West Bengal Politics / 'ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା': ଧର୍ମେନ୍ଦ୍ର ପ୍ରଧାନ
·2 months ago·2 min read

Key Points
ଭୟ ଓ ଦୁର୍ନୀତିର ରାଜନୀତି ଶେଷ ହେବ
ବଙ୍ଗଳାରେ ବଡ଼ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ
ଜନତା ନେଇସାରିଛନ୍ତି ନିଷ୍ପତ୍ତି
ବଙ୍ଗଳାରେ ବଡ଼ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ
ଜନତା ନେଇସାରିଛନ୍ତି ନିଷ୍ପତ୍ତି
ପଶ୍ଚିମବଙ୍ଗ ପରିବର୍ତ୍ତନ ମୁହାଁ । ବଙ୍ଗଳାର ଜନସାଧାରଣ ଏଥର ଭୟ, ଭ୍ରଷ୍ଟାଚାର ଏବଂ ବିଭାଜନର ରାଜନୀତିକୁ ଶେଷ କରି ବିକାଶ ଓ ସ୍ୱାଭିମାନର ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ଆଜି ବରନଗର ଓ ତାଲଡାଙ୍ଗରା ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପଶ୍ଚିମବଙ୍ଗ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ ସଜଲ ଘୋଷଙ୍କ ସମର୍ଥନରେ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଜନସ୍ରୋତ ବଙ୍ଗଳାରେ ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ସେ କହିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ । ମମତା ଦିଦିଙ୍କ ଡରାଇବା ଓ ଧମକାଇବା ରାଜନୀତି ଏବେ ବିଫଳ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ । ବଙ୍ଗଳାର ହଜିଯାଇଥିବା ଗୌରବକୁ ଫେରାଇ ଆଣିବା ଏବଂ ଏକ ଆତ୍ମନିର୍ଭରଶୀଳ ରାଜ୍ୟ ଗଠନ କରିବା ପାଇଁ ବିଜେପି ପ୍ରତି ଜନସାଧାରଣଙ୍କ ଭରସା ବଢ଼ିବାରେ ଲାଗିଛି ।
ପଶ୍ଚିମବଙ୍ଗର ଯୁବପିଢ଼ି ଆଜି ରୋଜଗାର ଏବଂ ଭଲ ସୁଯୋଗ ପାଇବା ପାଇଁ ଇଚ୍ଛୁକ । ବିଜେପିର ସଂକଳ୍ପ ପତ୍ରରେ ଥିବା ଷ୍ଟାର୍ଟଅପ୍ ପ୍ରୋତ୍ସାହନ ଓ ନିଯୁକ୍ତି ସୁଯୋଗ ଏହି ଆଶାକୁ ପୂରଣ କରିବା ପାଇଁ ଏକମାତ୍ର ମାର୍ଗ । ଯେଉଁ ଭୟ ଓ ଘୃଣାର ରାଜନୀତି ପାଇଁ ବେଙ୍ଗଲବାସୀ ଦିନେ ବାମପନ୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, ଆଜି ସମାନ କାରଣ ପାଇଁ ଟିଏମସିକୁ ମଧ୍ୟ ବିଦା କରିବାକୁ ମନସ୍ଥ କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଆଜି ବରନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ସହ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ଗତକାଲି ବାଙ୍କୁଡ଼ା ଜିଲ୍ଲାର ତାଲଡାଙ୍ଗରା ଠାରେ ବିଜେପି ପ୍ରାର୍ଥୀ ସୌଭିକ ପାତ୍ରଙ୍କ ସମର୍ଥନରେ ଆୟୋଜିତ ରୋଡ୍-ସୋ’ରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ସାମିଲ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories