Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟସଭାରେ ଛିଡୁଛି ବିଜେଡି,ବଢୁଛି ବିଜେପି,ସଂସଦର ଉଚ୍ଚସଦନରେ ବିଜେଡି ସାଂସଦଙ୍କ ସଂଖ୍ୟା ୫ ହୋଇଯାଇଛି

National

BJD Weakens In Rajya Sabha / ରାଜ୍ୟସଭାରେ ଛିଡୁଛି ବିଜେଡି,ବଢୁଛି ବିଜେପି,ସଂସଦର ଉଚ୍ଚସଦନରେ ବିଜେଡି ସାଂସଦଙ୍କ ସଂଖ୍ୟା ୫ ହୋଇଯାଇଛି

Bikash Mohanty
Browse all articles by Bikash Mohanty
·1 hour ago·2 min read
ରାଜ୍ୟସଭାରେ ଛିଡୁଛି ବିଜେଡି,ବଢୁଛି ବିଜେପି,ସଂସଦର ଉଚ୍ଚସଦନରେ ବିଜେଡି ସାଂସଦଙ୍କ ସଂଖ୍ୟା ୫ ହୋଇଯାଇଛି
BJD

Key Points

ରାଜ୍ୟସଭାରେ ଛିଡୁଛି ବିଜେଡି, ବଢୁଛି ବିଜେପି
ରାଜ୍ୟସଭାରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା
 ବିଜେଡିର ସାଂସଦଙ୍କ ସଂଖ୍ୟା ୫ରେ ସୀମିତ
ଭୁବନେଶ୍ବର,୨୫/୦୫: ରାଜ୍ୟସଭାରେ ଛିଡୁଛି ବିଜେଡି, ବଢୁଛି ବିଜେପି । ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏବେ ସଂସଦର ଉଚ୍ଚ ସଦନରେ ବିଜେଡିର ସାଂସଦଙ୍କ ସଂଖ୍ୟା ୫ ହୋଇଯାଇଛି । ୨୦୨୨ରେ ନିର୍ବାଚିତ ହୋଇଥିବା ବିଜେଡି ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ମାନସ ମଙ୍ଗରାଜଙ୍କ କାର୍ଯ୍ୟକାଳ ୨୦୨୮ ଯାଏଁ ରହିଛି । ସେହିପରି ବିଜେଡିରୁ ୨୦୨୪ରେ ନିର୍ବାଚିତ ହୋଇଥିବା ଶୁଭାଶିଷ ଖୁଣ୍ଟିଆଙ୍କ କାର୍ଯ୍ୟକାଳ ୨୦୩୦ ଯାଏଁ ରହିଥିବାବେଳେ, ଚଳିତବର୍ଷ ବିଜେଡିରୁ ନିର୍ବାଚିତ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ରଙ୍କ କାର୍ଯ୍ୟକାଳ ୨୦୩୨ରେ ଯାଏଁ ରହିଛି ।.

ଅନ୍ୟପକ୍ଷରେ ଗତ ଏପ୍ରିଲରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ନିର୍ବାଚିତ ହୋଇଥିବାବେଳେ, ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇ ରାଜ୍ୟସଭା ପଠାଇଛି ବିଜେପି । ତେଣୁ ଏହି ୩ ସାଂସଦଙ୍କ କାର୍ଯ୍ୟକାଳ ୨୦୩୨ ଯାଏଁ ରହିଛି । ସେହିପରି ୨୦୨୪ରେ ବିଜେପି ପାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଥିଲା ବିଜେଡି । ତାଙ୍କର କାର୍ଯ୍ୟକାଳ ମଧ୍ୟ ୨୦୩୦ ଯାଏଁ ରହିଛି ।

ପଢନ୍ତୁ ଏହି ଖବର: ବିଜେଡି ଛାଡ଼ିଲେ ଦେବାଶିଷ,ଶ୍ରୀମୟୀ ମାରିଲେ ତେରଛାବାଣ, କହିଲେ ଧରମ ପୁଅ ଥିବା ଯାଏଁ ଜଣଙ୍କ ପରେ ଜଣେ ବିଜେଡିରୁ ଯିବେ

ଆଜି ବିଜେଡି ଛାଡ଼ିଲେ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ଦଳ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳ ଛାଡ଼ିବା ପରେ ପାଣ୍ଡିଆନଙ୍କ ପାଇଁ ଦଳ ଛାଡ଼ିଥିବା କହି ରୋଷ ଝାଡ଼ିଲେ ଦେବାଶିଷ। ଓଡ଼ିଆ ସ୍ବାଭିମାନକୁ ତାମିଲ ଲୋକ ହାତରେ ଟେକିଦିଆ ଯାଇଛି। ବିଜୁ ବାବୁଙ୍କ ସମ୍ପତ୍ତି ତାମିଲ ଲୋକଙ୍କୁ ଟେକିଦେବା ଦୁଃଖ ଦାୟକ। ବିଜେଡି ଦଳ କେମିତି ସଂଗଠିତ ହେବ କାହାର ଚିନ୍ତା ନାହିଁ। ବର୍ଷେ ହେଲା ନବୀନ ବାବୁଙ୍କୁ ଭେଟି ନାହିଁ, ବିଜେଡିରେ ବରିଷ୍ଠଙ୍କ ସ୍ଥାନ ନାହିଁ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାଏ। ଆଜି ସେ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତ ମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Weakens In Rajya Sabha | BJD Weakens In Rajya Sabha | BJD Strength Falls to 5 in Rajya Sabha, BJP Expands Influence | Argus News