ଆଜିଠାରୁ ବିଜେପିର ମେଗା ମେମ୍ବରସିପ୍ ଡ୍ରାଇଭ୍
·1 year ago

ଅର୍ଗସ ବ୍ୟୁରୋ : ଆଜିଠାରୁ ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ମେଗା ମେମ୍ବରସିପ୍ ଡ୍ରାଇଭ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ନୂଆଦିଲ୍ଲୀରୁ ଏହି କ୍ୟାମ୍ପେନ୍ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ତାଙ୍କ ପଂଜୀକରଣର ପୁଣିଥରେ ନବୀକରଣ କରି ଏହାର ଶୁଭାରମ୍ଭ କରିବେ । ୨୦ କୋଟି ଲୋକଙ୍କୁ ବିଜେପି ସହ ଯୋଡିବାକୁ ଟାର୍ଗେଟ୍ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
ଦେଶର ପ୍ରାୟ ୧୦ ଲକ୍ଷ ବୁଥରୁ ୨୦୦ଜଣ ଲେଖାଏଁ ସଦସ୍ୟ ଯୋଡିବାକୁ ଲକ୍ଷ୍ୟ ରହିଛି । ହ୍ବାଟସଆପ୍, ନମୋ ଆପ୍, QR CODE କିମ୍ବା ନିର୍ଦ୍ଧାରିତ ଫର୍ମ ପୂରଣ କରି ସଦସ୍ୟ ହେବେ । ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୨ରୁ ୧୫ । ଦ୍ବିତୀୟ ପର୍ଯ୍ୟାୟ ଅକ୍ଟୋବର ୧ରୁ ୧୫ । ତୃତୀୟ ପର୍ଯ୍ୟାୟ ଅକ୍ଟୋବର ୧୫ରୁ ୩୦ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: