Bihar Politics / ଗେମ୍ ଚେଞ୍ଜର ହୋଇପାରନ୍ତି ମହିଳା ଭୋଟର
·10 months ago·2 min read

Key Points
ବିହାରରେ ଭାଙ୍ଗିଲା ୨୭ ବର୍ଷର ରେକର୍ଡ
ଦ୍ୱିତୀୟ ପର୍ଯ୍ୟାୟରେ ୬୮.୫୩ ପ୍ରତିଶତ ମତଦାନ
ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଭୋଟ ଦେଲେ ମହିଳା
ଇଭିଏମରେ ସିଲ୍ ୧୩୦୨ ପ୍ରାର୍ଥୀଙ୍କ ଭାଗ୍ୟ

ବିହାରରେ ଭାଙ୍ଗିଲା ୨୭ ବର୍ଷର ରେକର୍ଡ । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ରେକର୍ଡ ପ୍ରତିଶତ ଭୋଟିଂ ହୋଇଛି । ପୁରୁଷଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ଭୋଟ୍ ଦେଇଛନ୍ତି ମହିଳା । ଏବେ ଅପେକ୍ଷା ଫଳାଫଳକୁ । ଆସନ୍ତା ୧୪ରେ ଭୋଟ୍ ଗଣତି ହେବାକୁ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ହାର କିନ୍ତୁ ସଭିଙ୍କୁ ଚମକାଇ ଦେଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ପ୍ରତିଶତ ମତଦାନ ହୋଇଛି । ଯାହା ହେଲା ୨୭ ବର୍ଷରେ କେବେ ବି ହୋଇନି । ଗତଥର ଅପେକ୍ଷା ଚଳିତ ଥର ୫ ପ୍ରତିଶତ ଅଧିକ ଭୋଟ୍ ଦେଇଛନ୍ତି ମହିଳା ।
ପ୍ରଥମ ପର୍ଯ୍ୟାୟ ଭୋଟିଂରେ ବି ମତଦାନ ହାର ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରଥମ ପର୍ଯ୍ୟାୟରେ ୬୫ ପ୍ରତିଶତରୁ ବି ଅଧିକ ମତଦାନ ହୋଇଥିଲା। ତେବେ ଏହି ମତଦାନ ହାର ବିହାରବାସୀଙ୍କ ଉତ୍ସାହକୁ ଦର୍ଶାଉଛି । ଯାହାକୁ NDA ବିକଶିତ ବିହାର ଉପରେ ବିହାରବାସୀଙ୍କ ମୋହର ବୋଲି କହୁଛି । ସେପଟେ ବିରୋଧୀ କିନ୍ତୁ ଏହାକୁ ପରିବର୍ତ୍ତନ ସହ ଯୋଡୁଛନ୍ତି । ନିର୍ବାଚନ କମିଶନଙ୍କ ମତ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି ମୋଟ୍ ୩ କୋଟି ୭୦ ଲକ୍ଷରୁ ଅଧିକ ଭୋଟର୍ । ବିହାରରେ ଏଥର ନିର୍ଣ୍ଣାୟକ ହେବେ ମହିଳା ଭୋଟର। ପୁରୁଷ ଭୋଟରଙ୍କଠାରୁ ଅଧିକ ମହିଳା ଭୋଟର। ଏ ନେଇ ତଥ୍ୟ ଦେଇଛନ୍ତି ନିର୍ବାଚନ କମିଶନ ।
ଏଥିସହ ପଢ଼ନ୍ତୁ: ବିହାରରେ ଶେଷ ହେଲା ଭୋଟିଂ: ୨ୟ ପର୍ଯ୍ୟାୟରେ 68.79 ପ୍ରତିଶତ ମତଦାନ
ସୂଚନାନୁସାରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସହ ବିହାରରେ ୨୭ ବର୍ଷର ରେକର୍ଡ ଭାଙ୍ଗିଛି। ମତଦାନ ସହ ବିହାରରେ ଶେଷ ହୋଇଛି ବିଧାନସଭା ନିର୍ବାଚନରେ ଭୋଟିଂ ପ୍ରକ୍ରିୟା। ବିହାର ମୁଖ୍ୟ ନିର୍ବାଚନ ପଦାଧିକାରୀ ବିନୋଦ ସିଂହ ଗୁଞ୍ଜିୟାଲ ମଙ୍ଗଳବାର ସନ୍ଧ୍ୟାରେ ପାଟନାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ କହିଥିଲେ ଦ୍ବିତୀୟ ପର୍ଯ୍ୟାୟରେ ୪୫,୩୯୯ ବୁଥ ଚିହ୍ନଟ କରାଯାଇଥିଲା। ଆଉ ମତଦାତାଙ୍କ ସଂଖ୍ୟା ଥିଲା ୩.୭ କୋଟି। ଏମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ହେଲା ୧.୯୫ କୋଟି ଏବଂ ମହିଳା ମତଦାତାଙ୍କ ସଂଖ୍ୟା ହେଉଛି ୧.୭୪ କୋଟି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏପର୍ଯ୍ୟନ୍ତ କଟିହାରରେ ସର୍ବାଧିକ ୭୮.୬୩% ମତଦାନ କରାଯାଇଛି। କିଶନଗଞ୍ଜରେ ୭୮.୦୬%, ଏବଂ ପୂର୍ଣ୍ଣିମାରେ ୭୬.୦୪% ମତଦାନ କରାଯାଇଛି। ଗୁଞ୍ଜିୟାଲ ଆଉ ମଧ୍ୟ ସୁଚନା ଦେଇଛନ୍ତି ଯେ, ଗତ ବିଧାନସଭା ନିର୍ବାଚନ ଠାରୁ ଚଳିତବର୍ଷ ୯.୬% ଅଧିକ ମତଦାନ ହୋଇଛି। ଆହୁରି ଅଧିକ ହେବ ବୋଲି ଆଶା କରାଯାଉଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories