Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bharat Bandh / ଆଜି ଭାରତ ବନ୍ଦକୁ ନେଇ ବିଜେପି କହିଲା...

Rashmita Mishra
Browse all articles by Rashmita Mishra
·5 months ago·1 min read
ଆଜି ଭାରତ ବନ୍ଦକୁ ନେଇ ବିଜେପି କହିଲା...
Bharat Bandh

Key Points

ଆଜି ଭାରତ ବନ୍ଦକୁ ନେଇ ବିଜେପିର ପ୍ରତିକ୍ରିୟା
ଧର୍ମଘଟକୁ ଓହ୍ଲାଉଥିବା ସଂଗଠନ ଶ୍ରମିକଙ୍କୁ ନେଇ ବେପାର କରୁଛନ୍ତି
ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ କଡ଼ା ସମାଲୋଚନା
ଧର୍ମଘଟ କରୁଥିବା ଦଳ କ୍ଷମତାରେ ଥିଲାବେଳେ ଶ୍ରମିକ ନିର୍ଯାତିତ ହେଉଥିଲେ

ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ଫେଡେରେସନ୍ । ଦେଶବ୍ୟାପୀ ଧର୍ମଘଟ ଡାକରାକୁ ସମର୍ଥନ କରିଛନ୍ତି ପ୍ରମୁଖ ବାମପନ୍ଥୀ ଦଳ । ସିପିଆଇ, ସିପିଏମ ଓ ଫରୱାର୍ଡ ବ୍ଲକ ଭଳି ବାମ ଦଳଗୁଡ଼ିକ ଏହି ଧର୍ମଘଟକୁ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି । କେନ୍ଦ୍ର ସରକାର ଶ୍ରମିକ, କୃଷକ, ଛାତ୍ର, ଯୁବକ, ମହିଳା ଓ ସଂଖ୍ୟାଲଘୁଙ୍କ ସ୍ବାର୍ଥକୁ ଅଣଦେଖା କରୁଥିବା ଅଭିଯୋଗ କରି ଏହି ଧର୍ମଘଟ ଡକରା ଦିଆଯାଇଛି ।

ତେବେ ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି । ଅତି କଡ଼ା ଭାଷାରେ ବିଜେପି କହିଛି, ଯେଉଁମାନେ ଆଜି ବିରୋଧ କରୁଛନ୍ତି, ସେମାନେ ସରକାରରେ ଥିଲାବେଳେ ଶ୍ରମିକମାନେ ନିର୍ଯାତିତ ହେଉଥିଲେ । ଏହି ସଂଗଠନଗୁଡ଼ିକ ଶ୍ରମିକଙ୍କୁ ନେଇ ବେପାର କରୁଛନ୍ତି, ଶ୍ରମିକ ଆନ୍ଦୋଳନରେ ଯେଉଁ ସଂଗଠନ ମାନଙ୍କର ରୋଜି ରୁଟି ଚାଲୁଛି ସେମାନେ ଶ୍ରମିକଙ୍କ ନାଁରେ ବର୍ଷ ବର୍ଷ ଧରି ରାଜନୀତି କରୁଥିବା ବିଜେପି ଅଭିଯୋଗ କରିଛି ।

ପଢ଼ନ୍ତୁ ଏହି ଖବର: ଆସନ୍ତା କାଲି କେନ୍ଦ୍ରୀୟ ବାଣିଜ୍ୟ ସଂଗଠନର ଭାରତ ବନ୍ଦ ଡାକରା, ବିଜେପି କହିଲା ପ୍ରଭାବହୀନ ।

ପୂର୍ବରୁ ୨୯ଟି ଶ୍ରମ ଆଇନ ଥିଲା, ଯାହାର କ୍ଷତି ଭାରତର ଶ୍ରମିକମାନେ ଭୋଗୁଥିଲେ । ଆଉ ଏବେ ଯେଉଁମାନେ ସଂସ୍କାରକୁ ବିରୋଧ କରୁଛନ୍ତି, ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନେ ଆଗରୁ କଳ କାରଖାନା ବନ୍ଦର ସୂତ୍ରଧର ଥିଲେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bharat Bandh | BJP Reacts to Bharat Bandh Call Today: Key Statement Explained | Argus News