Gurugram No Smoking Zone / ଏଣିକି ଗୁରୁଗ୍ରାମରେ ଧୂମପାନ ମନା! ସାର୍ବଜନୀନ ସ୍ଥାନରେ ଧରାପଡ଼ିଲେ ଦେବ ୨୦୦ ଟଙ୍କା ଜରିମାନା
·53 mins ago·2 min read

Key Points
ଗୁରୁଗ୍ରାମ ନଗର ନିଗମ ସହରର ସମସ୍ତ ସାର୍ବଜନୀନ ସ୍ଥାନକୁ ନୋ ସ୍ମୋକିଂ ଜୋନ୍ ଘୋଷଣା କରିଛି। ପାର୍କ, ବଜାର, ବସ୍ଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଧୂମପାନ କଲେ COTPA ଆଇନ ଅନୁଯାୟୀ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ। ୧୫ ଦିନ ମଧ୍ୟରେ ସଚେତନତା ବୋର୍ଡ ଲଗାଯିବ।
ଗୁରୁଗ୍ରାମ, ହରିୟାନା: ମୁଖ ଆର୍ଥିକ ଏବଂ ପ୍ରଯୁକ୍ତିବିଦ୍ୟା (IT) କେନ୍ଦ୍ର ଗୁରୁଗ୍ରାମର ପାର୍କ, ବଜାର ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ଧୂମପାନ କରିବା ଏବେ ମହଙ୍ଗା ପଡ଼ିପାରେ। ଗୁରୁଗ୍ରାମ ନଗର ନିଗମ ସହରର ସମସ୍ତ ସାର୍ବଜନୀନ ସ୍ଥାନକୁ ଧୂମପାନ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରିଛି। ଏହି ନିୟମ ନଗର ନିଗମ କମିଶନର ଦେଇଥିବା ନିର୍ଦ୍ଦେଶ ପରେ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ସାର୍ବଜନୀନ ସ୍ଥାନରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଠାରୁ ୨୦୦୩ COTPA ଆଇନ ଅନୁଯାୟୀ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ସ୍ଥାନୀୟ ବାସିନ୍ଦା ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ, ସେମାନେ ଏହି ନିୟମକୁ କଡ଼ାକଡ଼ି ଭାବରେ ଲାଗୁ କରିବାକୁ ମଧ୍ୟ ଦାବି କରିଛନ୍ତି।
ନଗର ନିଗମ ଦ୍ୱାରା ଜାରି ହୋଇଥିବା ଏହି ନିର୍ଦ୍ଦେଶ ବଜାର, ବସ୍ ଷ୍ଟାଣ୍ଡ, ବସ୍ ଷ୍ଟପ୍, ପାର୍କ, ଗ୍ରୀନ୍ ବେଲ୍ଟ, ଖେଳ ପଡ଼ିଆ ଏବଂ ସାର୍ବଜନୀନ ପରିବହନ ବ୍ୟବସ୍ଥା ରହିଥିବା ସଆଦି ସ୍ଥାନରେ କଡ଼ାକଡ଼ି ଭାବରେ ଲାଗୁ କରାଯିବା। ନଗର ନିଗମ କାର୍ଯ୍ୟାଳୟ, ସାମୁଦାୟିମ୍ପ୍ରଦାୟ କେନ୍ଦ୍ର, ପାଠାଗାର, ଚିକିତ୍ସାଳୟ, ପାର୍କିଂ ସ୍ଥାନ ଏବଂ ସାର୍ବଜନୀନ ଶୌଚାଳୟରେ ମଧ୍ୟ ଧୂମପାନକୁ କଡ଼ାକଡ଼ି ଭାବରେ ନିଷେଧ କରାଯିବ। ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ସାର୍ବଜନୀନ ସ୍ଥାନରେ ପିଇବା ଶେଷ ହୋଇ ସାରିବା ପରେ ସିଗାରେଟ୍-ବିଡ଼ି ଟୁକୁଡ଼ା ଫିଙ୍ଗିବା କିମ୍ବା ତମାଖୁ ଛେପ ପକାଇବା ଉପରେ ମଧ୍ୟ ଜରିମାନା ଲାଗୁ କରାଯାଇ ପାରିବ।
ଏହା ସହ ପଢନ୍ତୁ: ବିସଲେରି ପାଣିକୁ ନେଇ ବଡ଼ ବିବାଦ: FSSAI ଆକ୍ସନ୍ ପରେ କମ୍ପାନୀ ରଖିଲା ଜବାବ
ଆସନ୍ତା ୧୫ ଦିନ ମଧ୍ୟରେ ମଧ୍ୟରେ ପ୍ରମୁଖ ସାର୍ବଜନୀନ ସ୍ଥାନରେ "ନୋ ସ୍ମୋକିଂ ଜୋନ୍" (No Smoking Zone) ସୂଚନା ବୋର୍ଡ ଲଗାଇବାକୁ ନଗର ନିଗମ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଅଧିକାରୀଙ୍କୁ ସେମାନଙ୍କ ନିଜ ନିଜ ଅଞ୍ଚଳରେ ନିୟମ ଲାଗୁ କରିବାର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏନେଇ ସହର ବାସିନ୍ଦା କହିଛନ୍ତି ଯେ ସାର୍ବଜନୀନ ସ୍ଥାନରେ ଧୂମପାନ କରିବା ଦ୍ୱାରା ଆଖପାଖରେ ଉପସ୍ଥିତ ରହିଥିବା ଲୋକ, ବିଶେଷକରି ଛୋଟ ପିଲା, ମହିଳା ଏବଂ ବୟସ୍କ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ସେମାନ ଅନୁମାନ କରୁଛନ୍ତି ଯେ ଏହି ନିଷ୍ପତ୍ତି ସହରକୁ ସ୍ୱଚ୍ଛ ଏବଂ ସୁସ୍ଥ କରିବା ଦିଗରେ ଏକ ଭଲ ପଦକ୍ଷେପ। ହେଲେ ଏହି ନିୟମକୁ କଡ଼ାକଡ଼ି ଭାବରେ ଲାଗୁ କରାଗଲେ ଯାଇ ଏହାର ପ୍ରକୃତ ପ୍ରଭାବ ଦୃଶ୍ୟମାନ ହେବ।
ନଗର ନିଗମ କମିଶନର ଡକ୍ଟର ପଙ୍କଜ କହିଛନ୍ତି ଯେ ସାର୍ବଜନୀନ ସ୍ଥାନରେ ଧୂମପାନକୁ ରୋକିବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ସେ କହିଛନ୍ତି ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚନା ବୋର୍ଡ ଲଗାଯିବ ଏବଂ ନିୟମ ଅନୁଯାୟୀ ସାର୍ବଜନୀନ ସ୍ଥାନରେ ଧୂମପାନ କିମ୍ବା ଅଳିଆ ପକାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିର୍ଦ୍ଦେଶ ଜାରି କରାଯାଇଥିଲେ ମଧ୍ୟ ଏହାର ସଫଳତା, ଏହାକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟାକାରୀ କରିବା ଉପରେ ନିର୍ଭର କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: