One Day Governance / ସରକାରଙ୍କ ବଡ଼ ଘୋଷଣା; ଏଣିକି ୨୪ ଘଣ୍ଟାରେ ମିଳିବ ଜନ୍ମ, ମୃତ୍ୟୁ ସାର୍ଟିଫିକେଟ୍
·1 hour ago·2 min read

Key Points
ଗୋଟିଏ ଦିନ ଅର୍ଥାତ୍ ମାତ୍ର ୨୪ ଘଣ୍ଟାରେ ମିଳିଯିବା ଜନ୍ମ, ମୃତ୍ୟୁ ପ୍ରମାଣପତ୍ର । ଏଥିସହ ଜମି କିମ୍ବା ଘର ସମ୍ପର୍କିତ କାଗଜପତ୍ର କାମ ସହଜରେ ହୋଇଯିବ ।
ଲକ୍ଷ୍ନୌ: ଜନ୍ମ କିମ୍ବା ମୃତ୍ୟୁ ପ୍ରମାଣପତ୍ର ଖଣ୍ଡିଏ ଲାଗି ଆଉ ଦୌଡ଼ିବାକୁ ପଡ଼ିବନି । ଜନତା ହନ୍ତସନ୍ତ ହେବେନି । ଗୋଟିଏ ଦିନ ଅର୍ଥାତ୍ ମାତ୍ର ୨୪ ଘଣ୍ଟାରେ ମିଳିଯିବା ଜନ୍ମ, ମୃତ୍ୟୁ ପ୍ରମାଣପତ୍ର । ଏଥିସହ ଜମି କିମ୍ବା ଘର ସମ୍ପର୍କିତ କାଗଜପତ୍ର କାର୍ଯ୍ୟ ସହଜରେ ହୋଇଯିବ ।
ଗୋଟିଏ ଦିନରେ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର । ଯୋଗୀ ଆଦିତ୍ୟନାଥଙ୍କ ସରକାର ଜନ୍ମ, ମୃତ୍ୟୁ ପ୍ରମାଣପତ୍ରକୁ ନେଇ ପୂର୍ବରୁ ଥିବା ଅବଧିକୁ କମାଇ ଗୋଟିଏ ଦିନ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ମୋଦି ସରକାରର ୧୨ ବର୍ଷରେ କେମିତି ବଦଳିଛି ଭାରତ ?
ରାଜ୍ୟର ସମସ୍ତ ମହାନଗର ନିଗମରେ ୱାନ୍ ଡେ ଗଭର୍ଣ୍ଣାସ୍ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ରାଜ୍ୟ ନଗର ଉନ୍ନୟନ, ଶକ୍ତି ମନ୍ତ୍ରୀ ଏକେ ଶର୍ମା ମଙ୍ଗଳବାର ଏ ଘୋଷଣା କରିଛନ୍ତି । ଏହି ସେଣ୍ଟରରେ ଜନ୍ମ, ମୃତ୍ୟୁ ପ୍ରମାଣପତ୍ର ସହ ଏକାଧିକ କାର୍ଯ୍ୟ ଗୋଟିଏ ଦିନରେ ସାରିବାକୁ ସରକାର ଯୋଜନା କରିଛନ୍ତି ।
ନଗର ଉନ୍ନୟନ ମନ୍ତ୍ରୀଙ୍କ ଅନୁସାରେ, ଏହା ଦ୍ଵାରା ଲୋକଙ୍କୁ ତ୍ଵରିତ, ସ୍ଵଚ୍ଛ ଭାବେ ସମୟରେ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ପ୍ରୟାଗରାଜ, ବାରଣାସୀ ଓ ଗୋରଖପୁରରେ ଏହି ବ୍ୟବସ୍ଥାର ଆରମ୍ଭ ହେବ । ଏଥିପାଇଁ ଲକ୍ଷ୍ନୌରେ ସେଣ୍ଟର ସରିଛି ।
ୟୁପିରେ ଲାଗୁ ହେବ ଗୁଜରାଟ ମଡେଲ୍
ସରକାରଙ୍କ ଉଦ୍ଦେଶ୍ୟ ଜନତା ସରକାରୀ କାର୍ଯ୍ୟାଳୟର ଚକ୍କର ନ କାଟନ୍ତୁ । ନୂଆ ବ୍ୟବସ୍ଥା ଲାଗୁ ହେବା ଦ୍ଵାରା ମହାନଗର ନିଗମରେ ରହୁଥିବା ନାଗରିକ ପୂର୍ବାପେକ୍ଷା ସହଜରେ ସେବା ଓ ସୁବିଧା ପାଇ ପାରିବେ । ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ଗୁଜରାଟରେ ୱାନ୍ ଡେ ଗଭର୍ଣ୍ଣାସ୍ ସିଷ୍ଟମ ଆରମ୍ଭ କରିଥିଲେ ।
ଏଥିସହ ପଢ଼ନ୍ତୁ: ବଙ୍ଗରେ ଲାଗୁ ହେଲା 'ଡିଟେକ୍ଟ, ଡିଲିଟ ଏବଂ ଡିପୋର୍ଟ"; କ'ଣ ରହିଛି ଏହାର ଉଦ୍ଦେଶ୍ୟ?
ଏବେ ସେହି ଗୁଜରାଟ ମଡେଲ୍କୁ ଉତ୍ତର ପ୍ରଦେଶ ଆପଣାଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି, ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା । ଯେଭଳି ଜଣେ କେହି ବି ଜନତା ସପ୍ତାହ ପରେ ସପ୍ତାହ ଏଥିପାଇଁ ଦୌଡ଼ିବେ ନାହିଁ । ଦିନକରେ ଲୋକଙ୍କୁ ପ୍ରମାଣ ପତ୍ର ମିଳିଯବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା
ମନ୍ତ୍ରୀଙ୍କ ଅନୁସାରେ, ଯେଉଁମାନେ ଅନଲାଇନ୍ ସେବାର ଲାଭ ଉଠାଇ ପାରୁ ନାହାନ୍ତି । ସେମାନଙ୍କୁ ଏହା ଦ୍ଵାରା ସହଜରେ ସେବା ମିଳିବ । ଆଧୁନିକ ବିଚାର ସହିତ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଯେଉଁଠି ଲୋକଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା ଚା' ମଧ୍ୟ ଉପଲବ୍ଧ କରାଯାଇଛି । ଏବେ ସ୍ମାର୍ଟ ସିଟିରେ ୱାନ୍ ଡେ ଗଭର୍ଣ୍ଣାସ୍ ଜରୁରି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories