Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସତ ହେଲା ଭବିଷ୍ୟବାଣୀ… 'ବଙ୍ଗ'ରେ ବିଜୟ ଦେଲା 'ଅଙ୍ଗ'ର ଏହି ୬ ପ୍ରସଙ୍ଗ

Politics

Bihar to Bengal / ସତ ହେଲା ଭବିଷ୍ୟବାଣୀ… 'ବଙ୍ଗ'ରେ ବିଜୟ ଦେଲା 'ଅଙ୍ଗ'ର ଏହି ୬ ପ୍ରସଙ୍ଗ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ସତ ହେଲା ଭବିଷ୍ୟବାଣୀ… 'ବଙ୍ଗ'ରେ ବିଜୟ ଦେଲା 'ଅଙ୍ଗ'ର ଏହି ୬ ପ୍ରସଙ୍ଗ
How BJP Pulled Off the Impossible Win

Key Points

ଓଡ଼ିଶା, ବିହାର ପରେ ପଶ୍ଚିମବଙ୍ଗ (କଳିଙ୍ଗ, ଅଙ୍ଗ ଓ ବଙ୍ଗ)ରେ ବିଜେପିର ବିଜୟ ବାନା ଉଡ଼ିଛି । ବିଜେପିର ବିହାର ଫର୍ମୁଲା ପଶ୍ଚିମବଙ୍ଗରେ କାମ ଦେଇଥିବା କୁହାଯାଉଛି ।
କୋଲକାତା: କେବଳ ଉତ୍ତର ନୁହେଁ, ପୂରା ପୂର୍ବ ଭାରତରେ ବିଜେପି ଲହର । ଓଡ଼ିଶା, ବିହାର ପରେ ପଶ୍ଚିମବଙ୍ଗ (କଳିଙ୍ଗ, ଅଙ୍ଗ ଓ ବଙ୍ଗ)ରେ ବିଜେପିର ବିଜୟ ବାନା ଉଡ଼ିଛି । ବିଜେପିର ବିହାର ଫର୍ମୁଲା ପଶ୍ଚିମବଙ୍ଗରେ କାମ ଦେଇଥିବା କୁହାଯାଉଛି ।

ଅନୁପ୍ରବେଶକାରୀଙ୍କୁ ବିଦା କରିବା, ଭୟ, ଦୁର୍ନୀତି ବିରୋଧରେ ସୁଶାସନ ମଡେଲ୍, ମହିଳା ସୁରକ୍ଷା ଭଳି ପ୍ରସଙ୍ଗ ବିଜେପିର ଅସ୍ତ୍ର ପାଲଟିଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରକୁ ଗାଦିଚ୍ୟୁତ୍ କରିବାରେ ସଫଳ ହୋଇଛି ।

ଏଥିସହ ପଢ଼ନ୍ତୁ: ପାଣିହାଟୀରେ RG Kar ପୀଡ଼ିତାଙ୍କ ମା' ରତ୍ନାଙ୍କ ଦମଦାର ଜିତ୍

SIR ପ୍ରସଙ୍ଗ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଭୋଟର୍ ତାଲିକା ସଂଶୋଧନ ପାଇଁ ଏସ୍‌ଆଇଆର୍ ଅଭିଯାନ ଆରମ୍ଭ କରିଥିଲେ । ଯାହାକୁ କଂଗ୍ରେସ ବିରୋଧ କରି ଭୋଟ୍ ଚୋରି ଆଖ୍ୟା ଦେଇଥିଲା । କିନ୍ତୁ ବିଜେପି ପଛକୁ ଘୁଞ୍ଚି ନଥିଲା । ବିଜେପି ଏହାକୁ ଅନୁପ୍ରବେଶକାରୀଙ୍କୁ ବିଦା କରିବାର ରାସ୍ତା କହିଥିଲା । ଏଭଳି ଭାବେ ବିଜେପି ଆସାମରୁ ନେଇ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ରଖି ଜନତାଙ୍କୁ ପ୍ରଭାବିତ କରିଥିଲା ।

ହିନ୍ଦୁ ଭୋଟ୍‌ର ଧ୍ରୁବିକରଣରେ ମୁସଲିମ୍ କାର୍ଡ ଫେଲ୍

ବିଜେପି, ଅନୁପ୍ରବେଶକାରୀଙ୍କ ବିରୋଧରେ ଅଭିଯାନ କରିଥିଲା ଓ ମୁସଲିମ୍ ତୁଷ୍ଟିକରଣକୁ ବିହାରରେ ବଡ଼ ପ୍ରସଙ୍ଗ କରିଥିଲା । ବିହାରରେ ୨୦ ପ୍ରତିଶତରୁ ଅଧିକ ମୁସଲିମ୍ ଭୋଟ ସତ୍ତ୍ଵେ ଏନଡିଏ ୨୦୦ ପାର୍ କରିଥିଲା । ବିହାରକୁ ଲାଗି ରହିଥିବା ପଶ୍ଚିମବଙ୍ଗର ଅଞ୍ଚଳରେ ଏହି ବାର୍ତ୍ତା ପହଞ୍ଚିଥିଲା । ମୁସଲିମ୍ କାର୍ଡ ବିପକ୍ଷରେ ହିନ୍ଦୁ ଭୋଟ୍‌ ଧ୍ରୁବିକରଣ ଯୋଗୁଁ ଫଳାଫଳ ଓଲଟିଲା । ଯେତେବେଳେ କି ପଶ୍ଚିମବଙ୍ଗର ପ୍ରାୟ ୧୦୦ ଆସନରେ ମୁସଲିମ୍ ଭୋଟ୍ ୨୦ରୁ ୪୦ ପ୍ରତିଶତ ଅଟେ ।

ମୋଦିଙ୍କ ୬ ଗ୍ୟାରେଣ୍ଟି

ବିହାରରେ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି-ଜେଡିୟୁ ମେଣ୍ଟ ୧୨୫ ୟୁନିଟ୍ ମାଗଣା ବିଦ୍ୟୁତ୍ ସହିତ ମହିଳାଙ୍କୁ ୧୦ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଥିଲେ । ଆଉ କାମ କରିଥିଲା ବିଜେପିର ମହିଳା କାର୍ଡ । ମଦ ବନ୍ଦ ପ୍ରସଙ୍ଗରେ ମହିଳା ଭୋଟର ଏନଡିଏ ସହ ରହିଲେ ।

ଭୟ, ଦୁର୍ନୀତି  ଓ ଗୁଣ୍ଡାରାଜ

ଉତ୍ତରପ୍ରଦେଶରେ ବିଜେପି, ସମାଜବାଦୀ ପାର୍ଟି ବିରୋଧେ ପୁଣି ବିହାରରେ ଆରଜେଡିର ୧୫ ବର୍ଷ ଶାସନରେ ଗୁଣ୍ଡାରାଜ ପ୍ରସଙ୍ଗ ଉଠାଇଥିଲା । ମହିଳାଙ୍କ ନିକଟରେ ବିଜେପି ଓ ଜେଡିୁ ଲଣ୍ଠନ ଯୁଗ ଏବଂ ଲାଲୁ ଯାଦବଙ୍କ ଶାସନରେ ଆଇନ୍ କାନୁନ୍ ବ୍ୟବସ୍ଥାକୁ ମନେ ପକାଇ ଥିଲା । ସମାନ ଭାବେ ବିଜେପି, ପଶ୍ଚିମବଙ୍ଗରେ ଆକ୍ରମଣାତ୍ମକ ଭାବେ ଖେଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଭୟ, ଦୁର୍ନୀତି ଶାସନର ଅନ୍ତ ସହ ସିଣ୍ଡିକେଟ, ଟିଏମ୍‌ସିର ଗୁଣ୍ଡାରାଜ ପ୍ରସଙ୍ଗ ଉଠାଇଥିଲେ । କ୍ଷମତାକୁ ଆସିଲେ ବିଜେପି ସୁଶାସନ ପ୍ରତିଶ୍ରୁତିକୁ ବାରମ୍ବାର ଦୋହରାଇ ଥିଲା । ସନ୍ଦେଶଖାଲି, ଆରଜିକର ପ୍ରସଙ୍ଗ ମହିଳା ସୁରକ୍ଷା ସହ ଯୋଡ଼ି ଟିଏମ୍‌ସିକୁ ଘେରିଥିଲା ବିଜେପି ।

ଏଥିସହ ପଢ଼ନ୍ତୁ: ଭୋଟ୍ ଗଣତି ଭିତରେ ପଶ୍ଚିମବଙ୍ଗରେ TMC-BJP କର୍ମୀ ମୁହାଁମୁହିଁ, ପୋଲିସର ଲାଠିମାଡ଼ 

ମମତାଙ୍କ ଠାରୁ ଖସିଲେ ମହିଳା ଭୋଟର୍‌

ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୯୩ ଓ ଦ୍ଵିତୀୟ ପର୍ଯ୍ୟାୟରେ ୯୦ ପ୍ରତିଶତ ଭୋଟିଂ ହୋଇଥିଲା । ଗରିବ ମହିଳାଙ୍କ ମାସିକ ୩ ହଜାର ଟଙ୍କା ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଆରଜିକର ମାମଲାକୁ ଧ୍ୟାନରେ ରଖି ମହିଳାଙ୍କ ସୁରକ୍ଷା ଲାଗି ଏକ ସମର୍ପିତ ପୋଲିସ ବାହିନୀ ଓ ଦୁର୍ଗା ସୁରକ୍ଷା ବଳ ଗଠନ ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଗର୍ଭବତୀଙ୍କୁ ୨୧ ହଜାର ସହାୟତା, ବସ୍‌ରେ ମାଗଣା ଯାତ୍ରା ଓ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ସହ ତୁରନ୍ତ ସପ୍ତମ ବେତନ ଲାଗୁ କରିବାର ଭରସା ଦେଇଥିଲା ବିଜେପି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Victory in West Bengal: 6 Key Factors Behind Big Win | Argus News | Argus News