Vande Mataram Resolution / ନିତିନ ନବୀନଙ୍କ ନୂଆ ଟିମର ପ୍ରଥମ ବୈଠକ, ଜାତୀୟ ଗୀତ ବନ୍ଦେ ମାତରମକୁ ନେଇ ପାରିତ ହେଲା ୧୦ ପ୍ରସ୍ତାବ
·2 weeks ago·2 min read

Key Points
ଜାତୀୟ ଗୀତ ବନ୍ଦେ ମାତରମକୁ ନେଇ ପାରିତ ହେଲା ୧୦ ପ୍ରସ୍ତାବ
ଗାଁରୁ ସହର ସବୁଠି ବର୍ଣ୍ଣିତ ହେବ ବନ୍ଦେ ମାତରମର ଗୌରବମୟ ଐତିହ୍ୟ
୨୦୪୭ ବିକଶିତ ଭାରତର ହେବ ଭବ୍ୟ ଉଦଘୋଷ

ନୂଆଦିଲ୍ଲୀରେ ନବଗଠିତ ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ପ୍ରଥମ ବୈଠକରେ ଏକ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ସ୍ବାଧୀନତା ସଂଗ୍ରାମର ମୂଲ୍ୟବାନ ପ୍ରତୀକ ଜାତୀୟ ଗୀତ 'ବନ୍ଦେ ମାତରମ୍'କୁ ନେଇ କଂଗ୍ରେସର ନୀତିକୁ କଡ଼ା ନିନ୍ଦା କରାଯିବା ସହ ବୈଠକରେ ୧୦ ସୂତ୍ରୀ ପ୍ରସ୍ତାବ ପାରିତ ହୋଇଛି । ପାର୍ଟି ସ୍ପଷ୍ଟ କରିଛି ଯେ ଗାଁରୁ ସହର ପର୍ଯ୍ୟନ୍ତ ସବୁଠି 'ବନ୍ଦେ ମାତରମ୍'ର ଗୌରବମୟ ଐତିହ୍ୟକୁ ବର୍ଣ୍ଣିତ କରାଯିବ ଏବଂ ୨୦୪୭ ମସିହାର ବିକଶିତ ଭାରତ'ର ଏହା ଭବ୍ୟ ଉଦ୍ଘୋଷ ହେବ ।
ନୂଆଦିଲ୍ଲୀରେ ନବ ଗଠିତ ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ପ୍ରଥମ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ବନ୍ଦେ ମାତରମକୁ ନେଇ ପାରିତ ହୋଇଛି ୧୦ ସୂତ୍ରୀ ପ୍ରସ୍ତାବ । ଏହି ଜାତୀୟ ଗୀତକୁ ସମ୍ମାନ ଓ ଏହାର ଗୌରବମୟ ଐତିହ୍ୟକୁ ରକ୍ଷା କରିବା ପାଇଁ ନିଆଯିବ ଗୁରୁତ୍ବପୂର୍ଣ୍ଣ ପଦେକ୍ଷେପ । ଗାଁଠୁ ସହର ସବୁଠି ଗୁଞ୍ଜରିତ ହେବ ବନ୍ଦେ ମାତରମ୍ । ୧୯୪୭ରେ ସ୍ବାଧୀନତାର ବିଜୟ ଘୋଷ ଥିବା ଏହି ଜାତୀୟ ଗୀତ ପିଏମ ମୋଦିଙ୍କ ନେତୃତ୍ବରେ ହେବାକୁ ଯାଉଥିବା ୨୦୪୭ ବିକଶିତ ଭାରତର ମଧ୍ୟ ଭବ୍ୟ ଉଦଘୋଷ ହେବ । କଂଗ୍ରେସ ଓ୍ବାର୍କିଂ କମିଟି ବୈଠକରେ ବନ୍ଦେ ମାତରମର ପ୍ରଥମ ଦୁଇଟି ପଂକ୍ତି ଗାନ ଲାଗି କଂଗ୍ରେସର ନିଷ୍ପତ୍ତିକୁ ନିନ୍ଦା କରାଯାଇଛି । ଏହା ବନ୍ଦେ ମାତରମକୁ ସଂକୁଚିତ କରାଯାଇଥିବା ବେଳର ପୃଷ୍ଠଭୂମିକୁ ମନେପକାଉଛି । କଂଗ୍ରେସର ତୁଷ୍ଟୀକରଣ ରାଜନୀତିକୁ ସାରା ଦେଶ ଦେଖୁଛି ବୋଲି କହିଛି ବିଜେପି ।
ଏବେ ନଜର ପକାଇବା ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହୋଇଥିବା ପ୍ରସ୍ତାବ ଉପରେ
୧- ବନ୍ଦେ ମାତରମର ପ୍ରଥମ ୨ ପଂକ୍ତି ଗାନ ଲାଗି କଂଗ୍ରେସର ନିଷ୍ପତ୍ତିକୁ ନିନ୍ଦା
୨- ବନ୍ଦେ ମାତରମକୁ ଭାରତର ରାଷ୍ଟ୍ରୀୟ ଚେତନାର ଅମର ପ୍ରତୀକ ମାନ୍ୟତା
୩- `ଜନ ଗଣ ମନ' ପରି ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମଂକୁ ସମାନ ନ୍ୟାୟିକ ସୁରକ୍ଷାକୁ ସମର୍ଥନ
୪- ରାଷ୍ଟ୍ରୀୟ ଗୀତକୁ ରାଜନୈତିକ ତୁଷ୍ଟୀକରଣ, ଭୋଟ ବ୍ୟାଙ୍କ ରାଜନୀତି ଭାବେ ବ୍ୟବହାରକୁ ବିରୋଧ
୫- CWCର କୌଣସି ପ୍ରସ୍ତାବ ଭାରତର ସାଂବିଧାନିକ ସଂସ୍ଥା ଓ ସଂସଦର ନିଷ୍ପତ୍ତିଠୁ ଉର୍ଦ୍ଧ୍ବରେ ନୁହେଁ
୬- ଏହା ବନ୍ଦେ ମାତରମକୁ ସଂକୁଚିତ କରାଯାଇଥିବା ବେଳର ପୃଷ୍ଠଭୂମିକୁ ମନେପକାଉଛି
୭- ବନ୍ଦେ ମାତରମକୁ ମହାତ୍ମା ଗାନ୍ଧୀଙ୍କ 'ସବୁଠାରୁ ଶୁଦ୍ଧ ରାଷ୍ଟ୍ରୀୟ ଗାନ' ଆଖ୍ୟାକୁ ଘରେ ଘରେ ପହଞ୍ଚାଯିବ
୮- ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ବନ୍ଦେ ମାତରମ୍ର ଇତିହାସ, ଅର୍ଥ ଓ ମହତ୍ତ୍ବ ଘରେ ଘରେ ପହଞ୍ଚାଯିବ
୯- ଯୁବ ପିଢିଙ୍କ ମଧ୍ୟରେ ଛ' ପଂକ୍ତି ବିଶିଷ୍ଟ ଜାତୀୟ ଗୀତର ମହତ୍ତ୍ବ ପ୍ରସାର ଲାଗି ଅଭିଯାନ ଆରମ୍ଭ ହେବ
୧୦- ରାଜନୈତିକ ଫାଇଦା ଓ ତୁଷ୍ଟୀକରଣ ଲାଗି ଏହାର ସମ୍ମାନ ସହ କୌଣସି ସାଲିସ୍ କରାଯିବନି
ପୂର୍ବରୁ CWCରେ ସଂକଳ୍ପକୁ ନେଇ କଂଗ୍ରେସର ତୁଷ୍ଟୀକରଣ ରାଜନୀତିକୁ ଅମିତ ଶାହଙ୍କ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସଂସଦରେ ପାରିତ ଆଇନକୁ ମାନୁ ନଥିବାରୁ ଦେଶ ବିରୋଧୀ କହି ତୀବ୍ର ନିନ୍ଦା କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ଦେ ମାତରମ୍’କୁ ନେଇ କଂଗ୍ରେସର ତୁଷ୍ଟୀକରଣ ରାଜନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଲେଖିଥିଲେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି ‘ବନ୍ଦେ ମାତରମ୍’ର ପୂର୍ଣ୍ଣ ଗାନରୁ ଓହରିଯିବା ପାଇଁ ନେଇଥିବା ନିଷ୍ପତ୍ତି କେବଳ ଏକ ରାଜନୈତିକ ନିଷ୍ପତ୍ତି ନୁହେଁ ବରଂ ଏହା ସେମାନଙ୍କର ପୁରୁଣା ତୁଷ୍ଟୀକରଣ ନୀତିର ପୁନରାବୃତ୍ତି ।
Related Topics
Explore more stories