Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

BJP Office Blast / ପଞ୍ଜାବ ବିଜେପି ଅଫିସ୍‌ ବାହାରେ ବିସ୍ଫୋରଣ, କାରଣ ଖୋଜୁଛି ପୋଲିସ୍‌

Santosh Kumar Sahoo
Browse all articles by Santosh Kumar Sahoo
·3 months ago·1 min read
ପଞ୍ଜାବ ବିଜେପି ଅଫିସ୍‌ ବାହାରେ ବିସ୍ଫୋରଣ, କାରଣ ଖୋଜୁଛି ପୋଲିସ୍‌
Punjab BJP Office

Key Points

ଚଣ୍ଡିଗଡ଼ରେ ବିଜେପି ପାର୍ଟି ଅଫିସ୍‌ ବାହାରେ ବିସ୍ଫୋରଣ
କିଏ ବିସ୍ଫୋରଣ ଘଟାଇଲା ସ୍ପଷ୍ଟ ହୋଇପାରି ନାହିଁ
ପୋଲିସ ଓ CFSL ଟିମ୍‌ ପକ୍ଷରୁ ବିସ୍ଫୋରଣ ସ୍ଥଳରେ ଛାନଭିନ୍‌
ପଞ୍ଜାବରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି । ବିସ୍ଫୋରଣ ହେବା ପରେ ବିଜେପି କାର୍ଯ୍ୟାଳୟ ବାହାରେ ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ପ୍ରାୟ ଅଧ ଘଣ୍ଟା ପୂର୍ବରୁ ଚଣ୍ଡିଗଡ଼ର ସେକ୍ଟର ୩୭ରେ ଅବସ୍ଥିତ ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ଘଟିଥିଲା । ପୋଲିସ ବିସ୍ଫୋରଣର ପଛର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି । କୁହାଯାଉଛି ଯେ ବିସ୍ଫୋରଣ ବହୁତ ବଡ଼ ନଥିଲା ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବିସ୍ଫୋରଣ ପରେ ପଞ୍ଜାବ ବିଜେପି କାର୍ଯ୍ୟାଳୟ ବାହାରେ ସିଆରପିଏଫ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଓ ଅଗ୍ନିଶମ ଗାଡ଼ି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ପୂରା ଅଞ୍ଚଳକୁ ସିଲ୍‌ କରି ତଦନ୍ତ ଜାରି ରଖିଛି ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Blast Outside Bharatiya Janata Party Office in Chandigarh, Police Probe Underway | Argus News