Videos
|
National

ଛତିଶଗଡ଼ ବିଜାପୁରରେ ୩୬ ଘଣ୍ଟାର ବଡ଼ ଅପରେସନ

Jitendra Dash
Browse all articles by Jitendra Dash
·2 years ago·1 min read
ଛତିଶଗଡ଼ ବିଜାପୁରରେ ୩୬ ଘଣ୍ଟାର ବଡ଼ ଅପରେସନ

ଅର୍ଗସ ବ୍ୟୁରୋ : ଛତିଶଗଡ଼ କରଚୋଲି ଜଙ୍ଗଲରେ ସୋମବାରଠୁ ଚାଲିଥିଲା ବଡ଼ ଅପେରସନ । ସୁରକ୍ଷାବାହିନୀ-ନକ୍ସଲଙ୍କ ମଧ୍ୟରେ ଚାଲିଥିଲା ଏନକାଉଣ୍ଟର । ୩୬ ଘଣ୍ଟାରୁ ଅଧିକ ସମୟର ଏ ଅଭିଯାନରେ ୧୩ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି । ନିପାତ ହୋଇଛି  ମାଓ କମାଣ୍ଡର ପାପା ରାଓ । ଜଣେ ମହିଳା ମାଓବାଦୀର ମୃତଦେହ ବି ଜବତ ହୋଇଛି । କମ୍ବିଂ ବେଳେ AK-47 ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । DRG ଯବାନ, CRPF, COBRA ଓ STFଙ୍କ ପକ୍ଷରୁ ଚାଲିଥିଲା ମିଳିତ ଅପରେସନ । 

ସେପଟେ ମାଲକାନଗିରିରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛି ପୋଲିସ । ଆନ୍ଧ୍ର ସୀମାନ୍ତ କାଲିମେଳା ଥାନା ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓ ଗତିବିଧି ସମ୍ପର୍କରେ ମିଳିଥିଲା ଗୁଇନ୍ଦା ସୂଚନା । ଡିଭିଏଫ ଯବାନଙ୍କ ଅପରେସନରେ ମାଟି ତଳେ ଲୁଚାଇ ରଖା ଯାଇଥିବା ୧୯୦ଟି ଜିଲେଟିନ ଷ୍ଟିକ, ବହୁ ସଂଖ୍ୟାରେ IED ବୋମା ଜବତ ହୋଇଛି ।  

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସରକାର ନକ୍ସଲଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି  । ଶାନ୍ତି ପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନର ସୂତ୍ର ବାହାରିବ ବୋଲି କହିଛନ୍ତି ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ଗତ ୧୦ ବର୍ଷ ଭିତରେ ଦେଶରୁ ଅନେକାଂଶରେ କମିଛି ମାଓ ଗତିବିଧି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ  କହିଥିଲେ ଖୁବ୍‌ଶୀଘ୍ର ଦେଶରୁ ମୂଳପୋଛ ହୋଇଯିବେ ନକ୍ସଲ । 

Sponsored
Bijapur Threat Neutralised Before Polls ? 13 Maoists Killed | Argus News