ବିଜେପି, ବିଜେଡି ଓ କଂଗ୍ରେସର ଟିକେଟ କସରତ ଜାରି

ଭୁବନେଶ୍ୱର: ୨୪ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ଅଙ୍କକଷା । ଖୁବଶୀଘ୍ର ବିଜେପି ଜାରି କରିପାରେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପାଞ୍ଚ ରାଜ୍ୟ ସମେତ ଓଡ଼ିଶା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେପି । ଶନିବାର ଦିଲ୍ଲାରେ ବସିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏନେଇ ହୋଇଛି ଚୂଡ଼ାନ୍ତ ନିଷ୍ପତ୍ତି । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଓଡିଶାର ୨୧ ଲୋକସଭା ସିଟରେ ପ୍ରାର୍ଥୀ ଦେବାକୁ ଆଲୋଚନା ହୋଇଛି । କେବଳ ସିଇସିର ଘୋଷଣାକୁ ଅପେକ୍ଷା ।
ଅନ୍ୟପଟେ ପ୍ରାର୍ଥୀ ଚୟନ ପାଇଁ ଗୋଟିଏ ପରେ ଗୋଟିଏ ସଂସଦୀୟ କ୍ଷେତ୍ରକୁ ହିସାବ ନିକାସ କରୁଛି ବିଜେଡି । ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଡାକି ନବୀନ ନିବାସରେ ସମୀକ୍ଷା କରୁଛନ୍ତି ଶଙ୍ଖ ସୁପ୍ରିମୋ । ଦଳୀୟ କନ୍ଦଳକୁ ସମାଧନ କରି କିପରି ଅସନ୍ତୁଷ୍ଟଙ୍କୁ ମନାଇବା ଶାସକ ଦଳ ପାଇଁ ଛିଡା କରିଛି ବଡ ଚ୍ୟାଲେଞ୍ଜ । ଆଜି ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ, କଟକ, ଜଗତସିଂହପୁର ଏବଂ ଯାଜପରୁ ସଂସଦୀୟ କ୍ଷେତ୍ରର ନେତାଙ୍କୁ ଡାକି ଆଲୋଚନା କରିଛନ୍ତି ନବୀନ । ବୈଠକରେ ସ୍ଥାନୀୟ ବିଧାୟକ, ପୂର୍ବତନ ବିଧାୟକ, ସାଂସଦ ଏବଂ ସ୍ଥାନୀୟ ସାଙ୍ଗଠିନିକ ନେତା ମାନେ ଉପସ୍ଥିତ ଥିଲେ । ତେବେ ଏ ସବୁ ଭିତରେ ବିଜେପି ଏବଂ ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ନଜର ରଖିଛି କଂଗ୍ରେସ ।
ଆର୍ ପାର୍ ଲଢେଇ ପାଇଁ ଅଣ୍ଟା ଭିଡିଲେଣି ବିଜେଡି ଓ ବିଜେପି । ୪୦୦ ପାର୍ ନାରା ସହ ବିଜେପି ତାର ପ୍ରସ୍ତୁତି ଚଲାଇଥିବା ବେଳେ ଗାଦି ରକ୍ଷା ପାଇଁ ବଳ କଷୁଛି ବିଜେଡି । ତେବେ କାହାର ଟିକେଟ କଟିବ ? କିଏ ରିପିଟ୍ ହେବେ ? କେଉଁ ସିଟରେ କିଏ ହେବେ ପ୍ରାର୍ଥୀ ତାହା ଉପରେ ସମସ୍ତଙ୍କ ନଜର ।
ଅଧିକ ପଢନ୍ତୁ ଓଡ଼ିଶା ଖବର