Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପିର ମିଶନ ଝାଡ଼ଖଣ୍ଡ , ହେଭିୱେଟ୍ ନେତାଙ୍କ ଜୋରଦାର ପ୍ରଚାର

National

ବିଜେପିର ମିଶନ ଝାଡ଼ଖଣ୍ଡ , ହେଭିୱେଟ୍ ନେତାଙ୍କ ଜୋରଦାର ପ୍ରଚାର

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବିଜେପିର ମିଶନ ଝାଡ଼ଖଣ୍ଡ , ହେଭିୱେଟ୍ ନେତାଙ୍କ ଜୋରଦାର ପ୍ରଚାର

Key Points

  • ବିଜେପିର ମିଶନ ଝାଡ଼ଖଣ୍ଡ
  • ବିଜେପି ହେଭିୱେଟ୍ ନେତାଙ୍କ ଜୋରଦାର ପ୍ରଚାର
  • ନିର୍ଣ୍ଣାୟକ ଭୂମିକାରେ ୨୦ ଲକ୍ଷରୁ ଅଧିକ ଓଡ଼ିଆ ଭୋଟର
  • JMM ଶାସନରେ ଅବହେଳିତ ଓଡ଼ିଆଙ୍କୁ ନ୍ୟାୟ ଦେବାକୁ ବିଜେପିର ସଂକଳ୍ପ
  • ଏନଡିଏ ଓ ଇଣ୍ଡିମେଣ୍ଟ ପକ୍ଷରୁ ତୁଙ୍ଗ ନେତାଙ୍କ ଘମାଘୋଟ ପ୍ରଚାର
  • ରୋଟି, ବେଟି ଓ ମାଟିକୁ ରକ୍ଷା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ
  • ଚାଇବସା ଜନସମ୍ବାଦ କାର୍ଯ୍ୟକ୍ରମରେ ମୂଳନିବାସୀ, ମହିଳା ଓ ଯୁବକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ 

ଅର୍ଗସ ବ୍ୟୁରୋ :  ଝାଡ଼ଖଣ୍ଡରେ କମ୍ପୁଛି ପ୍ରଚାର ମଇଦାନ । ଜନତାଙ୍କ ମନ ଜିଣିବାକୁ ଉଭୟ ଏନଡିଏ ଓ ଇଣ୍ଡିମେଣ୍ଟର ତୁଙ୍ଗ ନେତା ଜାରି ରଖିଛନ୍ତି ଘମାଘୋଟ ପ୍ରଚାର  । ଝାଡ଼ଖଣ୍ଡରେ ବଢୁଛି ଅନୁପ୍ରବେଶକାରୀ ଉପଦ୍ରବ । ଜେଏମଏମ ଶାସନରେ ଅବହେଳିତ ମୂଳନିବାସୀ ଆଦିବାସୀ ସଂପ୍ରଦାୟ। ରାଜ୍ୟର ରୋଟି, ବେଟି ଓ ମାଟିକୁ ରକ୍ଷା କରିବାକୁ ଚାଇଁବାସା ଜନ ସମ୍ବାଦ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାକୃତିକ ସମ୍ପଦରେ ଭରପୁର ଝାଡ଼ଖଣ୍ଡରେ ଆଜି ସୁରକ୍ଷା ସବୁଠାରୁ ବଡ଼ ପ୍ରସଙ୍ଗ । ଆଦିବାସୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସରଳତାର ସୁଯୋଗ ନେଇ ଜେଏମଏମ ସରକାର ଲୁଣ୍ଠନ କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ଚାଇଁବସାର ମୂଳ ଅଧିବାସୀ, ମହିଳା ଓ ଯୁବକଙ୍କ ସମସ୍ୟା ସମାଧାନ କରିବାକୁ ଏନଡିଏ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ଧର୍ମେନ୍ଦ୍ର । 

ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ମଇଦାନରେ ଓଡ଼ିଆ ନେତାଙ୍କ ରଣ ହୁଙ୍କାର । ଝାଡ଼ଖଣ୍ଡ ନିର୍ବାଚନରେ ଏଥର ନିର୍ଣ୍ଣାୟକ ଭୂମିକାରେ କୋହ୍ଲାନ ପ୍ରଖଣ୍ଡର ୧୪ ଟି ବିଧାନସଭା କ୍ଷେତ୍ରର ଓଡ଼ିଆ ଭୋଟର । ପୂର୍ବ, ପଶ୍ଚିମ ସିଂହଭୂମ ଏବଂ ଷଢେଇକଳା ଖରସୁଆଁ ଜିଲ୍ଲାରେ ଅଛନ୍ତି ୨୦ ଲକ୍ଷରୁ ଅଧିକ ଓଡ଼ିଆ ଭୋଟର । ହେମନ୍ତ ସୋରେନ ସରକାର ଓଡ଼ିଆ ବହୁଳ ଅଞ୍ଚଳର ବିକାଶରେ ହୋଇଛନ୍ତି ବିଫଳ । ଅବହେଳିତ ଓଡ଼ିଆଙ୍କୁ ନ୍ୟାୟ ଦେବା ସହ ଅଞ୍ଚଳର ବିକାଶ ପ୍ରତିଶ୍ରୁତି ଦେଇଛନ୍ତି ବିଜେପିର ଓଡ଼ିଆ ନେତା ।  ବହଡାଗୋଡା ବିଧାନସଭା କ୍ଷେତ୍ରର ଚାକୁଳିଆରେ ମହିଳା ସମାବେଶରେ ସାମିଲ ହୋଇ ଝାଡ଼ଖଣ୍ଡ ସରକାରଙ୍କ ଆଦିବାସୀ ଓ ମହିଳା ଶୋଷଣ ନୀତିର ପର୍ଦ୍ଦାଫାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ । 

ଅଧିକ ପଢନ୍ତୁ : କଂଗ୍ରେସର ଆଦିବାସୀ ବିରୋଧୀ ନୀତିକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସମାଲୋଚନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତା ୧୩ ତାରିଖରେ ୪୩ଟି ବିଧାନସଭା କ୍ଷେତ୍ରରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ। ସେଥିମଧ୍ୟରେ ରହିଛି କୋହ୍ଲାନ ପ୍ରଖଣ୍ଡର ୧୪ ଟି ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ର। ବିଜେପି ସଂକଳ୍ପ ପତ୍ରରେ ରାଜ୍ୟବାସୀଙ୍କ ପାଇଁ  25 ବଡ଼ ଘୋଷଣା ପ୍ରତିଦ୍ବନ୍ଦୀ ଇଣ୍ଡିମେଣ୍ଟର ଚିନ୍ତା ବଢ଼ାଇଛି ।

Raja Festival
Sponsored
BJP's Mission Jharkhand | Argus News