ ପୂର୍ବତନ କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି । କତାର କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି । ସେମାନଙ୍କୁ ମୁକ୍ତ କରିବାକୁ ଯଥାସମ୍ଭବ ଚେଷ୍ଟା ମଧ୍ୟ ଜାରି ରହିଛି । 

କତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି-କ୍ୟାପ୍ଟେନ ନବତେଜ ସିଂ ଗିଲ୍, କ୍ୟାପ୍ଟେନ ସୌରଭ ବଶିଷ୍ଠ, କ୍ୟାପ୍ଟେନ ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗ୍ନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତ, କମାଣ୍ଡର ନାଗପାଲ ଓ ସେଲର ରାଗେଶ । ଏ ସମସ୍ତେ ଅବସର ପରେ କତାରର ଦୋହା ଗ୍ଲୋବାଲ୍ ଟେକ୍ନୋଲଜି ଆଣ୍ଡ କନସଲଟେନ୍ସି ନାମକ ଏକ କମ୍ପାନୀରେ କାମ କରୁଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା । ଅକ୍ଟୋବର ୨୬ରେ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଭାରତୀୟ ଦୂତାବାସକୁ ସେପ୍ଟେମ୍ୱର ମଧ୍ୟରେ ପ୍ରଥମ ଥର ପାଇଁ ଏହି ଗିରଫଦାରୀ ବିଷୟରେ କୁହାଯାଇଥିଲା ।

Sponsored
୮ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି | Argus News