Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପି ଟିକେଟରେ ଲଢିବେ ଲୋକସଭା ନିର୍ବାଚନ !

National

ବିଜେପି ଟିକେଟରେ ଲଢିବେ ଲୋକସଭା ନିର୍ବାଚନ !

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେପି ଟିକେଟରେ ଲଢିବେ ଲୋକସଭା ନିର୍ବାଚନ !

ଅର୍ଗସ ବ୍ୟୁରୋ : ବଲିଉଡର ମିଷ୍ଟର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାର ରାଜନୀତିରେ ଯୋଗ ଦେଇପାରନ୍ତି । ସୂଚନା ଅନୁଯାୟୀ ଅକ୍ଷୟ କୁମାର ବିଜେପି ଟିକେଟରେ ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ମଧ୍ୟ ଖବର ମିଳିଛି !  ଯାହା ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । 

ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢିପାରନ୍ତି ଅକ୍ଷୟ କୁମାର । ପ୍ରତିଟି ଦଳ ଆଗାମୀ ନିର୍ବାଚନକୁ ନେଇ ରଣନୀତି ବନାଇବା ଆରମ୍ଭ କରି ଦେଇଛନ୍ତି । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଗଠବନ୍ଧନ କରି ଲୋକସଭା ନିର୍ବାଚନ କରିବା ନେଇ ଫଇସଲା କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆପ୍ ଦଳ ଦିଲ୍ଲୀରେ ୪ଟି ସିଟରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ୩ଟି ସିଟ ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବ । ସେଥିପାଇଁ ବିଜେପି, ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କୁ ମଇଦାନରେ ଓହ୍ଲାଇପାରେ । ବଲିଉଡ ଖିଲାଡୀଙ୍କୁ ଦିଲ୍ଲୀ ଚାନ୍ଦିନୀ ଚୌକ ଆସନରୁ ବିଜେପି ପକ୍ଷରୁ ଲଢିବାକୁ କୁହାଯାଇପାରେ । ତେବେ ଏସବୁକୁ ନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । 

Argus Whatsapp Channel Mobile Top
Sponsored
BJP Likely to Field Actor Akshay Kumar From Delhi's Chandni Chowk | Argus News