Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାଜପରିବାର ଉପରେ ବିଜେପିର ଭରସା : ଆଉ ଜିତିବାର ଲକ୍ଷ୍ୟ

Ritu Das
Browse all articles by Ritu Das
·2 years ago·1 min read
ରାଜପରିବାର ଉପରେ ବିଜେପିର ଭରସା : ଆଉ ଜିତିବାର ଲକ୍ଷ୍ୟ

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ସମେତ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେିଛନ୍ତି। ଏହି ନିର୍ବାଚନରେ ବିଜେପି ଅନେକ ପ୍ରାର୍ଥୀଙ୍କ ଟିକେଟ କାଟିଛି। ଏହି ସମୟରେ ପାର୍ଟିର ଭେଟେରାନ ନେତାମାନେ ଏନଡିଏ ପାଇଁ ୪୦୦ ସିଟ ଏବଂ ବିଜେପି ପାଇଁ ୩୫୦ ସିଟ ଜିତିବାକୁ ଦାବି କରିଛନ୍ତି। ଲୋସଭା ନିର୍ବାଚନ ୨୦୨୪ରେ ପୂର୍ବତନ ରାଜପରିବାରର ୧୦ରୁ ଅଧିକ ବଂଶଧର ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ଏଥିମଧ୍ୟରୁ କେତେକ ମଧ୍ୟ ସେମାନଙ୍କର ରାଜନୀତି ପ୍ରଥମ ଥର ଆରମ୍ଭ କରୁଛନ୍ତି। 

ଓଡ଼ିଶାର ରାଜ ପରିବାର
ଦୁଇ ଦଶନ୍ଧି ହେବ ଓଡ଼ିଶାରେ ବିଜେଡି ସରକାର ଅଛି। ବିଜେପି ଏଠାରେ ରାଜପରିବାରର ୨ଜଣ ସଦସ୍ୟ ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ମାଳବିକା କେଶରୀ ସିଂଦେଓଙ୍କୁ ପ୍ରାର୍ଥୀ କରିଛି। ସଙ୍ଗୀତା ପାଟଣାଗଡ଼ ବଲାଙ୍ଗୀର ଏବଂ ମାଳବିକା କଳାହାଣ୍ଡି ରାଜପରିବାରର। 

ସେହିପରି ରାଜସ୍ଥାନ ରାଜପରିବାରର ଦୁଇଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବିଜେପି ନିକଟରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅଙ୍କୁ ଟିକେଟ ଦେଇଛି। ବସୁନ୍ଧରା ଗ୍ବାଲିୟରର ପୂର୍ବତନ ସିନ୍ଧିଆ ରାଜପରିବାରର ସଦସ୍ୟ ହୋଇଥିବାବେଳେ ସେ ବହୁଦିନରୁ ରାଜନୀତି ସହ ସମ୍ପୃକ୍ତ। ସେହିପରି ମଧ୍ୟପ୍ରଦେଶରୁ ବି ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ପଞ୍ଜାବ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ତ୍ରିପୁରାରୁ ବି ରାଜପରିବାରର ସଦସ୍ୟଙ୍କୁ ବିଜେପି ଟିକେଟ ଦେଇଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
BJP's hope | Argus News