Videos
|
National

ନୂଆ ମତଦାତଙ୍କୁ ଦଳ ସହ ଯୋଡ଼ିବା ଲାଗି ବିଜେପିର ବଡ଼ ପ୍ଲାନ୍

Jitendra Dash
Browse all articles by Jitendra Dash
·2 years ago·2 min read
ନୂଆ ମତଦାତଙ୍କୁ ଦଳ ସହ ଯୋଡ଼ିବା ଲାଗି ବିଜେପିର ବଡ଼ ପ୍ଲାନ୍

ଅର୍ଗସ ବ୍ୟୁରୋ : ନ୍ୟାସନାଲ ଭୋଟର୍ସ ଡେରେ ନୂଆ ମତଦାତଙ୍କୁ ଦଳ ସହ ଯୋଡ଼ିବା ଲାଗି ବିଜେପିର ବଡ଼ ପ୍ଲାନ୍ । ଏଥିପାଇଁ ଗୁରୁବାର ଦଳ ପକ୍ଷରୁ ଆୟୋଜନ କରାଯାଇଛି ନମୋ ନବ ମତଦାତା ସମ୍ମିଳନୀ । ଏଥିରେ ଦେଶର ୫୦ ଲକ୍ଷ ନୂଆ ଭୋଟରଙ୍କୁ ଭର୍ଚୁଆଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ସେମାନଙ୍କ ସହ ସିଧାସଳଖ କଥାବାର୍ତ୍ତା ମଧ୍ୟ ହେବେ ମୋଦି । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫ ହଜାର ସ୍ଥାନରୁ ଯୋଡ଼ିହେବେ ନୂଆ ଭୋଟର । ଓଡ଼ିଶାରେ ମଧ୍ୟ ଏଥିପାଇଁ ହୋଇଛି ବ୍ୟାପକ ଆୟୋଜନ । ରାଜ୍ୟର ୧୪୭ ବିଧାନସଭା କ୍ଷେତ୍ରର ୨୫୦ ସ୍ଥାନରୁ ନମୋ ନବ ମତଦାତା ସମ୍ମିଳନୀରେ ଯୋଡ଼ି ହେବେ ପ୍ରାୟ ଅଢେଇ ଲକ୍ଷ ନୂଆ ଭୋଟର । ଏହି ସମ୍ମିଳନୀକୁ ନେଇ ଉତ୍ସାହିତ ଅଛନ୍ତି ନୂଆ ଭୋଟର । ବିଜେପି ପକ୍ଷରୁ ଏଥିପାଇଁ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଛି ।

ଏହି ନମୋ ନବ ମତଦାତା ସମ୍ମିଳନୀରେ ବିକଶିତ ଭାରତ କାର୍ଯ୍ୟକ୍ରମର ଆମ୍ବାସର୍ଡର ବନିବା ପାଇଁ ନୂଆ ଭୋଟରଙ୍କୁ ଉତ୍ସାହିତ କରାଯିବ । ଯେଉଁମାନେ ଆମ୍ବାସର୍ଡର ବନିବାକୁ ଚାହିଁବେ ନମୋ ଆପ୍ ଇନଷ୍ଟଲ କରି ଆମ୍ବାସର୍ଡର ବନିପାରିବେ । ପୂର୍ବରୁ ମଧ୍ୟ ଯୁବ ଭୋଟରଙ୍କ ଉପରେ ଫୋକସ କରିଆସିଛି ବିଜେପି । ଚଳିତ ଲୋକସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ସହ ୫୧ ପ୍ରତିଶତ ଭୋଟ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଏହାର ଆଧାର ବନିବେ ଯୁବ ଭୋଟର ।  

ଅଧିକ ପଢନ୍ତୁ ଭାରତ ଖବର

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିକୁ ୩ଟି ରାଜ୍ୟରେ ମିଳିଥିଲା ବମ୍ପ ବିଜୟ । ଆଉ ଏହା ପଛରେ ଯୁବ ଭୋଟରଙ୍କର ବଡ଼ ଭୂମିକା ଥିଲା । ଗୋଟେ ପଟେ ଓଡ଼ିଶାର ଯୁବ ଭୋଟରଙ୍କୁ ନବୀନଙ୍କ ସଭାକୁ ଆଣିବା ପାଇଁ ପ୍ରଲୋଭନ ଓ ଧମକ ଦିଆଯାଉଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସହ ସମ୍ବାଦ ପାଇଁ ସାରା ଦେଶରେ ଯୁବ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଏହି ଉତ୍ସାହକୁ ଆଗାମୀ ନିର୍ବାଚନ ପରିଣାମ ସହ ଯୋଡ଼ି ଦେଖୁଛନ୍ତି ରାଜନୈତିକ ପଣ୍ଡିତ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP's big plan to connect new voters with the party | Argus News