Videos
|
National

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କୁଶ ପୁତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

Jitendra Dash
Browse all articles by Jitendra Dash
·2 years ago·2 min read
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କୁଶ ପୁତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା

ଅର୍ଗସ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କିଛିଦିନ ତଳେ ମହିଳାଙ୍କ ଉପରେ ଅଶୋଭନୀୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ ମହିଳା ମାନେ ନୀତିଶ କୁମାରଙ୍କର ଏଭଳି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଶୁକ୍ରବାର ରାଜା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନୀତିଶ କୁମାର ଙ୍କର କୁଶ ପୁତଳିକା ଦାହ କରାଯାଇଛି ।

ଅଧିକ ପଢନ୍ତୁ : ନୀତିଶଙ୍କ ପାଇଁ ଆଜି ସାରା ଦେଶର ମୁଣ୍ଡ ତଳକୁ ନଇଁଯାଇଛି

ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୀତିଶ କୁମାର ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ । ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଯୋଗଦେଇ ମହିଳାଙ୍କ ଉପରେ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଏଭଳି ଅଭଦ୍ର ମନ୍ତବ୍ୟ ସମଗ୍ର ନାରୀ ସମାଜ ଉପରେ କୁଠାରଘାତ ବୋଲି କହିବା ସହ ତୁରନ୍ତ ନୈତିକତା ଦୃଷ୍ଟିରୁ ଗୋଟିଏ ମିନିଟ ମଧ୍ୟ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିବାର ଅଧିକାର ନାହିଁ ବୋଲି ପ୍ରକାଶ କରିଥିଲେ । 

ନୀତିଶ କୁମାରଙ୍କର କୁଶ ପୁତଳିକାକୁ ଦାହ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସମେତ ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜିକା ସୁଚିସ୍ମିତା ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦିକା ଶୋଭାଗିନୀ ପ୍ରଧାନ, ଜିଲ୍ଲା ଉପାଧ୍ୟକ୍ଷା ଇତିଶ୍ରୀ ସେନାପତି, କୋଷାଧ୍ୟକ୍ଷା ଅପର୍ଣ୍ଣା ସାହୁ, କାଉନସିଲର ପ୍ରଜ୍ଞା ଦାସ, ମାଧବୀ ମହାପାତ୍ର, ପଙ୍କଜିନି ପଣ୍ଡା, କଳ୍ପନା ଦଳ ବେହେରା, ତିଲତମା ସାମନ୍ତ, ବାସନ୍ତୀ ସାହୁ, ନମିତା ସାହୁ, ନାସରିନ ବେଗମଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: