Videos
|
National

Bengaluru Police Arrest Bihari Youth / AI ପାଇଁ ବିହାରୀ ଯୁବକଙ୍କୁ ବାନ୍ଧିଲା ବେଙ୍ଗାଲୁରୁ ପୋଲିସ; କାରନାମା ଶୁଣିଲେ ହୋଇଯିବେ ତାଜୁବ

Subhramjit Ray
Browse all articles by Subhramjit Ray
·44 mins ago·2 min read
AI ପାଇଁ ବିହାରୀ ଯୁବକଙ୍କୁ ବାନ୍ଧିଲା ବେଙ୍ଗାଲୁରୁ ପୋଲିସ; କାରନାମା ଶୁଣିଲେ ହୋଇଯିବେ ତାଜୁବ
Bengaluru Police Arrest Bihari Youth

Key Points

ବିହାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି ଯିଏ ବେଙ୍ଗାଲୁରୁ ବିଧାନସଭା ବିସ୍ଫୋରଣର ଭିଡିଓ ତିଆରି କରିବା ପାଇଁ AI ବ୍ୟବହାର କରିଥିଲା। ସେ ଆରାରିଆ ଜିଲ୍ଲାର ବାସିନ୍ଦା ଥିଲେ ଏବଂ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ।
ଏକ ଏଆଇ (AI) ଭିଡ଼ିଓ ପାଇଁ ରାଜଧାନୀ ବେଙ୍ଗାଲୁରୁରେ ବିହାରୀ ଯୁବକଙ୍କୁ ଗିରଫ କରିଛି କର୍ଣ୍ଣାଟକ ପୋଲିସ। କ'ଣ ପାଇଁ ଗିରଫ ଯୁବକ ଜଣଙ୍କ ଏଆଇ ସହୟତାରେ ଏପରି  ଭିଡ଼ିଓ ପ୍ରସ୍ତୁତ କରିଥିଲେ ସେ ନେଇ ଖୋଳତାଡ଼ କରୁଛି ପୋଲିସ। ସଦ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ଖୁବ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଜଣେ ଯୁବକ କର୍ଣ୍ଣାଟକ ବିଧାନସଭା କୋଠାକୁ ଉଡ଼ାଇ ଦେଉଛନ୍ତି। AI ସହାୟତାରେ ପ୍ରସ୍ତୁତ ହୋଇଥିବା ଏହି ଭିଡ଼ିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ପୋଲିସ ତୁରନ୍ତ ସକ୍ରିୟ ହୋଇ ଉଠିଥିଲା।

ଏହି ମାମଲାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ସେହି ଯୁବକଙ୍କ ବିଷୟରେ ସୂଚନା ସଂଗ୍ରହ କରିଥିଲା। ଏହି ମାମଲାରେ ପୋଲିସ ବିହାରର ଅରାରିଆ ଜିଲ୍ଲାର ମୂଳ ବାସିନ୍ଦା ହଜରତ ଅଲି ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଯିଏ ପାଇପ୍ ଫିଟର ମିସ୍ତ୍ରୀ ଭାବରେ କାମ କରିବା ପାଇଁ ବେଙ୍ଗାଲୁରୁ ଆସିଥିଲେ। ହେଲେ ଗିରଫ ହୋଇଥିବା ସେହି ଯୁବକ କାହିଁକି ଏପରି ଭିଡି଼ଓ ପ୍ରସ୍ତୁତ କରିଥିଲେ ଏବଂ ଏହା ପଛରେ ତାଙ୍କର କ'ଣ ଉଦ୍ଦେଶ୍ୟ ଥିଲା ତାହା ଜାଣିବା ପାଇଁ ପୋଲିସ ବର୍ତ୍ତମାନ ତାଙ୍କୁ ଜେରା କରୁଛି।

କ'ଣ ରହିଛି ସମ୍ପୂର୍ଣ୍ଣ ଘଟଣାକ୍ରମ?
"Jnx king Hg" ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ଯୁବକଙ୍କୁ ବନ୍ଧୁକ ଟ୍ରିଗର ଦବାଉ ଥିବାର ଦେଖାଯାଉଛି। ଏହା ପରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହେଉଛି ଯାହା କର୍ଣ୍ଣାଟକର ଐତିହାସିକ ବିଧାନସଭା କୋଠାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଉଛି। ରାଜଧାନୀ ବେଙ୍ଗାଲୁରୁ ସହରର ସବୁଠାରୁ ସୁରକ୍ଷିତ କୋଠା ମଧ୍ୟରୁ ଗୋଟିଏ ହେବା ସତ୍ତ୍ୱେ ଏହା ଏକ ମଜବୁତ ସୁରକ୍ଷା ବଳୟ ମଧ୍ୟରେ ଅଛି। ଯଦିଓ ଏହି ଭିଡିଓ AI ସାହାଯ୍ୟରେ ଅପଲୋଡ୍ କରାଯାଇଥିଲା। ହେଲେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଭିଡିଓ ଭାଇରାଲ ହେବା ପରେ ଲୋକ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ବେଙ୍ଗାଲୁରୁ ପୋଲିସ ତୁରନ୍ତ ସ୍ପଷ୍ଟୀକରଣ ଜାରି କରିଛି
ବେଙ୍ଗାଲୁରୁ ପୋଲିସ ଏକ ମାମଲା ପଞ୍ଜିକରଣ କରିଛି ଏବଂ ତୁରନ୍ତ ଏକ ସ୍ପଷ୍ଟୀକରଣ ଜାରି କରିଛି। ଏନେଇ ପୋଲିସ କହିଛି ପ୍ରକୃତରେ କୌଣସି ବିସ୍ଫୋରଣ ହୋଇନାହିଁ। ଏହି ଭିଡିଓ କୃତ୍ରିମ ବୁଦ୍ଧିମତା (AI) ବ୍ୟବହାର କରି ତିଆରି କରାଯାଇଛି। ପୋଲିସ ସାଇବର ସେଲ୍ ସହାୟତାରେ, ଅଭିଯୁକ୍ତଙ୍କ ବର୍ତ୍ତମାନର ସ୍ଥାନ ଚିହ୍ନଟ କରିଥିଲା ଏବଂ ହଜରତ ଅଲି ନାମକ ଜଣେ ଯୁବକଙ୍କୁ ହେପାଜତକୁ ନିଆଯାଇଛି। ଯେଉଁ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରୁ ଭିଡିଓ ସେୟାର କରାଯାଇଥିଲା ତାହା ମଧ୍ୟ ପ୍ଲାଟଫର୍ମ୍ ରୁ ହଟାଇ ଦିଆଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବେଙ୍ଗାଲୁରୁ ପୋଲିସ ବର୍ତ୍ତମାନ ହେପାଜତରେ ରହିଥିବା ଅଭିଯୁକ୍ତ ଯୁବକଙ୍କ ଜେରା କରୁଛି। ଜେରା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେ ଏହି ଭିଡି଼ଓ କାହିଁକି ତିଆରି କରିଥିଲେ। କର୍ଣ୍ଣାଟକ ବିଧନସୌଧ ହେଉଛି ଏକ ଉଚ୍ଚ ସୁରକ୍ଷା ସରକାରୀ କୋଠା ଯେଉଁଥିରେ କର୍ଣ୍ଣାଟକ ବିଧାନସଭା ରହିଛି। ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ସମ୍ବେଦନଶୀଳ ଅଞ୍ଚଳ ଉପରେ ଆକ୍ରମଣ କରୁଥିବା ଦର୍ଶାଇ ନକଲି ଭିଡି଼ଓ ତିଆରି ଏବଂ ପ୍ରସାରଣ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ ଏବଂ ସୁରକ୍ଷା ଜନିତ ଚିନ୍ତା ସୃଷ୍ଟି କରିପାରେ। ପୋଲିସ ଏହା ମଧ୍ୟ ଚେତାବନୀ ଦେଇଛି ଯେ ଧମକପୂର୍ଣ୍ଣ କିମ୍ବା ଭ୍ରାମକ ବିଷୟବସ୍ତୁ (Sociel Media Content) ତିଆରି ଏବଂ ପ୍ରସାରଣ ପାଇଁ AI ର ଅପବ୍ୟବହାର କରାଯିବା ଉଚିତ୍ ନୁହେଁ। ଯଦି କେହି ଏହା କରନ୍ତି ତାହେଲେ ଏପରି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।