Videos
|
National

Rahul Gandhi Controversy / ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନ, ଅଶାଳୀନ ମନ୍ତବ୍ୟକୁ ନେଇ ସାରା ଦେଶରେ ତୁମ୍ବିତୋଫାନ

Santosh Kumar Sahoo
Browse all articles by Santosh Kumar Sahoo
·59 mins ago·3 min read
ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଅପମାନ, ଅଶାଳୀନ ମନ୍ତବ୍ୟକୁ ନେଇ ସାରା ଦେଶରେ ତୁମ୍ବିତୋଫାନ
Rahul Gandhi

Key Points

ମଞ୍ଚରେ ହସ, ରାଜନୀତିରେ ଝଡ଼
ପୁଣି ଅଡୁଆରେ ବିରୋଧୀ ଦଳ ନେତା
ଘୋର ନିନ୍ଦା କଲା ବିଜେପି


ଛାତ୍ରୋଁ କି ଗୁଞ୍ଜ କାର୍ଯ୍ୟକ୍ରମ ମଞ୍ଚରେ ରାହୁଲ ଗାନ୍ଧି । ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ, ଟାର୍ଗେଟରେ ମୋଦି ସରକାର । ଅର୍ଥାତ୍ ସବୁକିଛି ସେହି ହିସାବରେ ଚାଲୁଥିଲା ଯେମିତି ଯୋଜନା ଏହି କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ କାର୍ଯ୍ୟକ୍ରମ ମଝିରେ କିଛି ଏମିତି ହେଲା ଯେ ଛାତ୍ରଙ୍କ ସମସ୍ୟା ବଦଳରେ ପ୍ରସଙ୍ଗ ଅନ୍ୟଆଡ଼େ ଚାଲିଗଲା । ଏବେ ରାଜନୀତିର ଏହି ମଞ୍ଚରେ ଜଣେ ମା'ଙ୍କ ପ୍ରତି ପିଏମ୍ ମୋଦିଙ୍କ ସମ୍ବେଦନଶୀଳ ବ୍ୟବହାରକୁ କରାଯାଇଛି ଉପହାସ । ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରି ପୁଣି ଅଡ଼ୁଆରେ ପଡ଼ିଛନ୍ତି ରାହୁଲ ଗାନ୍ଧି ।

ଶନିବାର ମଧ୍ୟପ୍ରଦେଶ ଇନ୍ଦୋରରେ ଅନୁଷ୍ଠିତ 'ଛାତ୍ରୋଁ କି ଗୁଞ୍ଜ' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଦ୍ଦେଶ୍ୟ କରି ଅପମାନିତ କରାଯାଇଥିଲା । ବିବାଦ ସେତେବେଳେ ଆରମ୍ଭ ହେଲା ଯେତେବେଳେ ମଞ୍ଚ ଉପରକୁ ଜଣେ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ପୁଲକିତ୍‌ଙ୍କ ଏଣ୍ଟ୍ରି ହେଲା ।

ସେ ରାହୁଲ ଗାନ୍ଧିଙ୍କ ସହ ମଜାଳିଆ ଅନ୍ଦାଜରେ କଥା ହେଉଥିଲେ । ଉଭୟ ନିଜ ମନ୍ତବ୍ୟ ଓ ଅଙ୍ଗଭଙ୍ଗୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁକରଣ କରି ଉପହାସ କରିଥିଲେ । ଜଣେ ବୃଦ୍ଧା ମହିଳାଙ୍କୁ ବସିବାକୁ ଚୌକି ଦେବା ପ୍ରସଙ୍ଗ ଉଠାଇ ମଧ୍ୟ ସେମାନେ ଉପହାସ କରିବାକୁ ପଛାଇ ନଥିଲେ । ଏହି ସମୟରେ ରାହୁଲ ବହୁ ଜୋରରେ ହସି ସମସ୍ତ ପ୍ରସଙ୍ଗକୁ ସମର୍ଥନ କରୁଥିବା ଓ କମେଡିଆନକୁ ଆହୁରି ଅପମାନିତ କରିବାକୁ ଉସକାଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏହି ସମୟରେ ସେ ଏମିତି କିଛି କଥା କହିଦେଲେ ଯାହା ପାଲଟିଗଲା ବିବାଦର କେନ୍ଦ୍ର ।

କାର୍ଯ୍ୟକ୍ରମର ଏ ଅଂଶ ସାମ୍ନାକୁ ଆସିବା କ୍ଷଣି ସୃଷ୍ଟି ହେଲା ବଡ଼ ବିବାଦ । ବିଜେପିର ଟାର୍ଗେଟରେ ରାହୁଲ ଗାନ୍ଧି । ରାହୁଲଙ୍କ ମଞ୍ଚରୁ ମା'ଙ୍କୁ ଅପମାନ ବୋଲି ଦର୍ଶାଇ ଶାସକ ଦଳ କରିଛି ଜୋରଦାର ଆକ୍ରମଣ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋସିଆଲ୍ ମିଡିଆରେ ଲେଖିଛନ୍ତି - ଏପରି ମଜା ଉଡ଼ାଇବା ସମଗ୍ର ଦେଶର ମାଆମାନଙ୍କୁ ଅପମାନିତ କରିବା ସମାନ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଏହାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହି ସୋସିଆଲ୍ ମିଡିଆରେ ଲେଖିଛନ୍ତି - "ଏହି ମଞ୍ଚରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଛି ଏବଂ ସେଥିରେ ରାହୁଳ ଗାନ୍ଧୀ ହସିବା ଏହା ଖୁବ୍ ଲଜ୍ଜାଜନକ ଓ ଯନ୍ତ୍ରଣାଦାୟକ ।" କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, "କଂଗ୍ରେସ ଦଳ ହେଉଛି କମେଡି ଓ ଜୋକରଙ୍କ ଦଳ, ସେମାନେ ସବୁଦିନ ପାଇଁ ବିଦା ହୋଇଯିବେ" ଏବଂ ସେଥିରେ 'RIP' ମଧ୍ୟ ଲେଖିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଘୃଣ୍ୟ । ସେ ଏହାକୁ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳର ନୈତିକ ପତ୍ତନର ପରାକାଷ୍ଠା ବୋଲି କହିଛନ୍ତି ।

ଇଏ ପ୍ରଥମ ଥର ନୁହେଁ ଯେ 'ଛାତ୍ରୋଁ କୀ ଗୁଞ୍ଜ' କାର୍ଯ୍ୟକ୍ରମରେ କୌଣସି ବିବାଦ ଉଠିଛି । ମାସକ ତଳେ ନୂଆଦିଲ୍ଲୀରେ ଏହି କାର୍ଯ୍ୟକ୍ରମରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ବାହାନାରେ ପିଏମ୍‌ଙ୍କୁ ଟାର୍ଗେଟ୍ କରିବା ନେଇ ଜୋରଦାର ହଙ୍ଗାମା ହୋଇଥିଲା । ସେଠାରେ ପିଏମ୍ ମୋଦିଙ୍କ ବିଦେଶ ନୀତି ଓ ବିଶ୍ୱ ନେତାମାନଙ୍କ ସହ ତାଙ୍କର ଆଲିଙ୍ଗନ ଶୈଳୀକୁ ରାହୁଳ ଗାନ୍ଧି ସମାଲୋଚନା କରୁଥିଲେ । ଏହି ସମୟରେ ସେ ମଞ୍ଚରେ ସାମ୍ବାଦିକ ସନ୍ଦୀପ ଦୀକ୍ଷିତଙ୍କୁ ଆଲିଙ୍ଗନ କରିଥିଲେ ।

ଏବେ ପୁଣି ରାହୁଲଙ୍କ ଏକ କାର୍ଯ୍ୟକ୍ରମରେ ପିଏମ୍ ମୋଦିଙ୍କୁ ନେଇ ଆପତ୍ତିଜନକ ଆଚରଣ ନେଇ ରାଜନୈତିକ ପାରଦ ଏବେ ସବୁଠୁ ଉଚ୍ଚରେ । ତେବେ ଇନ୍ଦୋରର ଏହି କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ରାହୁଲ ଶିକ୍ଷା ବ୍ୟବସ୍ଥାକୁ ଏକ ସଂକୁଚିତ ଏବଂ ରାଜନୈତିକ ସ୍ଲୋଗାନରେ ପରିଣତ କରିବାକୁ ଚେଷ୍ଟା କରିଛନ୍ତି । ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ରାଜନୈତିକ ନାଟକ କରାଯାଉଥିବା ବେଳେ, ପ୍ରକୃତରେ ମୋଦି ସରକାର ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ କାମ କରୁଛନ୍ତି ବୋଲି ଦୃଢ଼ୋକ୍ତି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।