Bihar Election / ବିହାର ପାଇଁ ପ୍ରାର୍ଥୀ ଘୋଷଣା କଲା BJP

Key Points
ଢାକାରୁ ଲଢିବେ ପବନ ଜୈସ୍ବାଲ ।
ରିଗାରୁ ବୈଦ୍ୟନାଥ ପ୍ରସାଦ ।
ବଥନାହାରୁ ନିର୍ବାଚନ ଲଢ଼ିବେ ଅନୀଲ ରାମ ।
ପରିହାରରୁ ଗାୟତ୍ରୀ ଦେବୀ ।
ବିହାର ନିର୍ବାଚନ ପାଇଁ ଆସିଲା ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା । ୭୧ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ତାରାପୁରରୁ ଲଢ଼ିବେ ସମ୍ରାଟ ଚୌଧୁରୀ । ଦାନପୁରରୁ ରାମ କୃପାଲ ଯାଦବ । ବିଜେପି ୧୦୧ ଆସନରେ ଏଥର ନିର୍ବାଚନ ଲଢ଼ିବ ବୋଲି ମେଣ୍ଟ ପକ୍ଷରୁ ସ୍ଥିର କରାଯାଇଛି । ସେପଟେ ଜେଡିୟୁ ମଧ୍ୟ ୧୦୧ ଆସନରୁ ଲଢ଼ିବ ।
ହେଲେ ଏହାରି ଭିତରେ ବିଜେପି ୧୦୧ ଆସନରୁ ୭୧ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ତାରାପୁରରୁ ସମ୍ରାଟ ଚୌଧୁରୀଙ୍କୁ ଲଢ଼ିବାକୁ ଦଳ ଟିକଟ ଦେଇଥିବା ବେଳେ ଦାନପୁରରୁ ରାମ କୃପାଲ ଯାଦବ ଲଢ଼ିବେ ବୋଲି ଦଳ ସ୍ଥିର କରିଛି । ବେତିହାରୁ ଲଢ଼ିବେ ରେଣୁ ଦେବୀ । ରାକ୍ସୌଲରୁ ଲଢିବେ ପ୍ରମୋଦ କୁମାର ସିହ୍ନା । ପିପ୍ରାରୁ ଶ୍ୟାମବାବୁ ପ୍ରସାଦ ୟାଦବ ଲଢିବେ । ମଧୁବନରୁ ଲଢ଼ିବେ ରାଣା ରଣଧୀର ସିଂହ । ମୋତିହାରରୁ ନିର୍ବାଚନ ଲଢ଼ିବେ ପ୍ରମୋଦ କୁମାର । ଢାକାରୁ ଲଢିବେ ପବନ ଜୈସ୍ବାଲ । ରିଗାରୁ ବୈଦ୍ୟନାଥ ପ୍ରସାଦ । ବଥନାହାରୁ ନିର୍ବାଚନ ଲଢ଼ିବେ ଅନୀଲ ରାମ । ପରିହାରରୁ ଗାୟତ୍ରୀ ଦେବୀ । ସୀତାମଢିରୁ ସୁନୀଲ କୁମାର ପିଣ୍ଟୁ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର କରିଛି ଦଳ ।
ଏହାସହ ପଢ଼ନ୍ତୁ:- IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପୁରୀ ଲିଙ୍କ !
📱 Get Argus News App
✨ତେବେ ତାଲିକା ଅନୁସାରେ ୭ ଥର ବିଧାୟକ ହୋଇଥିବା ନନ୍ଦ କିଶୋର ଯାଦବଙ୍କ ଟିକେଟ କାଟିଛି ବିଜେପି । ପାଟନା ସାହିବରୁ ରତ୍ନେଶ କୁଶୱାହାଙ୍କୁ ସୁଯୋଗ ମିଳିଛି । ଏହାରି ଭିତରେ ନନ୍ଦ କିଶୋର ଯାଦବ ବ୍ୟତୀତ ମନ୍ତ୍ରୀ ମୋତିଲାଲ ପ୍ରସାଦଙ୍କ ଟିକେଟ ମଧ୍ୟ କଟିଛି ।
ଟିକେଟ କଟିବା ପରେ ନନ୍ଦ କିଶୋର ଯାଦବ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଭାରତୀୟ ଜନତା ପାର୍ଟିର ନିଷ୍ପତ୍ତି ସହିତ ରହିଛି । ବିଜେପି ମୋତେ ବହୁତ କିଛି ଦେଇଛି । ମୋର କୌଣସି ଅଭିଯୋଗ ନାହିଁ । ନୂଆ ପିଢ଼ିକୁ ସ୍ବାଗତ ଏବଂ ଅଭିନନ୍ଦନ । ପାଟନା ସାହିବ ବିଧାନସଭା ଲୋକ ମୋତେ ଲଗାତାର ୭ ଥର ବିଜୟୀ କରାଇଛନ୍ତି । ସମସ୍ତେ ମୋତେ ଯେଉଁ ଭଲପାଇବା ଓ ସ୍ନେହ ଦେଇଛନ୍ତି, ତାହାକୁ ମୁଁ କେବେ ଭୁଲି ପାରିବି ନାହିଁ । ସମସ୍ତଙ୍କୁ ଧନ୍ୟବାଦ ।
भारतीय जनता पार्टी की केंद्रीय चुनाव समिति ने बिहार में होने वाले विधानसभा चुनाव 2025 के लिए निम्नलिखित नामों पर अपनी स्वीकृति प्रदान की है। (1/2) pic.twitter.com/ykVM5tVevY
— BJP (@BJP4India) October 14, 2025
ଦୀର୍ଘ ଦିନ ହେଲା ବିହାରରେ ଏନଡିଏ ମେଣ୍ଟ ଭିତରେ ସିଟ୍ ବୁଝାମଣାକୁ ନେଇ ଅଙ୍କ ଛିଣ୍ଡିପାରୁନଥିଲା । ହେଲେ ଶେଷରେ ଏନଡିଏର ସହଯୋଗୀ ଦଳମାନଙ୍କ ଭିତରେ ସିଟ୍ ବୁଝାମଣା ହୋଇଥିଲା । ଏଥର ବିଜେପି ଏବଂ ଜେଡିୟୁ ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ବୋଲି ଧାର୍ଯ୍ୟ ହୋଇଥିଲା । ଏହାସହ ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ । ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢ଼ିବେ ।
ଏହାସହ ପଢ଼ନ୍ତୁ:- ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'
Related Topics
Explore more stories