Bihar Election / ବିହାରରେ ପ୍ରାଥମିକ ପର୍ଯ୍ୟାୟରେ ଆଗରେ ଏନଡିଏ
·8 months ago·2 min read

Key Points
ବିହାରରେ କାହାର ସରକାର ?
ସକାଳ ୯ଟା ସୁଦ୍ଧା ଆଗରେ ରହିଛି ଏନଡିଏ
ସକାଳ ୯ଟା ସୁଦ୍ଧା ଆଗରେ ରହିଛି ଏନଡିଏ
ଦୀର୍ଘଦିନ ଧରି ବିହାର ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାର ଶୁକ୍ରବାର ଅବସାନ ଘଟିବ। ବିହାର ଫଳାଫଳ ଉପରେ ଦେଶବ୍ୟାପୀ ସମସ୍ତଙ୍କ ନଜର ରହିଛି। ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୮ଟାରୁ ପୋଷ୍ଟାଲ ବାଲାଟ, ସାଢ଼େ ୮ଟାରୁ EVM ଗଣତି ଆରମ୍ଭ ହୋଇଛି । ମୋଟ୍ ୪୬ କାଉଣ୍ଟିଂ ସେଣ୍ଟରରେ ଭୋଟ୍ ଗଣତି ହୋଇଛି । ଏନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୮ ଜିଲ୍ଲାରେ ଭୋଟ୍ ଗଣତି ପାଇଁ ୪୬ଟି ମତଗଣନା କେନ୍ଦ୍ର କରାଯାଇଛି । ସାଧାରଣତଃ ଗୋଟିଏ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟ ସହିତ ସବଡିଭିଜନରେ ମଧ୍ୟ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିସନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି ।
ନେତାଙ୍କ ଛାତି ଧଡଧଡ । କିଏ ଗଢିବ ସରକାର ଏମିତି ଅନେକ ଆକଳନ । ବିହାର ବିଧାନସଭାର ୨୪୩ ଆସନରେ ମତଦାନ ଶେଷ ପରେ ଏବେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏକଜିଟ୍ ପୋଲ ଆସି ସାରିଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ବିହାରରେ NDA ଆଗରେ ରହିଛି । ମହାଗଠବନ୍ଧନଠାରୁ ଆଗରେ ଚାଲିଛି NDA ।
ତେବେ ସକାଳ ୯ଟା ସୁଦ୍ଧା NDA ୧୨୨ ସିଟ୍ରେ ଆଗରେ ରହିଛି। ଟ୍ରେଣ୍ଡ କରୁଛି NDA । ପ୍ରାଥମିକ ପର୍ଯ୍ୟାୟରେ ଏନଡିଏ ଆଗରେ ରହିଛି । ସେପଟେ କିନ୍ତୁ ପଛରେ ରହିଯାଇଛି କଂଗ୍ରେସ । ଦଳ ମାତ୍ର ଗୋଟିଏ ଆସନରେ ଆଗୁଆ ରହିଛି । ଅନ୍ୟମାନେ ଦୁଇଟି ଆସନରେ ଅଗ୍ରଣୀ ଲାଭ କରିଛନ୍ତି । ଅପରାହ୍ଣ ୨ଟା ସୁଦ୍ଧା ବିହାରରେ ସରକାର କିଏ ଗଢ଼ିବ, କେଉଁ ଆସନରେ କିଏ ବିଜୟୀ ହେବ ସ୍ପଷ୍ଟ ଚିତ୍ର ଆସିଯିବା ସମ୍ଭାବନା ରହିଛି ।
ଏଥିସହ ପଢ଼ନ୍ତୁ: ଆଜି ବିହାର ଭୋଟ୍ ଗଣତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କହିବାକୁ ଗଲେ ବିହାର ଜନତା ଦୁଇଟି ପର୍ଯ୍ୟାୟରେ ବମ୍ପର ଭୋଟିଂ କରିଛନ୍ତି । ୧୧ ତାରିଖରେ ମତଦାନ ସରିବା ପରେ ବିଭିନ୍ନ ସଂସ୍ଥାର ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରିପୋର୍ଟ ସାମ୍ନାକୁ ଆସିଥିଲା । ବୁଥ ବାହୁଡ଼ା ମତରେ ଏନଡିଏକୁ ବହୁମତ ଦେଇଛନ୍ତି ବିଭିନ୍ନ ସଂସ୍ଥା । ଏଥର ପୋଷ୍ଟାଲ ବାଲାଟର ଗଣତି ନିୟମକୁ ପରିବର୍ତ୍ତନ କରାଯାଇଛି । ଶେଷ ଦୁଇ ରାଉଣ୍ଡ ଗଣତି ପୂର୍ବରୁ ପୋଷ୍ଟାଲ ବାଲାଟର ଗଣତି ହେବ । ଯେତେ ଗଣତି ରାଉଣ୍ଡ ଆଗକୁ ବଢିବ ବିଧାନସଭା ଆସନରେ ଫଳାଫଳ ସେତେ ସ୍ପଷ୍ଟ ହେବାରେ ଲାଗିବ ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories