Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଟ୍ରେନ୍ ଭିତରେ ସିନେମା ଥିଏଟରର ମଜା ନେଲେ ଯାତ୍ରୀ

National

ଟ୍ରେନ୍ ଭିତରେ ସିନେମା ଥିଏଟରର ମଜା ନେଲେ ଯାତ୍ରୀ

Priyadarshini Dixit
Browse all articles by Priyadarshini Dixit
·2 years ago·1 min read
ଟ୍ରେନ୍ ଭିତରେ ସିନେମା ଥିଏଟରର ମଜା ନେଲେ ଯାତ୍ରୀ

ଅର୍ଗସ ବ୍ୟୁରୋ : ଟ୍ରେନ୍‌ରେ ଯାତ୍ରା କରିବାର ଅନୁଭୂତି ଟିକେ ନିଆରା । ପ୍ରକୃତିର ବିଭିନ୍ନ ଦୃଶ୍ୟକୁ ଅନୁଭବ କରିବା ପାଇଁ ଟ୍ରେନ୍ ଯାତ୍ରା ହେଉଛି ସର୍ବୋତ୍ତମ ଉପାୟ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ଏଥିରେ କାହାକୁ ଲମ୍ବା ଯାତ୍ରା କରିବାକୁ ଭଲଲାଗେ ତ କାହାକୁ ଭଲ ଲାଗେନି। କାରଣ ଟ୍ରେନରେ ଲମ୍ବା ଯାତ୍ରା କରିବା ସମୟରେ ଲୋକମାନେ ବୋରିଂ ହୋଇଯାଇଥାନ୍ତି। ସେଥିପାଇଁ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ସମୟ ଅତିବାହିତ କରିବା ସବୁଠାରୁ ବଡ଼ କଷ୍ଟକର ହୋଇଥାଏ।

ତେବେ ଏହାରି ମଧ୍ୟରେ ଏବେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଞ୍ଜଳୀ ସିଂ ନାମକ ଜଣେ ଯାତ୍ରୀ ଯିଏକି ଜଣେ ବ୍ଲଗର ମଧ୍ୟ ସେ ଯାତ୍ରୀ ମାନଙ୍କୁ ଏଣ୍ଟରଟେନ କରିବାପାଇଁ ଏକ ପ୍ରୋଜେକ୍ଟର ସାହାଯ୍ୟରେ ନିଜ ଫୋନ ସହିତ କନେକ୍ଟ କରି ଏକ ଫିଲ୍ମ ଚଲାଇଥିଲେ। ଯାହାକୁ ଦେଖି ଯାତ୍ରୀମାନେ ଖୁବ୍ ଏନଜୟ କରିଥିଲେ । ଏବଂ ସେହି ସମୟକୁ ସେ ନିଜେ ରିଲ୍ ମଧ୍ୟ କରିଥିଲେ । ଯେଉଁଥିରେ କ୍ୟାପସନ୍ ଦେଇଥିଲେ “ଏହିପରି ଆମେ ଏକାଠି ଯାତ୍ରା କରୁ ।'' ଏହି ରିଲ୍ ବର୍ତ୍ତମାନ ସୁଧା ୧୨ମିଲିୟନରୁ ଅଧିକ ଭ୍ୟୁ ସଂଗ୍ରହ କରିଛି।  କେବଳ ଇନଷ୍ଟାଗ୍ରାମ ନୁହେଁ ବରଂ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଅଞ୍ଜଳି ଏହି କ୍ଲିପ୍ କୁ ଅପଲୋଡ୍ କରିଛନ୍ତି। 

ଆଜି ପର୍ଯ୍ୟନ୍ତ ଆମେ ସମସ୍ତେ ଟ୍ରେନରେ ଯାତ୍ରା କରିବା ସମୟରେ ପ୍ରାୟତଃ ଲୋକଙ୍କୁ ଲାପ୍‌ଟପ୍ କିମ୍ବା ଫୋନ୍‌ରେ ଫିଲ୍ମ ଦେଖୁଥିବାର ଦେଖିଛେ। କିନ୍ତୁ କେହି କେବେ ଏପରି ପ୍ରକାରର ଫିଲ୍ମ ଦେଖିବା ଦେଖିନଥିଲେ। ସେଥିପାଇଁ ଏହି ପ୍ରକାରର ଦେଶୀ ଯୋଗାଡ଼କୁ ଲୋକମାନେ ଖୁବ୍ ପ୍ରଶଂସା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର...


 

Sponsored
Blogger Sets Up Makeshift Cinema Theatre In Her Train Coach | Argus News