Ravan Podi / ଦଶହରା ପାଇଁ ସରିଥିଲା ସବୁ ପ୍ରସ୍ତୁତି, କିନ୍ତୁ ପ୍ରବଳ ବର୍ଷା ଭାଙ୍ଗିଦେଲା ରାବଣର ମୁଣ୍ଡ

Key Points
ରାବଣ ପୋଡ଼ି ପାଇଁ ସରିଥିଲା ସବୁ ପ୍ରସ୍ତୁତି । କିନ୍ତୁ ବର୍ଷା ସରିଦେଲା ସବୁକିଛି । ପୋଡ଼ିବା ଆଗରୁ ଭାଙ୍ଗିଗଲା ରାବଣର ମୁଣ୍ଡ ।
ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ । ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ । ମଣ୍ଡପରେ ଚାଲିଛି ମହିଷା ମର୍ଦ୍ଦିନୀଙ୍କ ସ୍ବତନ୍ତ୍ର ନୀତିକାନ୍ତି । ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି ।
ବିଜୟା ଦଶମୀ ଅବସରରେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ମଧ୍ୟ ଆୟୋଜନ କରାଯାଉଛି । ଦଶହରା ଅବସରରେ ପାଟନାର ଗାନ୍ଧୀ ମଇଦାନରେ ରାବଣ ଦହନ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ଏହି ସମୟରେ ହଠାତ୍ ଆକାଶରେ କଳା ମେଘ ଘୋଟି ଆସିଲା ଆଉ ମୁସଳ ଧାରାରେ ବର୍ଷା ହୋଇଥିଲା । ଯାହାଫଳରେ ଆତସବାଜିରେ ସଜ୍ଜିତ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ବିଶାଳ ପ୍ରତିମାଗୁଡ଼ିକ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା । ବର୍ଷା ଏତେ ପରିମାଣରେ ହୋଇଥିଲା ଯେ ରାବଣର ମୁଣ୍ଡ ପୋଡ଼ିବା ପୂର୍ବରୁ ଭାଙ୍ଗିଯାଇଥିଲା ।
ଅଧିକ ପଢ଼ନ୍ତୁ: ଋଷ ଖେଳୁଛି ଡବଲ୍ ଗେମ୍ ! ମନା କରିବା ସତ୍ତ୍ବେ ପାକିସ୍ତାନକୁ ଦେବେ ଯୁଦ୍ଧ ବିମାନ ଇଞ୍ଜିନ୍
ସୂଚନା ଅନୁସାରେ, ବିଜୟାଦଶମୀ ଅବସରରେ ଗାନ୍ଧି ମଇଦାନରେ ଏକ ବଡ଼ ରାବଣ ପୋଡ଼ି ଉତ୍ସବ ଆୟୋଜନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ରାବଣ ପୋଡ଼ି ଉତ୍ସବରେ ଯୋଗ ଦେବାର ଥିଲା । କିନ୍ତୁ ବର୍ଷା ସବୁକିଛି ବ୍ୟାହତ କରିଛି । ପ୍ରବଳ ବର୍ଷା ରାବଣ ପୋଡ଼ି ଉତ୍ସବ ଦେଖିବାକୁ ଆସିଥିବା ଲୋକଙ୍କ ଉତ୍ସାହକୁ କମ୍ କରିଦେଲା । ପ୍ରବଳ ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକମାନେ ନିରାପଦ ସ୍ଥାନକୁ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା ।
📱 Get Argus News App
✨ତେବେ ବର୍ଷା କମିବା ପରେ ରାବଣ ପୋଡ଼ି ଉତ୍ସବର ପ୍ରସ୍ତୁତି ନୂତନ ଭାବରେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମେତ ଅନେକ ଭିଆଇପି ଯୋଗ ଦେଉଛନ୍ତି। ଏପରି ପରିସ୍ଥିତିରେ ବର୍ଷା ଯୋଗୁଁ ଆୟୋଜକ ଏବଂ ସ୍ଥାନୀୟ ପ୍ରଶାସନ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେପଟେ ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ ବିହାର ସରକାରଙ୍କୁ ଏନେଇ ସତର୍କ କରାଇଛି । ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ବିହାରରେ ମୌସୁମୀ ପୂର୍ଣ୍ଣ ସକ୍ରିୟ ରହିବ । ସାରା ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ପାଣିପାଗ ବିଭାଗ ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳବନ୍ଦୀ ଏବଂ ବନ୍ୟା ହୋଇପାରେ । ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ସେହିପରି ପାଣିପାଗ ବିଭାଗ ମଧ୍ୟ ବଜ୍ରପାତ ସତର୍କତା ଜାରି କରିଛି । ବିହାରର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସତର୍କତା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବେଗୁସୁରାଇ, ମୁଜାଫରପୁର, ଖଗାରିଆ, ସୀତାମାଢ଼ି, ଦରଭଙ୍ଗା, ସମସ୍ତିପୁର, ଶେଖପୁରା, ଶିବହର, ବୈଶାଳୀ, ମଧୁବଣୀ, ନାଳନ୍ଦା, ଗୋପାଳଗଞ୍ଜ ଏବଂ ପାଟନାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇଛି।
Related Topics
Explore more stories