Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ-କାଶ୍ମୀରରେ କଡା ସୁରକ୍ଷା : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା, ପର୍ଯ୍ୟଟକ ଦମ୍ପତି ଗୁରୁତର

Jitendra Dash
Browse all articles by Jitendra Dash
·2 years ago·1 min read
ଜମ୍ମୁ-କାଶ୍ମୀରରେ କଡା ସୁରକ୍ଷା : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା, ପର୍ଯ୍ୟଟକ ଦମ୍ପତି ଗୁରୁତର

ଅର୍ଗସ ବ୍ୟୁରୋ : ପୁଣି ଜମ୍ମୁ-କାଶ୍ମୀରରେ ଦୁଇ ଦୁଇଟି ଆତଙ୍କୀ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ସୋପିଆନରେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ତେବେ ସୋପିଆନର ହିରାପୋରା ଇଲାକାରେ ଆତଙ୍କବାଦୀମାନେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ଏଜାଜ ଅହମଦ ଶୈଖଙ୍କ ଉପରେ ଗୁଳିମାଡ କରିଥିଲେ । 

ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ଜୟପୁରରୁ କାଶ୍ମୀର ବୁଲିବାକୁ ଆସିଥିବା ଟୁରିଷ୍ଟ ଦମ୍ପତ୍ତି ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଛି । ଅନ୍ୟପଟେ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛି ଦଳ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ କାଲି ସକାଳୁ କାଶ୍ମୀର ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ଯବାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁରା ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆଜି କାଶ୍ମୀର ବାରମୁଲ୍ଲା ସଂସଦୀୟ ଆସନରେ ମତଦାନ ହେବାକୁ ଯାଉଛି । କଡା ସୁରକ୍ଷା ମଧ୍ୟରେ ଭୋଟିଂ ଶେଷ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି । ତଥାପି ମତଦାନର ମାତ୍ର ଗୋଟିଏ ଦିନ ପୂର୍ବରୁ ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Sponsored
BJP Worker Killed In Twin Terror Attack In Jammu & Kashmir's Anantnag District | Argus News