Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବ ମୁଖ୍ୟମନ୍ତ୍ରୀ ?

National

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବ ମୁଖ୍ୟମନ୍ତ୍ରୀ ?

Smruti Parija
Browse all articles by Smruti Parija
·2 years ago·1 min read
ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବ ମୁଖ୍ୟମନ୍ତ୍ରୀ ?

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବ ମୁଖ୍ୟମନ୍ତ୍ରୀ । ବିଜେପି ଶିବିରରେ ଚାଲିଛି ମାନସମନ୍ଥନ । ଏହାରି ମଧ୍ୟରେ 3 ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ବିଜେପି । ଛତିଶଗଡ ପାଇଁ 3 ପର୍ଯ୍ୟବେକ୍ଷକ ଘୋଷଣା ହୋଇଛନ୍ତି । ଅର୍ଜୁନ ମୁଣ୍ଡା, ଦ୍ରୁଷ୍ୟନ୍ତ ଗୌତମ, ସର୍ବାନନ୍ଦ ସୋନୱାଲଙ୍କୁ ଦାୟିତ୍ୱ  ଦିଆଯାଇଛି । ସେହିପରି ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ ପାଇଁ ମନହୋରଲାଲ ଖଟ୍ଟର, କେ.ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ତିନି ରାଜ୍ୟ ପାଇଁ ଅନେକ ଦାବିଦାର ରହିଥିବାବେଳେ ଏହି ପର୍ଯ୍ୟବେକ୍ଷକମାନେ ବିଧାୟକମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏହି 3 ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ସ୍ପଷ୍ଟ ହେବ ।  

ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି
 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJP Observers for Chhattisgarh, Madhya Pradesh and Rajasthan decided. | Argus News