11 Doctors Dismissed / ସ୍ୱାସ୍ଥ୍ୟ ବିଭାଗର ବଡ଼ ଆକ୍ସନ୍, ଡ୍ୟୁଟିରୁ ଗାଏବ ୧୧ ଡାକ୍ତର ବହିଷ୍କୃତ
·21 mins ago·2 min read

Key Points
ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା।
୧୧ ଜଣ ସରକାରୀ ଡାକ୍ତରଙ୍କୁ ଚାକିରିରୁ ବହିଷ୍କୃତ
ଦୀର୍ଘଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବାରୁ ବହିଷ୍କୃତ
ବିହାର ସରକାରର ସ୍ୱାସ୍ଥ୍ୟ ବିଭାଗର କଠୋର ନିଷ୍ପତ୍ତି

ପାଟନା: ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା। ଦୀର୍ଘଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବାରୁ ୧୧ ଜଣ ସରକାରୀ ଡାକ୍ତରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। କ୍ୟାବିନେଟ୍ର ମଞ୍ଜୁରୀ ପରେ ବିହାର ସରକାରର ସ୍ୱାସ୍ଥ୍ୟ ବିଭାଗ ଏହି କଠୋର ନିଷ୍ପତ୍ତି ନେଇଛି। ଏନେଇ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାର।
ସରକାରୀ ଚାକିରିରେ ରହି ଦୀର୍ଘଦିନ ଧରି ଡ୍ୟୁଟିରୁ ଗାଏବ ରହିବା ଏବଂ ନିଜ କର୍ତ୍ତବ୍ୟ ପାଳନ ନକରିବାକୁ ଗୁରୁତର ସହ ନେଇଛନ୍ତି ସରକାର। କ୍ୟାବିନେଟ୍ର ଅନୁମୋଦନ ପରେ ଏହି ୧୧ ଜଣ ଡାକ୍ତରଙ୍କ ବିରୋଧରେ ଚାକିରିରୁ ବହିଷ୍କାର ଭଳି ବଡ଼ ପଦକ୍ଷେପ ନିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାର କହିଛନ୍ତି, ଡାକ୍ତରୀ ବୃତ୍ତି କେବଳ ଏକ ଚାକିରି ନୁହେଁ, ବରଂ ଏହା ମାନବ ସେବାର ଏକ ମହାନ ସଂକଳ୍ପ। ଜଣେ ଡାକ୍ତରଙ୍କ ଉପରେ ଅନେକ ରୋଗୀଙ୍କ ଜୀବନ ନିର୍ଭର କରେ। ଏଭଳି ସ୍ଥିତିରେ ଦୀର୍ଘଦିନ ଧରି ଡ୍ୟୁଟିରୁ ଅନୁପସ୍ଥିତ ରହିବା ଏବଂ ନିଜ ଦାୟିତ୍ୱ ପ୍ରତି ଅବହେଳା କରିବା ଆଦୌ ଗ୍ରହଣୀୟ ନୁହେଁ।
ପଢନ୍ତୁ ଏହି ଖବର: ଏଣିକି ଗୁରୁଗ୍ରାମରେ ଧୂମପାନ ମନା! ସାର୍ବଜନୀନ ସ୍ଥାନରେ ଧରାପଡ଼ିଲେ ଦେବ ୨୦୦ ଟଙ୍କା ଜରିମାନା
ଏଭଳି ଅବହେଳା କରୁଥିବା ଡାକ୍ତରଙ୍କ ବିରୋଧରେ ନିୟମ ଅନୁଯାୟୀ କଠୋର ପଦକ୍ଷେପ ନେବା ଜରୁରୀ ଥିଲା ବୋଲି ମନ୍ତ୍ରୀ ନିଶାନ୍ତ କୁମାର ସ୍ପଷ୍ଟ କରିଛନ୍ତି। ଏଥିସହ ରାଜ୍ୟର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସଚ୍ଚୋଟତା, ନିଷ୍ଠା ଏବଂ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବାକୁ ଅପିଲ୍ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାରୀ ଡାକ୍ତରଖାନାରେ ଶୃଙ୍ଖଳା ଉପରେ ଫୋକସ୍ କରିଛି ବିହାର ସରକାର। ସାଧାରଣ ଲୋକଙ୍କୁ ଉନ୍ନତ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ବିହାର ସରକାରଙ୍କ ପ୍ରାଥମିକତା। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗରେ ଶୃଙ୍ଖଳା ଓ ଉତ୍ତରଦାୟିତ୍ୱ ରହିବା ଜରୁରୀ। ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀ ଯେପରି ହଇରାଣ ନହୁଅନ୍ତି, ସେଥିପ୍ରତି ସରକାର ଗୁରୁତ୍ୱ ଦେଇଛନ୍ତି।
୧୧ ଜଣ ଡାକ୍ତରଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଅନ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏକ ସ୍ପଷ୍ଟ ବାର୍ତ୍ତା। ସରକାରୀ ଦାୟିତ୍ୱରେ ଅବହେଳା କଲେ କାହାକୁ ଛଡ଼ାଯିବ ନାହିଁ ବୋଲି ଏହି ପଦକ୍ଷେପ ଜରିଆରେ ସରକାର ସ୍ପଷ୍ଟ କରିଛନ୍ତି।

Related Topics
Explore more stories