Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election Results / ବିହାରରେ NDAର ସୁନାମୀ, ଡବଲ୍‌ ସେଞ୍ଚୁରୀ ଅଭିମୁଖେ NDA

Santosh Kumar Sahoo
Browse all articles by Santosh Kumar Sahoo
·8 months ago·1 min read
ବିହାରରେ NDAର ସୁନାମୀ, ଡବଲ୍‌ ସେଞ୍ଚୁରୀ ଅଭିମୁଖେ NDA

Key Points

ବିହାରରେ ଜାରି ରହିଛି ଭୋଟ୍‌ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ୨୦୦ ଅଭିମୁଖେ NDA । ମାତ୍ର ୪୦ ସିଟ୍‌ରେ ଆଗୁଆ ମହାଗଠବନ୍ଧନ ।
ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଭୋଟ୍‌ ଗଣତି ଜାରି ରହିଛି । ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍‌ ପରେ ଇଭିଏମ୍‌ ଖୋଲିଛି । ତେବେ ଏହାରି ମଧ୍ୟରେ ପ୍ରାୟ ୪ ଘଣ୍ଟା ଧରି ଭୋଟ୍‌ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିହାରରେ NDAକୁ ପ୍ରଚଣ୍ଡ ବହୁମତ ମିଳୁଛି । ଗୋଟିଏ ପଟେ ଏନ୍‌ଡିଏ ଡବଲ୍‌ ସେଞ୍ଚୁରୀ ଅଭିମୁଖେ ଯାଉଥିବା ବେଳେ ଅନ୍ୟପଟେ ମହାଗଠବନ୍ଧନ ମାତ୍ର ୪୦ ସିଟ୍‌ରେ ଆଗୁଆ ରହିଛି ।

ବିହାରରେ ସରକାର କରିବା ପାଇଁ ୧୨୨ ଆସନ ଜିତିବା ଆବଶ୍ୟକ । ଆଉ ଯଦି ପ୍ରଥମ ଚାରି ଘଣ୍ଟାର ଟ୍ରେଣ୍ଡ ଦେଖିବା ତାହାଲେ ବିହାରରେ ପୁଣି ଥରେ NDA ସରକାର କରିବ । ସେପଟେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିହାରର ପ୍ରାରମ୍ଭିକ ଟ୍ରେଣ୍ଡ ଦର୍ଶାଉଛି ଯେ ବିଜେପି ସବୁଠାରୁ ବଡ଼ ଦଳ ଭାବରେ ଉଭା ହେଉଛି ।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ କେଉଁ ଦଳ-କେତେ ଆସନରେ ଆଗୁଆ

NDA


BJP - ୮୯
JDU - ୭୯
LJPRV - ୨୧
HAM (S) - ୪
RLM - ୩

ମହାଗଠବନ୍ଧନ

RJD - ୩୧
କଂଗ୍ରେସ - ୪
CPI (ML) - ୪
CPI (M) - ୧
ଅନ୍ୟ
AIMIM - ୫

ସୂଚନା ଅନୁସାରେ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ନଭେମ୍ବର ୬ରେ ପ୍ରଥମ ଓ ନଭେମ୍ବର ୧୧ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବିହାର ବିଧାନସଭା ନିର୍ବାଚନରେ ୨୭ ମନ୍ତ୍ରୀ, ୧୧ ପୂର୍ବତନ ସାଂସଦ ଓ ୨୦୨୪ ସାଧାରଣ ନିର୍ବାଚନ ଲଢ଼ିଥିବା ୨୭ ଲୋକସଭା ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
NDA Tsunami in Bihar: Alliance Heads Toward Double Century | Argus News