Indian Politics / ଖଡଗେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି
·2 months ago·2 min read

Key Points
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛି ବିଜେପି
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ନିର୍ମଳା ସୀତାରମଣ, ଅର୍ଜୁନ ରାମ ମେଘୱାଲଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି । ଚେନ୍ନାଇର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଖଡଗେ, ଅପଶବ୍ଦ ପ୍ରୟୋଗ କରିଥିବା ନେଇ ବିଜେପି ଫେରାଦ ହୋଇଛି । ବିଜେପି ଦାବି କରିଛି ଯେ -ଚେନ୍ନାଇରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ।
ରାଜନୈତିକ ବୟାନବାଜିର ସଵୁ ସୀମା ଲଙ୍ଘିଯାଇ, ବିରୋଧୀ ଓ ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆତଙ୍କିତ କରୁଥିବା ଭଳି ଅମୂଳକ ଅଭିଯୋଗ ଆଣିଥିଲେ । ଯାହାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେପି । ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷାର ପ୍ରୟୋଗ ଗଣତନ୍ତ୍ର ପ୍ରତି ଘୃଣ୍ୟ ଅପମାନ ଓ ଜନମତ ପ୍ରତି କୁଠାରଘାତ । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଓ ଦେଶର ସେବା ପାଇଁ ସମର୍ପିତ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିରୋଧୀଙ୍କ ଏଭଳି ମାନସିକତାକୁ ଦେଶବାସୀ କେବେହେଲେ ଗ୍ରହଣ କରିବେ ନାହିଁ ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦ୍ୱାରା କରାଯାଇଥିବା ଅଶୋଭନୀୟ ମନ୍ତବ୍ୟ କେବଳ ନିନ୍ଦନୀୟ ନୁହେଁ, ବରଂ ଏହା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଓ ପତନଶୀଳ ଚିନ୍ତାଧାରାର ଏକ ଉଦାହରଣ । ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହି ସ୍ତରର ଭାଷା ପ୍ରୟୋଗ କରିବା, ୧୪୦ କୋଟି ଦେଶବାସୀଙ୍କ ଜନାଦେଶ ଏବଂ ଭାରତର ଗଣତାନ୍ତ୍ରିକ ମର୍ଯ୍ୟାଦା ଉପରେ ପ୍ରହାର ।
ବିବାଦ ପରେ ଖଡଗେ ସଫେଇ ରଖି କହିଥିଲେ ଯେ, ଆତଙ୍କବାଦୀ ଶବ୍ଦକୁ ସେ ଆକ୍ଷରିକ ଭାବେ ବ୍ୟବହାର କରିନାହାନ୍ତି । ସେ କେବଳ ଏହର ଭାବାର୍ଥ ବୁଝାଇବାକୁ ଚାହୁଁଥିଲେ । କିନ୍ତୁ ବିଜେପିର ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିଶନ୍ କି ପଦକ୍ଷେପ ନେଉଛନ୍ତି, ତା ଉପରେ ନଜର ରହିଛି ।
ଏଥିସହ ପଢ଼ନ୍ତୁ: 'ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା': ଧର୍ମେନ୍ଦ୍ର ପ୍ରଧାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories