Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅରୁଣାଚଳରେ ପଦ୍ମ ; ୬୦ରୁ ୪୬ଟି ବିଧାନସଭା ଆସନ ଜିତିଲା ବିଜେପି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅରୁଣାଚଳରେ ପଦ୍ମ ; ୬୦ରୁ ୪୬ଟି ବିଧାନସଭା ଆସନ ଜିତିଲା ବିଜେପି

Key Points

  •  ଅରୁଣାଚଳରେ ପୁଣି ଫୁଟିଲା ପଦ୍ମ
  • ୬୦ରୁ ୪୬ଟି ବିଧାନସଭା ଆସନ ଜିତିଲା ବିଜେପି
  • ଅରୁଣାଚଳରେ ବମ୍ପର ବିଜୟ ସହ ପୁଣି ହେବ ବିଜେପି ସରକାର
  • ଜୁନ୍ 4ରେ ଦେଶର ଫଳ ଆସିବା ପୂର୍ବର ଟ୍ରେଲର
     

 ଅର୍ଗସ ବ୍ୟୁରୋ : ଦେଶରେ ମୋଦି ସୁନାମୀ । ସାରା ରାଜ୍ୟରେ ମୋଦି ହିଁ ମୋଦି । ଜୁନ ୪ ରେ ଦେଶରେ ଫଳାଫଳ ଆସିବା ପୂର୍ବରୁ ଟ୍ରେଲର ଦେଖିବାକୁ ମିଳିଛି । ପୁଣି ଅରୁଣାଚଳ ଦଖଲ କରିଛି ବିଜେପି। ବିଧାନସଭା ନିର୍ବାଚନରେ ହୋଇଛି ବିଜେପିର ବମ୍ପର ବିଜୟ। ଅରୁଣାଚଳ ବିଧାନସଭାର ମୋଟ 60ଟି ଆସନରୁ 46ଟିରେ ବିଜୟୀ ହୋଇଛି ପଦ୍ମ ଦଳ। ରାଜ୍ୟରେ 31 ମ୍ୟାଜିକ୍ ନମ୍ବର ହୋଇଥିବାବେଳେ ଏଠି ବିଜେପି ପୁଣି ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ନିର୍ବାଚନ ପୂର୍ବରୁ ହିଁ 10ଟି ଆସନରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲା ବିଜେପି । ବାକି 50ଟି ଆସନରୁ 36ଟି ଆସନ ଶାସକ ଦଳର ବଡ଼ ବିଜୟ ହୋଇଛି । ଏହାଛଡ଼ା ଏନପିପି 5ଟି ସିଟ୍ ଜିତିଥିବାବେଳେ କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ଦଳ 8ଟିରେ ବିଜୟୀ ହୋଇଛନ୍ତି। ବଡ଼ ବିଜୟ ପାଇଁ ଟ୍ବିଟ୍ କରି ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। 

ଅଧିକ ପଢନ୍ତୁ : ମୋଦି ସୁନାମୀ ; ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ

ସେପଟେ ସିକ୍କିମ୍‌ ବିଧାନସଭା ଦଖଲ କରିଛି ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା। ମୋଟ ୩୨ଟି ଆସନରୁ ୩୧ଟି ଜିତିବା ସହ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବ ପ୍ରେମ ସିଂହ ତୋମାଙ୍ଗଙ୍କ ନେତୃତ୍ୱାଧୀନ ଦଳ। ବିଜୟକୁ ନେଇ ପ୍ରେମ ସିଂହ ତୋମାଙ୍ଗଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅରୁଣାଚଳରେ ବିଜେପିର ବମ୍ପର ବିଜୟକୁ ଜୁନ୍ 4ରେ ଦେଶର ନିର୍ବାଚନ ଫଳାଫଳ ଆସିବା ପୂର୍ବର ଟ୍ରେଲର ବୋଲି କୁହାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjp again in Arunachala; BJP won 60 to 46 assembly seats | Argus News