Firecracker in Cake / Video: ଜନ୍ମଦିନରେ ସାଙ୍ଗମାନେ କେକ୍ରେ ରଖିଦେଲେ ବାଣ, ନିଆଁ ଲଗାଇବା ମାତ୍ରେ ହେଲା ବିସ୍ଫୋରଣ
·7 months ago·2 min read

Key Points
ପ୍ରାଙ୍କ୍ ହେଲା ଭୟଙ୍କର
କେକ୍ ମଧ୍ୟରେ ଲୁଚାଇଥିଲେ ବାଣ
କାଟିବା ମାତ୍ରେ ହେଲା ଜୋରଦାର ବିସ୍ଫୋରଣ
କେକ୍ ମଧ୍ୟରେ ଲୁଚାଇଥିଲେ ବାଣ
କାଟିବା ମାତ୍ରେ ହେଲା ଜୋରଦାର ବିସ୍ଫୋରଣ
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜନ୍ମଦିନ ହେଉଛି ଏକ ସ୍ବତନ୍ତ୍ର ଦିନ । ବର୍ଷକରେ ଏହି ଗୋଟିଏ ଦିନକୁ ସମସ୍ତେ ଧୁମଧାମରେ ପାଳନ କରିଥାନ୍ତି । ଆଉ ବେଳେବେଳେ ଜନ୍ମଦିନର ପ୍ରାଙ୍କ୍ ଏତେ ଭୟଙ୍କର ହୋଇଥାଏ ଯେ ବ୍ୟକ୍ତି ଜଣକ ଜୀବନ ସାରା ଏହାକୁ ମନେ ରଖିଥାଏ ।
ବିଶେଷକରି ସାଙ୍ଗମାନଙ୍କ ସହ ଜନ୍ମଦିନ ପାଳନ ସମୟରେ ବହୁତ ମଜା ହୋଇଥାଏ । ଆଉ ବେଳେବେଳେ ଏହି ମଜା ଏତେ ଘାତକ ହୋଇପାରେ ଯେ ଏହା ଜୀବନ ମଧ୍ୟ ନେଇପାରେ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ କିଛି ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ଜନ୍ମଦିନ କେକ୍ରେ ଏକ ବାଣ ଲୁଚାଇ ରଖନ୍ତି । ଆଉ ଯେତେବେଳେ ସେ କେକ୍ କାଟିବା ପୂର୍ବରୁ ମହମବତୀରେ ନିଆଁ ଲଗାନ୍ତି ସେ ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥାଏ ।
ବାସ୍ତବରେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ କିଛି ପୁଅ ତାଙ୍କ ବନ୍ଧୁଙ୍କ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ୍ କରିବା ପାଇଁ ଏକ କେକ୍ ଏବଂ ଅନ୍ୟାନ ଜିନିଷ କିଣନ୍ତି । ତା'ପରେ ସେମାନେ ସେହି କେକ୍ ମଧ୍ୟରେ ଏକ ବଡ଼ ବାଣ ଲୁଚାଇ ରଖନ୍ତି । ପରେ ଏହାକୁ କ୍ରିମ୍ ସହିତ ଘୋଡ଼ାଇ ଦିଅନ୍ତି । ତା'ପରେ ସମସ୍ତେ ଏକାଠି ହୁଅନ୍ତି ଆଉ ତାଙ୍କ ବନ୍ଧୁଙ୍କ ସମ୍ମୁଖରେ କେକ୍ ରଖନ୍ତି ଏବଂ ସେଥିରେ ଲାଗିଥିବା ମହମବତୀ ଜଳାଇବାକୁ କୁହନ୍ତି । ନିଆଁ ଜଳିବା ମାତ୍ରେ ଦୃଶ୍ୟ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଏ ।
ଯେତେବେଳେ ବନ୍ଧୁମାନେ କେକକୁ ନିଆଁ ଲଗାଇବାକୁ କହିଲେ, ସେତେବେଳେ ଯେଉଁ ବ୍ୟକ୍ତିଙ୍କ ଜନ୍ମଦିନ ଥିଲା ସେ ମହମବତୀରେ ନିଆଁ ଲଗାଇଥିଲେ । ଆଉ ନିଆଁ ଜଳିବା ମାତ୍ରେ କେକ୍ ଭିତରେ ଥିବା ବାଣ ଫୁଟିଥିଲା । କେକ୍ ଏତେ ଜୋରରେ ବିସ୍ଫୋରଣ ହେଲା ଯେ ସମ୍ପୂର୍ଣ୍ଣ କ୍ୟାମେରା ଫ୍ରେମ ନିଆଁରେ ଘୋଡ଼ାଇ ହୋଇଗଲା । ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ ଏବଂ ଜନ୍ମଦିନ ଯାହାର ଥିଲା ସେମାନେ ତୁରନ୍ତ ଘଟଣାସ୍ଥଳରୁ ଦୌଡ଼ି ପଳାଇଗଲେ । ଆଉ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ganesh_shinde8169 ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି । ଅନେକ ଭିଡିଓଟିକୁ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆ ୟୁଜର୍ସମାନେ ଏବେ ଏହି ଭିଡିଓ ଉପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories