Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦି ସରକାରର ୧୨ ବର୍ଷରେ କେମିତି ବଦଳିଛି ଭାରତ ?

National

Modi Government Achievements / ମୋଦି ସରକାରର ୧୨ ବର୍ଷରେ କେମିତି ବଦଳିଛି ଭାରତ ?

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ମୋଦି ସରକାରର ୧୨ ବର୍ଷରେ କେମିତି ବଦଳିଛି ଭାରତ ?
12 Big Decisions in 12 Years

Key Points

୨୦୧୪ରୁ ୨୦୨୬ । ମୋଦି ସରକାରକୁ ପୂରିଛି ୧୨ ବର୍ଷ । ଏହି ସମୟରେ ପ୍ରଧାନମନ୍ତ୍ରୀ କଠୋର ନିଷ୍ପତ୍ତି ନେବାରୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି । ମୋଦି ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧିନ ସରକାର ୧୨ ବର୍ଷ ପୂରଣ କରିଛି । ୨୦୧୪ ମେ ୨୬ରେ ଗୁଜରାଟ ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ୨୦୧୪ରୁ ଆରମ୍ଭ ହୋଇଥିବା ମୋଦି ସରକାର ଏବେ ୨୦୨୬ରେ ପହଞ୍ଚିଛି । ସରକାରକୁ ୧୨ ବର୍ଷ ପୂରିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ କାର୍ଯ୍ୟକାଳ ତାଙ୍କୁ ଦେଶରେ ଜଣେ ମଜଭୁତ ଓ ଲୋକପ୍ରିୟ ନେତାର ମାନ୍ୟତା ଦେଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ କଠୋର ନିଷ୍ପତ୍ତି ନେବାରୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି । ମୋଦି ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା କେବଳ ଦେଶର ଭାଗ୍ୟ ବଦଳାଇ ଦେଇଛି ତା' ନୁହେଁ ତାକୁ ବିରୋଧୀଙ୍କ ଠାରୁ ନେଇ ନେଇ ବିଶ୍ଵ ମଞ୍ଚରେ ଚର୍ଚ୍ଚା, ଆଲୋଚନା ହୋଇଛି ।

ଏଥିସହ ପଢ଼ନ୍ତୁ: ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ, କହିଲେ- 'ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ଦ୍ଵାରା ପ୍ରଭାବିତ' 

୧୨ ବର୍ଷରେ ଭାରତୀୟ ରାଜନୀତି, ଅର୍ଥ ବ୍ୟବସ୍ଥା, ବିଦେଶ ନୀତି ଅନେକ ଆହ୍ଵାନର ସାମ୍ନା କରିଛି । ତଥାପି ମୋଦି ସରକାର ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କାଶ୍ମୀରରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଆସନ୍ତୁ ନଜର ପକାଇବା ୧୨ ବର୍ଷରେ ମୋଦି ସରକାର ନେଇଥିବା ୧୨ ଚର୍ଚ୍ଚିତ ନିଷ୍ପତ୍ତି ଉପରେ...

ଅନୁଚ୍ଛେଦ ୩୭୦ ହଟିଲା

ମୋଦି ସରକାର ତାଙ୍କ ଦ୍ଵିତୀୟ କାର୍ଯ୍ୟକାଳ ଆରମ୍ଭରେ ବଡ଼ ସାହସିକ ରାଜନୀତିକ ନିଷ୍ପତ୍ତି ନେଇଥିଲେ । ଜମ୍ମୁ-କାଶ୍ମୀରକୁ ବିଶେଷ ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ କରିଥିଲେ । ଏଥିସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରିଥିଲେ ।

ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ

ସଂସଦର ବିଶେଷ ଅଧିବେଶନ ଡାକି ମୋଦି ସରକାର ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରି ଇତିହାସ ରଚିଛନ୍ତି । ଏହି ଆଇନ୍ ଆଧାରରେ ଲୋକସଭା ଓ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖିବାର ନିୟମ ରହିଛି । ଯାହା ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବ ।

ବିମୁଦ୍ରୀକରଣ

୨୦୨୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ଦେଶରେ ହଠାତ୍ ନୋଟବନ୍ଦୀ ନେଇ ଘୋଷଣା କରିଥିଲେ । ଅଚଳ ହୋଇ ଯାଇଥିଲା ୫୦୦ ଓ ୧ ହଜାରର ନୋଟ୍ । ଦୁର୍ନୀତି ଓ କଳା ଧନ ଉପରେ ଏହା ଥିଲା ବଡ଼ ପ୍ରହାର ।

ଗୋଟିଏ ଦେଶ, ଗୋଟିଏ ଟିକସ

ସ୍ଵାଧୀନତା ପରେ ଦେଶର ଟିକସ ବ୍ୟବସ୍ଥାରେ ବଡ଼ ସୁଧାର ଥିଲା ଗୋଟିଏ ଦେଶ, ଗୋଟିଏ ଟିକସ ବ୍ୟବସ୍ଥା । ୨୦୧୭ ଜୁଲାଇ ୧ ତାରିଖ ରାତିରେ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରୁ GST ଲାଗୁ କରା ଯାଇଥିଲା ।

ତିନି ତଲାକରୁ ମୁକ୍ତି

ମୋଦି ସରକାର ମୁସଲିମ୍ ମହିଳାଙ୍କୁ ତିନି ତଲାକରୁ ମୁକ୍ତି ଦେଇଛନ୍ତି । ମୁସଲିମ୍ ମହିଳାଙ୍କ ଅଧିକାର ପାଇ ସରାର ମୁସଲିମ୍ ମହିଳା ବିବାହ ଅଧିକାର ସଂରକ୍ଷଣ ଅଧିନିୟମ ପାରିତ କରିଛନ୍ତି । ଯେଉଁଥିରେ ତିନି ତଲାକକୁ ବେଆଇନ୍ ଓ ଦଣ୍ଡନୀୟ ଅପରାଧ ଘୋଷଣା କରାଯାଇଛି ।

ଅଗ୍ନିବୀର 

ସେନାରେ ଭର୍ତ୍ତି ପାଇଁ ମୋଦି ସରକାର ଏକ ନୂଆ ମଡେଲ୍ ଆଣିଥିଲେ, ଯାହାକୁ ନେଇ ରାଜନୀତି ବି ଉଷ୍ମ ହୋଇଥିଲା । ଅଗ୍ନିପଥ ଯୋଜନାରେ ସରକାର ଯୁବକଙ୍କୁ ୪ ବର୍ଷ ଲାଗି ଅଗ୍ନିବୀର ଭାବେ ସେନାରେ ସେବା ପାଇଁ ସୁଯୋଗ ଦେଉଛନ୍ତି ।

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର

ଦଶନ୍ଧି ପୁରୁଣା ଅଯୋଧ୍ୟା ରାମ ଜନ୍ମଭୂମି ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଥିଲା । ଯାହା ପରେ ମୋଦି ସରକାର ସକ୍ରିୟ ହୋଇ ଟ୍ରଷ୍ଟ ଗଠନ କରି ମନ୍ଦିର ନିର୍ମାଣ ପାଇଁ ବାଟ ଫିଟାଇଥିଲେ ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଥିଲା ।

CAA ଲାଗୁ

ମୋଦି ସରକାର ନାଗରିକତା ସଂଶୋଧନ ଆଇନ୍ (CAA) ଆଣିଥିଲେ । ଏହି ଆଇନ୍‌ରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ଅଣ-ମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତା ଦେବାର ନିୟମ ରହିଛି ।

ଡିଜିଟାଲ୍ ଇଣ୍ଡିଆ ଓ ଜନଧନ ଖାତା

୨୦୧୫ରେ ଆରମ୍ଭ ହୋଇଥିଲା ଡିଜଟାଲ୍ ଇଣ୍ଡିଆ ଅଭିଯାନ । ଯାହା ଭାରତର ଛବି ବଦଳାଇ ଦେଇଛି । ରାସ୍ତାକଡ଼ର ଠେଲା ବାଲାଠୁ ନେଇ ଶୋରମ୍ ପର୍ଯ୍ୟନ୍ତ ଏବେ ସବୁଠୁ UPIରେ କାରବାର ହେଉଛି ।

ଦୁନିଆ ଦେଖିଲା ସେନା ପରାକ୍ରମ

ଆତଙ୍କବାଦ ବିରୋଧରେ ମୋଦି ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ଯାହା ସୈନ୍ୟ ରଣନୀତି ବଦଳାଇ ଦେଇଛି । ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର୍ ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୂର ଜରିଆରେ ଭାରତ ସୈନ୍ୟ ଶକ୍ତି ପ୍ରଦର୍ଶନ କରିଛି । ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଇଛି ।

EWSଙ୍କୁ ସଂରକ୍ଷଣ

ଆର୍ଥିକ ଅନଗ୍ରସର ଗୋଷ୍ଠୀଙ୍କୁ ମୋଦି ସରକାରରେ ସଂରକ୍ଷଣ ମିଳିଛି । ଏବେ EWS ବର୍ଗରେ ୧୦ ପ୍ରତିଶତ ସଂରକ୍ଷଣ ମିଳୁଛି । ଯାହା ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଏହି ବର୍ଗର ଲୋକଙ୍କ ଭର୍ତ୍ତିକୁ ସହଜ କରିଛି ।

ଶିକ୍ଷା ନୀତିରୁ ନେଇ ଆଇନ୍‌ରେ ପରିବର୍ତ୍ତନ

୩୪ ବର୍ଷ ପରେ ଦେଶର ଶିକ୍ଷା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ନୂଆ ଶିକ୍ଷା ନୀତି ଲାଗ କରାଯାଇଛି । ଏଥିସହ ବ୍ରିଟିଶ ଅମଳରୁ ପ୍ରଚଳିତ IPC, CrPC ଓ Evidence Actକୁ ବଦଳାଇ ଭାରତୀୟ ନ୍ୟାୟ ସଂହିତା ଭଳି ଆଇନ୍ ଲାଗୁ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସବୁ ରେକର୍ଡ ଭାଙ୍ଗିଲା BJP; ଲକ୍ଷେ ୯ ହଜାରରୁ ଅଧିକ ଭୋଟ୍‌ରେ ଫାଲ୍ଟାରୁ ଜିତିଲେ ଦେବାଙ୍ଗ୍ସୁ ପଣ୍ଡା 

ମୋଦି ସରକାରଙ୍କ ୧୨ ବର୍ଷର କାର୍ଯ୍ୟକାଳ ସ୍ପଷ୍ଟ କରୁଛି ବର୍ତ୍ତମାନର ସରକାର ବଡ଼ ନିଷ୍ପତ୍ତି ନେବାରୁ ପଛକୁ ହଟିବ ନାହଁ । ସରକାରଙ୍କ ଏଭଳି ନିଷ୍ପତ୍ତି 'ବିକଶିତ ଭାରତ'ର ମୂଳ ଦୁଆ ବୋଲି ବିବେଚନା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi Government Completes 12 Years: How India Changed Since 2014 | Argus News | Argus News