Criminals In Love / ସାମ୍ନାକୁ ଆସିଲା ଅଜବ ପ୍ରେମ କାହାଣୀ: ଜେଲ୍ରେ ପ୍ରେମରେ ପଡିଲେ ଦୁଇ ଅପରାଧୀ
·7 months ago·2 min read

Key Points
ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଯାହା କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ। ରାଜସ୍ଥାନର ଅଲୱର ଜିଲାରୁ କାରାଗାରରେ ସଜା କାଟୁଥିବା ଦୁଇ ଦୁର୍ଦ୍ଦାନ୍ତ ହତ୍ୟାକାରୀ ପରସ୍ପରର ପ୍ରେମରେ ପଡ଼ିବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି।
ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଯାହା କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ। ରାଜସ୍ଥାନର ଅଲୱର ଜିଲାରୁ କାରାଗାରରେ ସଜା କାଟୁଥିବା ଦୁଇ ଦୁର୍ଦ୍ଦାନ୍ତ ହତ୍ୟାକାରୀ ପରସ୍ପରର ପ୍ରେମରେ ପଡ଼ିବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ରାଜସ୍ଥାନ ହାଇକୋର୍ଟ ଉଭୟଙ୍କୁ ୧୫ ଦିନିଆ ଜରୁରୀକାଳୀନ ପାରୋଲ୍ (ଜାମିନ) ମଞ୍ଜୁର କରିଛନ୍ତି।
ପ୍ରିୟା ସେଠ୍ ନାମକ ଜଣେ ମଡେଲ୍ ୨୦୧୮ ରେ ‘ଟିଣ୍ଡର୍’ ଆପ୍ରେ ଜଣେ ଯୁବକ ଦୁଷ୍ମନ୍ତ ଶର୍ମାଙ୍କ ସହ ବନ୍ଧୁତା କରିଥିଲେ। ପରେ ତାଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ନିଜ ପ୍ରେମିକର ଋଣ ସୁଝିବା ପାଇଁ ସେ ଏହି ହତ୍ୟାକାଣ୍ଡ ଘଟାଇଥିଲେ।
ଅନ୍ୟପଟେ ନିଜ ପ୍ରେମିକାଙ୍କ ସହ ମିଶି ତାଙ୍କ ସ୍ୱାମୀ ଓ ୪ ଶିଶୁଙ୍କୁ ହତ୍ୟା କରିବା ଅଭିଯୋଗରେ ହନୁମାନ ଜେଲ୍ରେ ଅଛନ୍ତି। ୨୦୧୭ରେ ଅଲୱରରେ ଘଟିଥିବା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଥିଲା।
ଏହାସହ ପଢ଼ନ୍ତୁ: ଶୁଣିଲେ ଛାତି ଥରି ଉଠିବ: ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପୋଡ଼ି ଦେଇଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ...
ତେବେ ସାଙ୍ଗାନେର ଓପନ ଜେଲ୍ରେ ସଜା କାଟୁଥିବା ସମୟରେ ପ୍ରାୟ ୬ ମାସ ପୂର୍ବରୁ ପ୍ରିୟା ଓ ହନୁମାନଙ୍କ ପ୍ରଥମ ଦେଖା ହୋଇଥିଲା। ଧୀରେ ଧୀରେ ଏହି ସାକ୍ଷାତ ପ୍ରେମରେ ପରିଣତ ହୋଇଥିଲା। ଉଭୟ ବାକି ଜୀବନ ଏକାଠି ବିତାଇବାକୁ ନିଷ୍ପତ୍ତି ନେଇ ବିବାହ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜସ୍ଥାନ ହାଇକୋର୍ଟ ଉଭୟଙ୍କ ଆବେଦନକୁ ବିଚାର କରି ବିବାହ ସମ୍ପନ୍ନ କରିବା ପାଇଁ ୧୫ ଦିନର ପାରୋଲ୍ ପ୍ରଦାନ କରିଛନ୍ତି। ଶୁକ୍ରବାର ଅଲୱରର ବାରୋଦାମେଭ୍ ଅଞ୍ଚଳରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି।
ଏହାସହ ପଢ଼ନ୍ତୁ: ରାଗ ରଖି ଏମିତି ମାରିଦେଲେ, ଶେଷରେ ମୁଣ୍ଡ କାଟି ଫୋପାଡି ଚାଲିଗଲେ
ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଯେ, ଜେଲ୍ ପାଚେରି ମଧ୍ୟରେ ଜନ୍ମ ନେଇଥିବା ଏହି ଅପରାଧୀଙ୍କ ପ୍ରେମ କାହାଣୀ ଏବେ ସାମାଜିକ ସ୍ୱୀକୃତି ପାଇବାକୁ ଯାଉଛି।

Related Topics
Explore more stories