|
logo
Live

Argus News - BJP ପ୍ରତିଷ୍ଠା ଦିବସରେ ଶୁଭେଚ୍ଛାର ସୁଅ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

National

BJP Foundation Day / BJP ପ୍ରତିଷ୍ଠା ଦିବସରେ ଶୁଭେଚ୍ଛାର ସୁଅ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

Bikash Mohanty
Browse all articles by Bikash Mohanty
·2 days ago·3 min read
BJP ପ୍ରତିଷ୍ଠା ଦିବସରେ ଶୁଭେଚ୍ଛାର ସୁଅ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
BJP

Key Points

ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର,୦୬/୦୪: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ସର୍ବଦା ଦେଶ ପ୍ରଥମ ନୀତି ଦ୍ୱାରା ପରିଚାଳିତ। ଦେଶ ପ୍ରଥମ ନୀତିରେ ପରିଚାଳିତ ହୋଇ ସମାଜ ସେବାରେ ଆଗୁଆ କାର୍ଯ୍ୟକର୍ତ୍ତାମାନେ ସେବା, ସମର୍ପଣ ଏବଂ ସୁଶାସନ ପ୍ରତି ଆଗ୍ରହ ପାଇଁ ଜଣାଶୁଣା। ବିଜେପିର କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କୁ ଆମ ବିଚାରଧାରା ଏବଂ କାର୍ଯ୍ୟ ସହିତ ଯୋଡ଼ିବାରେ ସଫଳ ହୋଇଛନ୍ତି। ବିଜେପି ଲୋକଙ୍କ କଲ୍ୟାଣକୁ ଏହାର ଦୃଷ୍ଟିକୋଣର କେନ୍ଦ୍ରରେ ରଖେ। ବିଜେପି ଏକ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ପ୍ରଧନମନ୍ତ୍ରୀ ମୋଦି।

ବିଜେପିର ପ୍ରତିଷ୍ଠା ଦିବସରେ ସମସ୍ତ ବିଜେପି କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜାତୀୟତାବାଦୀ ଚିନ୍ତାଧାରା ଆଦର୍ଶ ଓ ବୈଚାରିକ ପ୍ରେରଣାରେ ଗଠିତ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା କେବଳ ଏକ ରାଜନୈତିକ ଘଟଣା ନଥିଲା, ବରଂ ଦେଶକୁ ପୁନଃନିର୍ମାଣ କରିବାର ଏକ ପ୍ରତିଜ୍ଞା ଥିଲା। ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ କଲ୍ୟାଣର ମୂଳ ଭାବନା ସହ ଆରମ୍ଭ ହୋଇଥିବା ବିଜେପି, ମୋଦିଙ୍କ ନେତୃତ୍ୱରେ, "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ" ମନ୍ତ୍ରକୁ ସାକାର କରିଛି। ଦେଶକୁ ତୁଷ୍ଟୀକରଣରୁ ମୁକ୍ତ କରି ଏବଂ ସୁଶାସନ ଏବଂ ସ୍ୱଚ୍ଛତା ପ୍ରତିଷ୍ଠା କରି ବିଜେପି ଗଣତନ୍ତ୍ରର ମୂଳକୁ ମଜବୁତ କରିଛି। ଆଜି, ବିଜେପି କେବଳ ଏକ ଦଳ ନୁହେଁ, ବରଂ ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାର ପ୍ରତିନିଧି ପାଲଟିଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ପଢନ୍ତୁ ଏହି ଖବର: ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ,୧୯୮୦ରେ ପ୍ରତିଷ୍ଠା ହୋଇଥିଲା ଦଳ

ବିଜେପିର ୪୬ତମ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦଳର ସମସ୍ତ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା, ସମର୍ଥକଙ୍କୁ ଅଭିନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଆମ ଉପରେ ବିଶ୍ୱାସ ରଖିଥିବା ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ବିଜେପି କେବଳ ଏକ ରାଜନୈତିକ ସଂରଚନା ନୁହେଁ,ତ୍ୟାଗ, ଆଦର୍ଶ, ସନାତନ ଜୀବନ ମୂଲ୍ୟବୋଧରେ ସିକ୍ତ ଜୀବନ୍ତ ବିଚାରଧାରା, ରାଷ୍ଟ୍ର ପ୍ରଥମ ମନ୍ତ୍ରରେ ଅନୁପ୍ରାଣିତ ରାଷ୍ଟ୍ରବାଦୀ ପରିବାର ବିଶାଳ ବଟ ବୃକ୍ଷରେ ପିରଣତ ଏକ ବିଶାଳ ବଟବୃକ୍ଷ ସଦୃଶ ଭାରତୀୟଙ୍କ ଆଶା ଓ ବିଶ୍ୱାସକୁ ପରିପୂର୍ଣ୍ଣ କରୁଛି। ଭାଜପାର ବିକାଶ ଯାତ୍ରା କ୍ଷମତା ପାଇଁ ନୁହେଁ, ସଂସ୍କାର ଓ ସେବାର ଏକ ନିରନ୍ତର ପ୍ରବାହ। ଅନ୍ତ୍ୟୋଦୟରୁ ରାଷ୍ଟ୍ରୋଦୟ' ପର୍ଯ୍ୟନ୍ତ ଆମର ଯେଉଁ ସଂକଳ୍ପ ରହିଛି। ସମାଜର ଶେଷ ଧାଡ଼ି ପାଖରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ। ଆଜି ଓଡ଼ିଶାରେ ବିକାଶର ଯେଉଁ ନୂଆ ଯୁଗ ସୃଷ୍ଟି ହୋଇଛି। ତାହା ଆମର ନିଷ୍ଠାପର, କର୍ମଠ କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ସାଙ୍ଗଠନିକ ଏକତାର ପରିଣାମ। ଆସନ୍ତୁ ମୋଦୀଙ୍କ ନେତୃତ୍ବରେ 'ସମୃଦ୍ଧ ଓଡ଼ିଶା' ତଥା 'ବିକଶିତ ଭାରତ' ନିଜକୁ ସମର୍ପିତ କରିବା। କର୍ମୀଙ୍କ ନିଃସ୍ୱାର୍ଥପର ସେବା ଓ ନିଷ୍ଠା ଆମ ଶକ୍ତି ଏବଂ ଭବିଷ୍ୟତ ପାଇଁ ପ୍ରେରଣା ହେବ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜେପିର ପ୍ରତିଷ୍ଠା ଦିବସରେ ସମସ୍ତ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ମହାନ ତପସ୍ୱୀ ଏବଂ ଦେଶପ୍ରେମୀ ନେତୃତ୍ୱଙ୍କୁ ଶ୍ରଦ୍ଧାଞ୍ଜଳିର ଅବସର। ସେବା, ସମର୍ପଣ ଏବଂ ନୀତି ମାଧ୍ୟମରେ ସଂଗଠନକୁ ଜନ ବିଶ୍ୱାସର ପ୍ରତୀକ କରିଥିଲେ। ବିଜେପିର ପ୍ରକୃତ ଶକ୍ତି ଉତ୍ସର୍ଗୀକୃତ କର୍ମୀଙ୍କ ତ୍ୟାଗ, କଠିନ ପରିଶ୍ରମରେ ନିହିତ। ଯେଉଁମାନେ ସଂଗଠନର ବିଚାରଧାରା ପ୍ରତ୍ୟେକ ଗାଁରେ ପହଞ୍ଚାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଦଳୀୟ କର୍ମୀ ବିକସିତ ଭାରତ ପାଇଁ କାମ କରୁଛନ୍ତି। କୋଟି କୋଟି କାର୍ଯ୍ୟକର୍ତ୍ତା 'ଅନ୍ତ୍ୟୋଦୟ' ମନ୍ତ୍ର ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଖନ୍ତୁ ଏହି ଖବର: ବିଜେପିର ୪୭ତମ ପ୍ରତିଷ୍ଠା ଦିବସ... | BJP Foundation Day | Narendra Modi

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Foundation Day: BJP ପ୍ରତିଷ୍ଠା ଦିବସରେ ଶୁଭେଚ୍ଛାର ସୁଅ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ | Argus News