Love Gill Crying / ବିଗ୍ ବସ୍ରେ ଲଭ୍ ଗିଲ୍ଙ୍କ ଇମେଜ୍ ଖରାପ! ୧୨ କୋଟି ଲୋକଙ୍କ ଆଗରେ କାନ୍ଦିଲେ ଅଭିନେତ୍ରୀ
·1 hour ago·2 min read

Key Points
ବିଗ୍ ବସ୍ର ଘରେ ପୁଣି ହଙ୍ଗାମା !
ଏଥର ସମ୍ପର୍କ, ଭାବନା ଓ ଚରିତ୍ରକୁ ନେଇ ଉଠିଛି ବଡ଼ ପ୍ରଶ୍ନ
୧୨ କୋଟି ଲୋକଙ୍କ ଆଗରେ କାନ୍ଦିଲେ ଅଭିନେତ୍ରୀ ଲଭ

ମୁମ୍ବାଇ,୨୬/୧୦ ବିଗ୍ ବସ୍ର ଘରେ ପୁଣି ହଙ୍ଗାମା ! ଏଥର ସମ୍ପର୍କ, ଭାବନା ଓ ଚରିତ୍ରକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ୱିକେଣ୍ଡ୍ କା ୱାର୍ ଏପିସୋଡ୍ରେ ଅଭିନେତ୍ରୀ ଲଭ୍ ଗିଲ୍ ଏବଂ ଗେମର୍ ସ୍କାଉଟ୍ ଓପି ଓରଫ୍ ତନ୍ମୟଙ୍କ ସମ୍ପର୍କକୁ ନେଇ ଏପରି ଏକ ଘଟଣା ଘଟିଛି, ଯାହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ସ୍କାଉଟ୍ଙ୍କ ପ୍ରେମିକା କାଶଭି ହିରନନ୍ଦାନିଙ୍କ କଡ଼ା ମନ୍ତବ୍ୟ ପରେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି ଲଭ୍।
ଲଭ୍ଙ୍କ ଆଚରଣକୁ ନେଇ ଉଠିଲା ପ୍ରଶ୍ନ
ୱିକେଣ୍ଡ୍ କା ୱାର୍ ଏପିସୋଡ୍ରେ ଲଭ୍ ଓ ସ୍କାଉଟ୍ଙ୍କ ମଧ୍ୟରେ ଥିବା ଘନିଷ୍ଠତାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ସମୟରେ ଶୋ’ର ହୋଷ୍ଟ ରୋହିତ ଶେଟ୍ଟୀ ମଧ୍ୟ ଲଭ୍ଙ୍କୁ ତାଙ୍କ ଆଚରଣକୁ ନେଇ ତାଗିଦ୍ କରିଥିବା ଜଣାପଡ଼ିଛି। ଶୋ’କୁ କୋଟି କୋଟି ଦର୍ଶକ ଦେଖୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ଓ ବ୍ୟବହାର ଦର୍ଶକଙ୍କ ଉପରେ ପ୍ରଭାବ ପକାଏ ବୋଲି ସେ ବୁଝାଇଥିଲେ।
ସ୍କାଉଟ୍ଙ୍କ ପ୍ରେମିକାଙ୍କ କଡ଼ା ଚେତାବନୀ
ଏହି ଘଟଣାରେ ସ୍କାଉଟ୍ଙ୍କ ପ୍ରେମିକା କାଶଭି ହିରନନ୍ଦାନି ମଧ୍ୟ ମୁହଁ ଖୋଲିଥିଲେ। ଲଭ୍ଙ୍କ ଆଚରଣକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ସ୍କାଉଟ୍ଙ୍କୁ ମଧ୍ୟ ତାଙ୍କ ବ୍ୟବହାର ସୁଧାରିବାକୁ ଚେତାବନୀ ଦେଇଥିଲେ। ସମ୍ପର୍କରେ ସମ୍ମାନ ଓ ସୀମାରେଖା ରକ୍ଷା କରିବା ଜରୁରୀ ବୋଲି ସେ ସ୍ପଷ୍ଟ କରିଥିବା ପ୍ରୋମୋରୁ ଜଣାପଡ଼ିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର : ବୋମା ଧମକକୁ ଖାତିର କଲେନି ବିଗ ବି, ଜଲସା ବାହାରେ ପ୍ରଶଂସକଙ୍କୁ ଭେଟିଲେ ଅମିତାଭ ବଚ୍ଚନ
‘ମୋ କ୍ୟାରିୟର ନଷ୍ଟ କରିଦେଲ’
ଏହି ସମସ୍ତ ଘଟଣା ପରେ ଲଭ୍ ଗିଲ୍ ଭାବପ୍ରବଣ ହୋଇପଡ଼ିଥିଲେ। ସ୍କାଉଟ୍ଙ୍କ ସହ କଥା ହେବା ସମୟରେ ସେ ନିଜ ଦୁଃଖ ପ୍ରକାଶ କରି କହିଥିଲେ ଯେ ଏହି ଘଟଣା ତାଙ୍କ ସମ୍ମାନ ଓ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ। ନିଜ ଭାବନା ବ୍ୟକ୍ତ କରୁଥିବା ସମୟରେ ସେ କାନ୍ଦି ପକାଇଥିଲେ। ବିଗ୍ ବସ୍ ଘରର ଏହି ଘଟଣା ଏବେ ଦର୍ଶକଙ୍କ ମଧ୍ୟରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଆଗାମୀ ଏପିସୋଡ୍ରେ ଏହି ବିବାଦ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related Topics
Explore more stories