Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପଶ୍ଚିମବଙ୍ଗର ବଶୀରହାଟ ଲୋକସଭା ସିଟରୁ ରେଖାଙ୍କୁ ବିଜେପି ଟିକେଟ୍

National

ପଶ୍ଚିମବଙ୍ଗର ବଶୀରହାଟ ଲୋକସଭା ସିଟରୁ ରେଖାଙ୍କୁ ବିଜେପି ଟିକେଟ୍

Jitendra Dash
Browse all articles by Jitendra Dash
·2 years ago·1 min read
ପଶ୍ଚିମବଙ୍ଗର ବଶୀରହାଟ ଲୋକସଭା ସିଟରୁ ରେଖାଙ୍କୁ ବିଜେପି ଟିକେଟ୍

ଅର୍ଗସ ବ୍ୟୁରୋ : ପଶ୍ଚିମବଙ୍ଗରେ ଅଧିକରୁ ଅଧିକ ଲୋକସଭା ସିଟ୍ ହାତେଇବାକୁ କୌଣସି ବି କସରତ ଛାଡିନି ବିଜେପି । ଗତକାଲି ୧୧୧ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ତରଫରୁ ଘୋଷଣା କରାଯାଇଥିବାବେଳେ, ଏହି ଲିଷ୍ଟରେ ରହିଛନ୍ତି ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ସନ୍ଦେଶଖାଲି ଘଟଣାର ପୀଡିତା ରେଖା ପାତ୍ର । ପଶ୍ଚିମବଙ୍ଗର ବଶୀରହାଟ ଲୋକସଭା ସିଟରୁ ରେଖାଙ୍କୁ ଟିକେଟ୍ ଦେଇଛି ବିଜେପି । 

ଗତ କିଛି ଦିନ ଧରି ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣା ବେଶ ଚର୍ଚ୍ଚାରେ ରହିଥିଲା । ଏମିତି କି ଏହି ଘଟଣାରେ ଟିଏମସି ନେତା ଶାହାଜାହାନ୍ ଶେଖଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଆଉ ଏହି ଘଟଣା ପରେ ଏବେ ଏହି ଆନ୍ଦୋଳନର ମୁଖ୍ୟ ଚେହେରା କୁହାଯାଉଥିବା ରେଖାପାତ୍ରଙ୍କୁ ବିଜେପି ଦେଇଛି ଲୋକସଭା ଟିକେଟ୍ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ମଧ୍ୟରୁ ୩୮ଟି ସିଟରେ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । କେବଳ ଡାଇମଣ୍ଡ ହାର୍ବର, ଆସନସୋଲ, ବୀରଭୂମି ଓ ଝାଡଗ୍ରାମର ପ୍ରାର୍ଥୀ ଘୋଷଣା କରିବା ବାକି ଅଛି । ତେବେ କେମିତି ପଶ୍ଚିମବଙ୍ଗର ଅଧିକରୁ ଅଧିକ ଲୋକସଭା ଆସନ ବିଜେପିକୁ ହାତକୁ ଯିବ, ସେନେଇ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି ।

Painting
Sponsored
BJP fields Sandeshkhali housewife Rekha Patra from Basirhat seat | Argus News