Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାହୁଲଙ୍କ ବାସଭବନକୁ ୧କେଜିର ଜଲେବି ପଠାଇଲା ବିଜେପି

National

ରାହୁଲଙ୍କ ବାସଭବନକୁ ୧କେଜିର ଜଲେବି ପଠାଇଲା ବିଜେପି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାହୁଲଙ୍କ ବାସଭବନକୁ ୧କେଜିର ଜଲେବି ପଠାଇଲା ବିଜେପି

ଅର୍ଗସ ବ୍ୟୁରୋ : ହରିୟାଣାର ଐତିହାସିକ ବିଜୟ ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବେଶ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏହାକୁ ନେଇ ସବୁ ବିଜେପି କାର୍ଯ୍ୟାଳୟରେ ଚାଲିଛି ସେଲିବ୍ରେସନ । ଏହା ଭିତରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ରାହୁଲ ଗାନ୍ଧିଙ୍କ ବାସଭବନକୁ ଏକ କିଲୋ ଜଲେବି ପଠାଇଛନ୍ତି । ଯାହାର ଏକ ସ୍କ୍ରିନସଟ୍ ମଧ୍ୟ ହରିୟାଣା ବିଜେପି ଅଫିସିଆଲ ଆକାଉଣ୍ଟ ତାର ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Haryana BJP (@BJP4Haryana) October 8, 2024

ପୂର୍ବରୁ ରାହୁଲ ଗାନ୍ଧୀ ହରିୟାଣାର ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ପ୍ରସିଦ୍ଧ ଜଲେବି ନେଇ ଏକ ଟିପ୍ପଣୀ ରଖିଥିଲେ । ସେ କହିଥିଲେ ଫ୍ୟାକ୍ଟ୍ରିରେ ତିଆରେ ହେଲେ ଅଧିକ ଲୋକ କାମ କରି ପାରିବେ । ଯାହାକୁ ନେଇ କଟାକ୍ଷ କରିଥିଲା ବିଜେପି । ଏବେ ବିଜେପରି ହରିୟାଣାରେ ଦମଦାର ବିଜୟ ପରେ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରି ତାଙ୍କ ବାସ ଭବନକୁ ଏକ କିଲୋ ଜଲେବି ପଠାଯିବାର ବ୍ୟବସ୍ଥା କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ଯାହାର ମୂଲ୍ୟ ରହିଛି ୬୩୦ ଟଙ୍କା । ବିଜେପିର ଅଫିସିଆଳ ଆକାଉଣ୍ଟ ଦ୍ବାରା ଏହି ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଶେୟାର ହେବାପରେ ଏବେ ସୋସିଆଲ ମିଡିଆରେ ରାହୁଲଙ୍କ ଜଲେବି ପ୍ରସଙ୍ଗ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । 

Sponsored
BJP sent 1 kg jalebi to Rahul gandhi's residence | Argus News