ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି ବିଜେପି

ଅର୍ଗସ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି ବିଜେପି । ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ନାମରେ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଜାରି କରିଥିଲେ | ବିଜେପିର ଇସ୍ତାହାରରେ ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି | ଇସ୍ତାହାରରେ ପ୍ରତ୍ୟେକ ଜିଲ୍ଲାରେ ମହିଳା ଥାନା, କଲେଜ ଛାତ୍ରୀମାନଙ୍କୁ ସ୍କୁଟି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି। ଏଥି ସହିତ ସାଧାରଣ ଲୋକଙ୍କୁ କଂଗ୍ରେସ ଘୋଷଣା କରିଥିବା ମୂଲ୍ୟଠାରୁ କମ୍ ମୂଲ୍ୟରେ ଏଲପିଜି ଗ୍ୟାସ ଦେବାକୁ ଘୋଷଣା କରାଯାଇଛି |
ରାଜସ୍ଥାନ ନିର୍ବାଚନ ପାଇଁ ପ୍ରକାଶିତ ଇସ୍ତାହାରରେ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ୪୫୦ଟଙ୍କାରେ ଏଲପିଜି ଗ୍ୟାସ ସହ ସମସ୍ତ ଗରିବ ପରିବାରରେ ଝିଅ ଜନ୍ମ ହେଲେ ସଂଚୟ ବଣ୍ଡ ଯୋଗାଇ ଦିଆଯିବ | ସେହିପରି ଗରିବ ଛାତ୍ରୀକୁ ଷଷ୍ଠ ଶ୍ରେଣୀରେ ୬୦୦୦, ନବମ ଶ୍ରେଣୀରେ ୮୦୦୦, ଦଶମ ଶ୍ରେଣୀରେ ୧୦୦୦୦ ସହ ୨୧ ବର୍ଷ ବୟସରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି |
ରାଜନୀତି ଖବର ଆହୁରି ପଢନ୍ତୁ