Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହାଟ୍ରିକ୍ ସରକାର ଗଠନ କଲା ବିଜେପି

National

ହାଟ୍ରିକ୍ ସରକାର ଗଠନ କଲା ବିଜେପି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହାଟ୍ରିକ୍ ସରକାର ଗଠନ କଲା ବିଜେପି

ଅର୍ଗସ ବ୍ୟୁରୋ:  ଐତିହାସିକ ଭାବେ ବାଜିମାତ୍ କରି ହରିୟାଣାରେ ନୂଆ ସରକାର ଗଠନ କରିଛି ବିଜେପି ...୩ୟ ଥର ପାଇଁ କ୍ଷମତାରେ ବିଜେପି ଏବଂ ୨ୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହେଲେ ନାଏବ ସିଂ ସାଇନି...ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତି ରେ .ହରିୟାଣା ରାଜ୍ୟପାଳ, ବନ୍ଦରୁ ଦତ୍ତାତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସିଏମ୍ ସାଇନି ଙ୍କ ସମେତ ୧୩ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପ୍ରଥମ ଥର ପାଇଁ ହରିଆଣାରେ କୈାଣସି ଦଳ ୩ୟ ଥର ପାଇଁ ସରକାର ଗଠନ କରିଛି...ହରିଆଣାର ଲଗାତାର ୨ ଥର ର ସରକାରକୁ ୩ୟ ଥରକୁ ଭଙ୍ଗ କରିବାର  ପରମ୍ପରା କୁ ବଦଳାଇ ଦେଇଛି ବିଜେପି..ଏହା ପଛରେ ରହିଛି ଦଳର ସାଙ୍ଗଠନିକ ଏକତା ସହିତ ଇଲେକସନ୍ ଷ୍ଟ୍ରାଟେଜି... ଓଡିଆ ନେତା ତଥା ମୋଦିଙ୍କର ବିଶ୍ବସ୍ଥ ସିପାହୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ରଣନୀତି ଓ କୌଶଳ ବଳରେ ସମସ୍ତ ଆକଳନ କୁ ଭୁଲ ପ୍ରମାଣିତ କରି  ହରିଆନା ରେ ଦଳକୁ ମିଳିଛି ହାଟ୍ରିକ୍ ବିଜୟ.. ଏଥିସହ ମୋଦିଙ୍କ ଗରିବ କଲ୍ୟାଣ ମିଶନ କୁ ହରିଆଣାର ଭୋଟର ଲଗାଇଛନ୍ତି ମୋହର ।

ଚଣ୍ଡିଗଡର ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବର ଭବ୍ୟ ଆୟୋଜନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଏନଡିଏ ମେଣ୍ଟର ସହଜୋଗୀ ଦଳ ମୁଖିଆମାନେ ମଧ୍ୟ ଯୋଗ ଦେଇଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
BJP forms hat-trick government | Argus News