Videos
|
National

Women Leadership / ସବୁ ବର୍ଗ ଓ ସବୁ ଅଞ୍ଚଳକୁ ମିଳିଲା ପ୍ରତିନିଧିତ୍ବ…ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୧୨ ମହିଳାଙ୍କୁ ମିଳିଲା ସ୍ଥାନ

Ritu Das
Browse all articles by Ritu Das
·1 hour ago·2 min read
ସବୁ ବର୍ଗ ଓ ସବୁ ଅଞ୍ଚଳକୁ ମିଳିଲା ପ୍ରତିନିଧିତ୍ବ…ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୧୨ ମହିଳାଙ୍କୁ ମିଳିଲା ସ୍ଥାନ
India

Key Points

ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ସହ ସଂଗଠନକୁ ମଜବୁତ କରିବା ପାଇଁ ବିଜେପି ପକ୍ଷରୁ ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି।
ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ସହ ସଂଗଠନକୁ ମଜବୁତ କରିବା ପାଇଁ ବିଜେପି ପକ୍ଷରୁ ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ବାରା ପଦାଧିକାରୀଙ୍କ ତାଲିକା ଦିଆଯାଇଛି। ଏହି ତାଲିକାରେ ସବୁ ବର୍ଗ ଓ ସବୁ ଅଂଚଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ଦଳ ପକ୍ଷରୁ ଘୋଷିତ ହୋଇଥିବା ୧୩ ଜଣ ଉପସଭାପତିଙ୍କ ମଧ୍ୟରେ ୬ଜଣ ମହିଳା ଅଛନ୍ତି । ସେହିପରି ୪ଜଣ ମହିଳାଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପୁଣି ସଂଗଠନ ଦାୟିତ୍ବ ଦିଆଯାଇଛି। ବରିଷ୍ଠ ବିଜେପି ନେତା ରାମ ମାଧବଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି।

ଏହାସହ ପଢ଼ନ୍ତୁ: ନିତିନ ନବୀନଙ୍କ ନୂତନ ଟିମ ଘୋଷଣା, ବସୁନ୍ଧରା ରାଜେ ସିନ୍ଧିଆ ଏବଂ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ

ସେପଟେ ଭାରତୀୟ ଜନତା ପାର୍ଟିର ନୂତନ ଭାବେ ନିଯୁକ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ଦଳରେ ବିଭିନ୍ନ ଦାୟିତ୍ୱ ପାଇଥିବା ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ପିଏମ ମୋଦି । ନୂତନ ଟିମ୍ ସଂଗଠନର ଅଭିଜ୍ଞତା, ଉତ୍ସାହ ଏବଂ ତୃଣମୂଳ ସ୍ତରର ସମ୍ପର୍କକୁ ଏକତ୍ର କରିଥାଏ। ମୋର ଦୃଢ଼ ବିଶ୍ୱାସ ଯେ ସେମାନେ ଆମ ଦଳକୁ ମଜବୁତ କରିବାରେ ଏବଂ ଜନସେବା ଉପରେ ଧ୍ୟାନ ଦେବାରେ ସେମାନଙ୍କର ଶ୍ରେଷ୍ଠ ପ୍ରୟାସ ଜାରି ରଖିବେ। ନୂଆ ଟିମରେ ସବୁ ଅଂଚଳର ପ୍ରତିନିଧି ମାନଙ୍କୁ ସାମିଲ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ନୂତନ ନିଯୁକ୍ତ ପଦାଧିକାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ନୂଆ ଟିମ୍ ବିକଶିତ ଭାରତ'ର ସଂକଳ୍ପ ଏବଂ ରାଷ୍ଟ୍ର ନିର୍ମାଣର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ପାଇଁ ସଂଗଠନକୁ ଆହୁରି ମଜବୁତ କରିବେ ବୋଲି ସେ ଆଶା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ କୋଷାଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି । ଓଡିଶାର ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ବ ଦିଆଯାଇଛି । ବିନୋଦ ତାଓ୍ବଡେ ଓ ସୁନିଲ ବନଶଲଙ୍କୁ ପୂର୍ବଭଳି ସାଧାରଣ ସମ୍ପାଦକ ଦାୟିତ୍ବରେ ରଖାଯାଇଛି । ଆଗାମୀ ଦିନରେ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ଏମାନଙ୍କର ଗୁରୁଦାୟିତ୍ବ ରହିପାରେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: