Bihar Election Results / ବିହାର ନିର୍ବାଚନ: ଡବଲ୍ ସେଞ୍ଚୁରୀ ପାର୍ କଲା NDA, ଜାଣନ୍ତୁ କ'ଣ ରହିଛି କଂଗ୍ରେସ ସ୍ଥିତି
·4 months ago·2 min read

Key Points
ବିହାରରେ ଜାରି ରହିଛି ଭୋଟ୍ ଗଣତି । ୨୦୦ ଆସନରେ ଆଗୁଆ ରହିଛି NDA । ଜାଣନ୍ତୁ କ'ଣ ରହିଛି ମହାଗଠବନ୍ଧନର ସ୍ଥିତି ।
ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ପରେ ଇଭିଏମ୍ ଖୋଲିଛି । ତେବେ ଏହାରି ମଧ୍ୟରେ ପ୍ରାୟ ୫ ଘଣ୍ଟା ଧରି ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିହାରରେ NDAକୁ ପ୍ରଚଣ୍ଡ ବହୁମତ ମିଳୁଛି । ଏପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁସାରେ NDA ୨୦୧ ଆସନରେ ଆଗୁଆ ରହିଛି । ସେହିପରି ମହାଗଠବନ୍ଧନ ମାତ୍ର ୩୭ ଆସନରେ ଆଗୁଆ ରହିଛି ।
ବିହାରରେ ସରକାର କରିବା ପାଇଁ ୧୨୨ ଆସନ ଜିତିବା ଆବଶ୍ୟକ । ଆଉ ଯଦି ପ୍ରଥମ ଚାରି ଘଣ୍ଟାର ଟ୍ରେଣ୍ଡ ଦେଖିବା ତାହାଲେ ବିହାରରେ ପୁଣି ଥରେ NDA ସରକାର କରିବ । ସେପଟେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିହାରର ପ୍ରାରମ୍ଭିକ ଟ୍ରେଣ୍ଡ ଦର୍ଶାଉଛି ଯେ ବିଜେପି ସବୁଠାରୁ ବଡ଼ ଦଳ ଭାବରେ ଉଭା ହେଉଛି ।
ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ କେଉଁ ଦଳ-କେତେ ଆସନରେ ଆଗୁଆ
NDA
BJP - ୯୧
JDU - ୮୦
LJPRV - ୨୨
HAM (S) - ୫
RLM - ୩
ମହାଗଠବନ୍ଧନ
RJD - ୨୮
କଂଗ୍ରେସ - ୪
CPI (ML) - ୪
CPI (M) - ୧
ଅନ୍ୟ
AIMIM - ୫
ସୂଚନା ଅନୁସାରେ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ନଭେମ୍ବର ୬ରେ ପ୍ରଥମ ଓ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବିହାର ବିଧାନସଭା ନିର୍ବାଚନରେ ୨୭ ମନ୍ତ୍ରୀ, ୧୧ ପୂର୍ବତନ ସାଂସଦ ଓ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିଥିବା ୨୭ ଲୋକସଭା ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ସେପଟେ ଚଳିତ ବିହାର ବିଧାନସଭା ନିର୍ବାଚନ ଅନେକ ରେକର୍ଡ ସୃଷ୍ଟି କରିଛି । ବିହାରର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ୬୭.୧୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଏହା ବ୍ୟତୀତ ବିହାରର କୌଣସି ମତଦାନ କେନ୍ଦ୍ରରେ ପୁନଃ ମତଦାନ ଆବଶ୍ୟକ ନଥିଲା। ମତଦାନ ସମୟରେ ହିଂସାର ମଧ୍ୟ ଶୂନ୍ୟ ଘଟଣା ଘଟିଥିଲା। ସାମଗ୍ରିକ ଭାବରେ, ଏହି ନିର୍ବାଚନରେ ଏକ ସ୍ୱଚ୍ଛ ଏବଂ ହିଂସାମୁକ୍ତ ଭାବେ ଶେଷ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories