Bihar Election Results / ରାଘେପୁର ଆସନରୁ ତେଜସ୍ବୀ ଯାଦବ ପଛୁଆ, ଆଗରେ ବିଜେପି
·8 months ago·2 min read

Key Points
ବିହାର ବିଧାନସଭା ନିର୍ବାଚନ ରେଜଲ୍ଟ । ରାଘେପୁର ଆସନରୁ ତେଜସ୍ବୀ ଯାଦବ ପଛୁଆ । ଆଗରେ ବିଜେପି ।
ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ପରେ ଇଭିଏମ୍ ଖୋଲିଛି । ତେବେ ଏହାରି ମଧ୍ୟରେ ବିହାର ନିର୍ବାଚନ ଫଳାଫଳ ପାଇଁ ଦୁଇ ଘଣ୍ଟା ଗଣନା ଶେଷ ହୋଇଛି । ଦୁଇ ଘଣ୍ଟାର ଟ୍ରେଣ୍ଡରେ ବିହାରରେ NDA ବହୁମତ ହାସଲ କରିଛି ।
ସବୁଠୁ ବଡ଼ କଥା ହେଉଛି ମହାଗଠବନ୍ଧନ ଚଳିତ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ କରିବା ସହ ତାଙ୍କ ନେତା ମଧ୍ୟ ପଛୁଆ ରହିଛନ୍ତି । ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ପଛୁଆ ରହିଛନ୍ତି । ରାଘେପୁର ଆସନରୁ ପଛୁଆ ରହିଛନ୍ତି ତେଜସ୍ବୀ । ତିନି ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ତେଜସ୍ବୀ ୧୨୭୩ ଖଣ୍ଡ ଭୋଟ୍ରେ ପଛୁଆ ରହିଛନ୍ତି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥ ସତୀଶ କୁମାର ୧୨ ହଜାର ୨୩୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ତେଜସ୍ବୀ ଯାଦବ ୧୦ ହଜାର ୯୫୭ ଖଣ୍ଡ ଭୋଟ୍ ପାଇଛନ୍ତି ।
ତେଜସ୍ୱୀ ୨୦୨୦ ନିର୍ବାଚନରେ ସତୀଶ କୁମାର ଯାଦବଙ୍କୁ ମଧ୍ୟ ପରାସ୍ତ କରିଥିଲେ । କିନ୍ତୁ ସତୀଶ ୨୦୧୦ରେ ଏହି ସମାନ ଆସନରେ ରାବରୀ ଦେବୀଙ୍କୁ ୧୩,୦୦୬ ଭୋଟରେ ପରାସ୍ତ କରିଥିଲେ । ସେହି ବିଜୟ ପରେ ସେ ଅଞ୍ଚଳର ଜଣେ ଦୃଢ଼ ନେତା ଭାବରେ ଉଭା ହୋଇଥିଲେ । ଯଦିଓ ସେ ସେତେବେଳେ ଜେଡିୟୁ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥର କିନ୍ତୁ ହାଇଭେଲଟେଜ୍ ଆସନ ରାଘେପୁରରୁ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା ।
ସୂଚନା ଅନୁସାରେ ବିହାରରେ ସରକାର କରିବା ପାଇଁ ୧୨୨ ଆସନ ଜିତିବା ଆବଶ୍ୟକ । ଆଉ ଯଦି ପ୍ରାଥମିକ ଟ୍ରେଣ୍ଡକୁ ଦେଖିବା ତାହାଲେ NDA ୧୯୦ ଆସନରେ ଆଗୁଆ ରହିଥିବା ବେଳେ ମହାଗଠବନ୍ଧନ ୪୯ ଆସନରେ ଆଗୁଆ ରହିଛି । ଯଦି ପ୍ରାଥମିକ ଟ୍ରେଣ୍ଡ ଦେଖିବା ତାହାଲେ ବିହାରରେ ପୁଣି ଥରେ ବଡ଼ ବହୁମତ ସହ NDA ସରକାର କରିବ ।
NDA
BJP - ୮୪
JDU - ୭୬
LJPRV - ୨୩
HAM (S) - ୪
RLM - ୩
ମହାଗଠବନ୍ଧନ
RJD - ୩୫
କଂଗ୍ରେସ - ୭
CPI (ML) - ୬
CPI (M) - ୧
ସୂଚନା ଅନୁସାରେ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ନଭେମ୍ବର ୬ରେ ପ୍ରଥମ ଓ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବିହାର ବିଧାନସଭା ନିର୍ବାଚନରେ ୨୭ ମନ୍ତ୍ରୀ, ୧୧ ପୂର୍ବତନ ସାଂସଦ ଓ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିଥିବା ୨୭ ଲୋକସଭା ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories