WestBengal Politics / ମମତା ଗଡରେ ଧସେଇ ପଶିବାରେ ବିଜେପି ସଫଳ ହୋଇଛି

Key Points
ମମତା ଗଡରେ ଧସେଇ ପଶିବାରେ ବିଜେପି ସଫଳ ହୋଇଛି ।
ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତି... ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଭାଜପା ରାଜ୍ୟରେ ଏବେସୁଦ୍ଧା ୨୦୫ଟି ଆସନରେ ଆଗୁଆ । ପ୍ରାରମ୍ଭିକ ଟ୍ରେଣ୍ଡକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଦିଦିଙ୍କ ଖେଳ ଖତମ ହେବା ସହ ଭାଜପା ସରକାର ଗଢିବ ବୋଲି ବୋଲି କୁହାଯାଉଛି । ଏହି ସମୟରେ ଏହି ୪ ତାରିଖ ବିଜେପି ପାଇଁ ଶୁଭ ବୋଲି ଚର୍ଚ୍ଚା ଜୋର ଧରିଛ...
ରାଜନୀତିରେ କେତେବେଳେ କେମିତି କାହାର ଭାଗ୍ୟ ବଦଳିଥାଏ ତାହା କାହାକୁ ଜଣାନଥାଏ । କିନ୍ତୁ ବିଜେପି ପାଇଁ ଏହି ୪ ନମ୍ବରଟି ଯେମିତି ଲକି ପାଲଟିଯାଇଛି । ଯେମିତି ଜୁନ ୪, ୨୦୨୪ ଏବଂ ମେ ୪, ୨୦୨୬ ଅର୍ଥାତ୍ ୪ ତାରିଖଟି ବିଜେପି ପାଇଁ ଅତ୍ୟନ୍ତ ଶୁଭ ଦିନ ପରି ମନେହେଉଛି । ଆପଣ ଭାବୁଥିବେ ଏହି ଦୁଇ ତାରିଖରେ ଏମିତି କଣ ରହିଛି….
ଓଡ଼ିଶା ରାଜନୀତିରେ ୪ ଜୁନ ୨୦୨୪ ଏକ ଐତିହାସିକ ଦିନ ଥିଲା । ଏହା ବିଜେପି ପାଇଁ ମଧ୍ୟ ଅତ୍ୟନ୍ତ ଶୁଭଙ୍କର ଥିଲା । କାରଣ ଏହି ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟିଥିଲା । ସମସ୍ତଙ୍କୁ ଚକିତ କରି ଶାସନ ଗାଦି ଅକ୍ତିଆର କରିଥିଲା ବିଜେପି ।
ଦୀର୍ଘ ବର୍ଷର ସଂଘର୍ଷ ପରେ ରାଜ୍ୟରେ ଭାଜପା ନିଜ ବଳରେ ସରକାର ଗଢିବାରେ ସମର୍ଥ ହୋଇଥିଲା । ରାଜ୍ୟରେ ନବୀନ ଲହର ରହିଥିଲେ ସୁଦ୍ଧା ସିଟ୍ ହାତେଇବାରେ ସମର୍ଥ ହୋଇଥିଲା । ଦଳ ୧୪୭ରୁ ୭୮ଟି ଆସନ ଜିତି ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କଲା । ଶକ୍ତିଶାଳୀ ବିଜେଡି ଦ୍ବିତୀୟ ନମ୍ବରରେ ରହି ମାତ୍ର ୫୧ଟି ସିଟ ହାତେଇବାରେ ସଫଳ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ସତ ହେଲା ଭବିଷ୍ୟବାଣୀ… 'ବଙ୍ଗ'ରେ ବିଜୟ ଦେଲା 'ଅଙ୍ଗ'ର ଏହି ୬ ପ୍ରସଙ୍ଗ
ଓଡ଼ିଶାରେ ୨୦୨୪ର ପରିବର୍ତ୍ତନ ପରେ ସାରା ଦେଶର ନଜର ୨୦୨୬ ବିଧାନସଭା ନିର୍ବାଚନ ଉପରେ ରହିଥିଲା । ବିଶେଷ କରି ପଶ୍ଚିମବଙ୍ଗ, ଆସାମ ଏବଂ ଦକ୍ଷିଣ ଭାରତରେ ବିଜେପି ପ୍ରଭାବକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା ।
ଆଜି ମେ ୪ ତାରିଖ ହୋଇଥିବା ବେଳେ ବିଜେପି ପାଇଁ ଖୁସି ଖବର ଆଣିଛି । ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଭୋଟ ଗଣତି ଜାରି ରହିଛି । ଟ୍ରେଣ୍ଡ ଏବଂ ଏକଜିଟ ପୋଲ ଅନୁଯାୟୀ, ବିଜେପି ପାଇଁ ପରିସ୍ଥିତି ବେଶ ଭଲ ଦେଖାଯାଉଛି ।
ସବୁ ସ୍ଥାନରେ ବିଜେପି କିମ୍ବା ବିଜେପି ସମର୍ଥିତ ମେଣ୍ଟ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ପଶ୍ଚିମବଙ୍ଗରେ ମମତା ଗଡରେ ଧସେଇ ପଶିବାରେ ବିଜେପି ସଫଳ ହୋଇଛି । ତେଣୁ ଏହି ୪ ତାରିଖକୁ ନେଇ ସବୁଠି ଚର୍ଚ୍ଚା । ଏହା ଭାଜପା ପାଇଁ ଅତ୍ୟନ୍ତ ଶଭଙ୍କର ।
📱 Get Argus News App
✨Related Topics
Explore more stories