୨୦୨୪ ନିର୍ବାଚନକୁ ନେଇ ଧର୍ମେନ୍ଦ୍ରଙ୍କ ଦମ୍ଭୋକ୍ତି

ଅର୍ଗସ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ୩-୪ ମାସ ବାକି । ତେଣୁ ବିଭିନ୍ନ ସ୍ତରରେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । 24 ବର୍ଷ ହେଲା ଶାସନରେ ଥିବା ବିଜେଡି ସରକାର ମାଳମାଳ ନୂଆ ଯୋଜନା ଘୋଷଣା କରିବା ସହ ଗଣ୍ଡା ଗଣ୍ଡା ପ୍ରତିଶ୍ରୁତିରେ ପୋତି ପକାଉଛି । ମୁଖ୍ୟ ବିରୋଧୀ ଦଳ ବିଜେପି ରାଜ୍ୟର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ସରକାରଙ୍କୁ ବାରମ୍ବାର କାଠଗଡାକୁ ଟାଣୁଛି । ତେବେ ପଛରେ ପଡିଥିବା କଂଗ୍ରେସ ମଧ୍ୟ ଜନତା ଜନାର୍ଦ୍ଦନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କିଛି ନା କିଛି କାର୍ଯ୍ୟକ୍ରମ ଚଳାଇଛି । କିନ୍ତୁ ଏ ସବୁ ଭିତରେ ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ୨୪ ଫଳାଫଳକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ରାଜ୍ୟ ରାଜନୀତିକୁ ବେଶ ଉଷ୍ମ କରିଦେଇଛି । ଓଡିଶାରୁ ୨୦୧୪ରେ ବିଜେପିକୁ ଗୋଟିଏ ଲୋକସଭା ସିଟ୍ ଏବଂ ୨୨ ପ୍ରତିଶତ ଭୋଟ ମିଳିଥିଲା । ଆଉ ବିଜେଡିକୁ ମିଳିଥିଲା ୪୪ ପ୍ରତିଶତ ଭୋଟ୍ ।
ବିଜେପି ଓ ବିଜେଡି ମଧ୍ୟରେ ୨୨ ପ୍ରତିଶତର ଭୋଟ ବ୍ୟବଧାନ ଥିଲା । କିନ୍ତୁ ୫ ବର୍ଷ ଭିତରେ ଅର୍ଥାତ ୨୦୧୯ ବେଳକୁ ଲୋକସଭା ନିର୍ବାଚନରେ ବିଜେପିର ଭୋଟ ବଢି ୩୮ ପ୍ରତିଶତରେ ପହଞ୍ଚିଛି । ୮ଟି ଲୋକସଭା ସିଟ୍ ଜିତିଛି ବିଜେପି । ବିଜେଡିକୁ ମିଳିଲା ୪୨ ପ୍ରତିଶତ ଭୋଟ । ବିଜେଡି ଓ ବିଜେପି ମଧ୍ୟରେ ମାତ୍ର ୪ ପ୍ରତିଶତ ଭୋଟର ବ୍ୟବଧାନ ରହିଲା । ଆଉ ବିଧାନସଭାରେ ବିଜେପିକୁ ୨୦୧୪ରେ ୧୮ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ୩୨ ପ୍ରତିଶତ ଭୋଟ ପାଇଛି ଦଳ । ଅର୍ଥାତ ୨୦୧୪ ତୁଳନାରେ ୨୦୧୯ ବେଳକୁ ବିଜେପିର ଭୋଟ ହାର ୧୦୦ ପ୍ରତିଶତ ବଢିଗଲା । ରାଜନୀତିରେ ୩ ମାସ ମଧ୍ୟ ଯଥେଷ୍ଟ । ତେଣୁ ଆଗାମୀ ନିର୍ବାଚନରେ ଓଡିଶାରରେ ୪୫ ପ୍ରତିଶତରୁ ଅଧିକ ଭୋଟ ସହ ୧୫ଟି ଲୋକସଭା ସିଟ୍ ବିଜେପି ଜିତିବ ବୋଲି ଦମ୍ଭୋକ୍ତି କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି କାର୍ଯ୍ୟକ୍ରମରେ ୟୁପିଏ ତୁଳନାରେ ମୋଦି ଶାସନରେ ଓଡିଶାକୁ ମିଳିଥିବା ସହାୟତାର ବି ହିସାବ ରଖିଥିଲେ କେନ୍ଦ୍ର ମନ୍ତ୍ରୀ.. ୟୁପିଏ ଶାସନରେ ଓଡିଶାକୁ 3 ଲକ୍ଷ କୋଟି ମିଳିଥିବା ବେଳେ ମୋଦିଙ୍କ ଶାସନରେ 18 ଲକ୍ଷ କୋଟିର ଅଧିକ ଆସିଛି ଓଡିଶାକୁ.. 3 ରାଜ୍ୟର ନିର୍ବାଚନରେ ବିଜେପି ବିଜୟ ପଛରେ ମୋଦି ଗ୍ୟାରେଣ୍ଟି ବଡ଼ ଫ୍ୟକ୍ଟର ଭାବେ କାମ ଦେଲା ବୋଲି ଚର୍ଚ୍ଚା ଭିତରେ ଓଡିଶାରେ ମୋଦି ଗ୍ୟାରେଣ୍ଟି କରିସ୍ମା ଦେଖାଇପାରେ 2019ରେ ବିଜେପିକୁ ଲୋକସଭାରେ ବିଜେଡି ଠାରୁ 10 ଲକ୍ଷ କମ ଭୋଟ ମିଳିଥିଲା। ତେବେ ମୋଦି ଗ୍ୟାରେଣ୍ଟିକୁ ଆଧାର କରି ଏଥର ଏ ବ୍ୟବଧାନକୁ ମଧ୍ୟ ଅତିକ୍ରମ କରିବାର ଦମ୍ଭ ଦେଖାଉଛି ବିଜେପି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: