Bihar Assembly Election / ଦିନକ ପରେ ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ, ଆଜି ସରିବ ହାଇଭୋଲଟେଜ୍ ପ୍ରଚାର
·8 months ago·2 min read

Key Points
ବିହାର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରୁଛି ପ୍ରଚାର । ଶେଷ ଦିନରେ ବଡ଼ ନେତାଙ୍କ ହାଇଭୋଲଟେଜ୍ ପ୍ରଚାର।
ଦିନକ ପରେ ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସଂଧ୍ୟାରେ ସରିବ ନେତାଙ୍କ ହାଇଭୋଲଟେଜ ପ୍ରଚାର । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ । ଭୋଟ୍ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବେ ଜନତା । ସେଥିପାଇଁ ଜନତାଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡି ଭୋଟ୍ ମାଗୁଛନ୍ତି ନେତା ଓ ପ୍ରାର୍ଥୀ । ଅପରାହ୍ନ ସାଢେ ୩ଟାରେ ମେରା ବୁଥ୍ ସବସେ ମଜଭୁତ ମହିଳା ସମ୍ବାଦ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ମୋଦିଙ୍କ ସହିତ ଯୋଡି ହେବେ ବିହାର ହଜାର ହଜାର ମହିଳା ଭୋଟର ।
ସେପଟେ ସକାଳ ୧୧ଟାରେ ଦରଭଙ୍ଗା, ୧୨.୩୦ରେ ପୂର୍ବ ଚମ୍ପାରଣ, ୨ ଟାରେ ପଶ୍ଚିମ ଚମ୍ପାରଣରେ ଜନସଭାକୁ ସମ୍ବୋଧନ କରିବେ ଗୃହ ମନ୍ତ୍ରୀ ଅମିତ ଶାହ । ଗୟାରେ ରୋଡ୍ ଶୋ' କରିବେ ଜେପି ନଡ୍ଡା । ରଘୁନାଥପୁରରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ମହାମେଣ୍ଟର ମଧ୍ୟ ହାଇଭୋଲଟେଜ ପ୍ରଚାରରେ ସାମିଲ ହେବେ ଅନେକ ନେତା ।
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିହାରରେ ମାରାଥନ ପ୍ରଚାର କରିଛନ୍ତି । ଦରଭଙ୍ଗାରେ ଯୋଗୀ କହିଛନ୍ତି, ଇଣ୍ଡି ମେଣ୍ଟରେ ତିନି ମାଙ୍କଡ଼ ଅଛନ୍ତି, ପପୁ, ଟପୁ, ଅପୁ । ପପୁ ସତ କଥା କୁହେନି, ଟପୁ ଠିକ୍ ଜିନିଷ ଦେଖିପାରନି, ଅପୁ ସତ କଥା ଶୁଣିପାରେନି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ଶଶି ଥରୁରଙ୍କ ଏକ ଲେଖା ଉପରେ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ସେ ନିଜ ଅଭିଜ୍ଞତାରୁ ଏହି କଥା କହିଛନ୍ତି । କାରଣ କଂଗ୍ରେସ ଓ ଆରଜେଡିର ରାଜନୀତି ପରିବାର ଭିତରେ ସୀମିତ।
ସେପଟେ ସକାଳ ୧୧ଟାରେ ଦରଭଙ୍ଗା, ୧୨.୩୦ରେ ପୂର୍ବ ଚମ୍ପାରଣ, ୨ ଟାରେ ପଶ୍ଚିମ ଚମ୍ପାରଣରେ ଜନସଭାକୁ ସମ୍ବୋଧନ କରିବେ ଗୃହ ମନ୍ତ୍ରୀ ଅମିତ ଶାହ । ଗୟାରେ ରୋଡ୍ ଶୋ' କରିବେ ଜେପି ନଡ୍ଡା । ରଘୁନାଥପୁରରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ମହାମେଣ୍ଟର ମଧ୍ୟ ହାଇଭୋଲଟେଜ ପ୍ରଚାରରେ ସାମିଲ ହେବେ ଅନେକ ନେତା ।
ଅଧିକ ପଢ଼ନ୍ତୁ: ଭାରତ ଜିତିଲା ବିଶ୍ବକପ୍, ଦିଲ୍ଲୀରେ ମହିଳା ଟିମ୍କୁ ଭେଟିବେ PM ମୋଦି
ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ। ଏନଡିଏ ଷ୍ଟାର ପ୍ରଚାରକ କରୁଛନ୍ତି ଜୋରଦାର ପ୍ରଚାର। ସୋମବାର ପୁଣି ବିହାରରେ ପ୍ରଚାର କରି ଜଙ୍ଗଲ ରାଜକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, NDAର ପରିଚୟ ବିକାଶ, RJD ଓ କଂଗ୍ରେସର ପରିଚୟ ବିନାଶ । ସେପଟେ ସୀତାମଢିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ରାହୁଲ ଗାନ୍ଧି ବିହାରରେ ଅନୁପ୍ରବେଶକାରୀ ବଞ୍ଚାଅ ଯାତ୍ରା ଚଳାଇଥିଲେ । ବାଂଲାଦେଶୀ ଅନୁପ୍ରବେଶକାରୀ ବିହାରର ମୁଖ୍ୟମନ୍ତ୍ରୀ କିଏ ହେବ ତା'ର ନିର୍ଣ୍ଣୟ ନେଇପାରିବେନି ।ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିହାରରେ ମାରାଥନ ପ୍ରଚାର କରିଛନ୍ତି । ଦରଭଙ୍ଗାରେ ଯୋଗୀ କହିଛନ୍ତି, ଇଣ୍ଡି ମେଣ୍ଟରେ ତିନି ମାଙ୍କଡ଼ ଅଛନ୍ତି, ପପୁ, ଟପୁ, ଅପୁ । ପପୁ ସତ କଥା କୁହେନି, ଟପୁ ଠିକ୍ ଜିନିଷ ଦେଖିପାରନି, ଅପୁ ସତ କଥା ଶୁଣିପାରେନି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ଶଶି ଥରୁରଙ୍କ ଏକ ଲେଖା ଉପରେ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ସେ ନିଜ ଅଭିଜ୍ଞତାରୁ ଏହି କଥା କହିଛନ୍ତି । କାରଣ କଂଗ୍ରେସ ଓ ଆରଜେଡିର ରାଜନୀତି ପରିବାର ଭିତରେ ସୀମିତ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories